ତେବେ କାହିଁକି ନିଜ ପ୍ରଥମ ସ୍ତ୍ରୀ ସୀମା ଙ୍କୁ ଛାଡପତ୍ର ଦେଇଥିଲେ ଅଭିନେତା ସବ୍ୟସାଚୀ, ଜାଣନ୍ତୁ ଏମିତି କଣ ହୋଇଥିଲା ?

କହିଦେଉଛୁ କି ଓଡିଆ ଫିଲ୍ମ ଜଗତର ସବୁଠୁ ଚର୍ଚିତ ଯୋଡି ଅଭିନେତା ସବ୍ୟସାଚୀ ମିଶ୍ରା ଓ ଅଭିନେତ୍ରୀ ଅର୍ଚିତା ସାହୁ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । ରାଜସ୍ଥାନର ଜୋଧପୁରରେ ଦୁଇ ଜଣ ବିବାହ କରିଛନ୍ତି । ଦୁଇ ଜଣଙ୍କ ପରିବାର କିଛି ଦିନ ହେବ ଜୋଧପୁରରେ ହିଁ ଅଛନ୍ତି । କିନ୍ତୁ ଦୁଇ ଜଣଙ୍କ ବିବାହ ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ସବ୍ୟସାଚୀଙ୍କ ପ୍ରଥମ ପତ୍ନୀ ସୀମାଙ୍କୁ ନେଇ ଚର୍ଚା ଚାଲିଛି ।

ସବ୍ୟସାଚୀ ସୀମାଙ୍କୁ କେଉଁ କାରଣ ଯୋଗୁ ଛାଡପତ୍ର ଦେଲେ ଓ ତାଙ୍କ ମଧ୍ୟରେ ଏମିତି କେଉଁ ବିବାଦ ହୋଇଥିଲା ଯେଉଁ କାରଣରୁ ସେମାନେ ଅଲଗା ହୋଇଗଲେ । ଏହା ସହିତ ସବ୍ୟସାଚୀ ସୀମାଙ୍କୁ କେବେ ବିବାହ କରିଥିଲେ ।

ଏହି ସମସ୍ତ ପ୍ରଶ୍ନ ବର୍ତ୍ତମାନ ସୋସିଆଲ ମିଡିଡାରେ ଘୁରି ବୁଲୁଛି । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ସମସ୍ତ ପ୍ରଶ୍ନର ଜବାବ ଦେବୁ । କହିଦେଉଛୁ କି ଅର୍ଚିତା ସାହୁ ସବ୍ୟସାଚୀ ମିଶ୍ରାଙ୍କ ଦ୍ଵିତୀୟ ପତ୍ନୀ ଅଟନ୍ତି । ଏହା ପୂର୍ବରୁ ସବ୍ୟସାଚୀ ଯେତେବେଳେ ଇଂଜିନିୟରିଂ କରୁଥିଲେ ସେହି ସମୟରେ ସେ ସୀମା ମିଶ୍ର ନାମକ ଝିଅକୁ ଭଲ ପାଉଥିଲେ ଓ କିଛି ସମୟ ପରେ ଦୁଇ ଜଣ ବିବାହ କରି ନେଇଥିଲେ । କହିବାକୁ ଗଲେ ସବ୍ୟସାଚୀ ଓ ସୀମା ଗୋଟିଏ କଲେଜରେ ହିଁ ପାଠ ପଢୁଥିଲେ ଓ ସେହି ସ୍ଥାନରୁ ହିଁ ଦୁଇ ଜଣଙ୍କୁ ପ୍ରେମ ହୋଇଥିଲା ।

କିନ୍ତୁ ଦୁଇ ବର୍ଷ ପର୍ଯ୍ୟନ୍ତ ସବ୍ୟସାଚୀ ଓ ସୀମା ବୈବାହିକ ଜୀବନ ଅତିବାହିତ କରିବା ପରେ ଅଚାନକ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଦେଖାଦେଲା । ଏହା ପରେ ଦୁଇ ଜଣ ନିଜର ନିଜର ସହମତିରେ ପରସ୍ପର ଠାରୁ ଛାଡପତ୍ର ନେଇଗଲେ । ଦୁଇ ଜଣ ୨୦୧୫ରେ ଅଲଗା ହୋଇ ଯାଇଥିଲେ । ଏହା ପରେ ସବ୍ୟସାଚୀ ନିଜର ଇଂଜିନିୟରିଂ ଚାକିରି ଛାଡି ଓଲିଉଡ ଇଣ୍ଡଷ୍ଟ୍ରିରେ ଗୋଡ ରଖିଥିଲେ ଓ ନିଜର ପରିଶ୍ରମ ଦ୍ଵାରା ଆଜି ସେ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି ।

ଏହା ମଧ୍ୟରେ ସବ୍ୟସାଚୀ ଅର୍ଚିତାଙ୍କ ସହ କେତେକ ଫିଲ୍ମରେ ନଜର ଆସିଲେ ଓ ଦର୍ଶକମାନେ ବି ଏମାନଙ୍କର ଯୋଡିକୁ ବହୁତ ପସନ୍ଦ ମଧ୍ୟ କରିଲେ । ଏହା ସହିତ ତାଙ୍କର ଫ୍ୟାନମାନେ ବି ଚାହୁଁ ଥିଲେ କି ଦୁଇ ଜଣ ଅସଲ ଜୀବନରେ ବି ବିବାହ କରି ନିଅନ୍ତୁ । କିନ୍ତୁ ଯେମିତି କି ଆପଣମାନେ ସମସ୍ତ ଜାଣିଛନ୍ତି କି ସବ୍ୟସାଚୀ ଓ ଅର୍ଚିତାଙ୍କ ବିବାହ ପୂର୍ବରୁ ଯେତେବେଳେ ଦୁଇ ଜଣ ପରସ୍ପରକୁ ଭଲ ପାଉଥିଲେ ତେବେ ସବୁବେଳେ ଏହି ଦୁଇ ଜଣଙ୍କର ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚା ଲାଗି ରହିଥାଏ ।

କିନ୍ତୁ ଯେତେବେଳେ ଦୁଇ ଜଣଙ୍କୁ ସେମାନଙ୍କର ପ୍ରେମ ସମ୍ପର୍କ ବିଷୟରେ କିଛି ବି ପ୍ରଶ୍ନ କରାଯାଏ ତେବେ ଦୁଇ ଜଣ ସମସ୍ତେ ପ୍ରଶ୍ନକୁ ଟାଲି ଦିଅନ୍ତି । କହିଦେଉଛୁ କି ସବ୍ୟସାଚୀ ଓ ଅର୍ଚିତା ନିଜର ବିବାହ ବିଷୟରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିଲେ । ଶେୟାର କରିବା ପର ଠାରୁ ହିଁ ତାଙ୍କର ଫ୍ୟାନ ଓ ସମ୍ପର୍କୀୟମାନଙ୍କ ଠାରୁ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦିଆଯାଉଛି ଓ ସମସ୍ତେ ତାଙ୍କର ଆଶୀର୍ବାଦ ଦେଉଛନ୍ତି ।