ଗ୍ୟାସ ଭଳି ସମସ୍ୟା ସବୁଦିନ ପାଇଁ ଭଲ ହୋଇଯିବ, କେବଳ କରନ୍ତୁ ଏହି ଘରୋଇ ଉପାୟ- Health Tips

ଆଜି କାଲୀ ସମୟରେ ବହୁତ ଲୋକଙ୍କୁ ଏବେ ଗ୍ୟାସ ହେବାର ଦେଖାଯାଉଛି । ଏହା ହେବାର ବହୁତ ଗୁଡିଏ କାରଣ ହୋଇପାରେ । ଯେଉଁ ସମୟରେ ଆପଣ ଖାଦ୍ୟ ଖାଉଛନ୍ତି ସେହି ସମୟରେ ଯଦି ଆପଣ ପାଣି ଠିକ ଭାବରେ ନପିବା ଦ୍ଵାରା ହୋଇଥାଏ ଓ ଅନ୍ୟ ବହୁତ ଗୁଡିଏ କାରଣରୁ ହୋଇପାରେ । ଜି ଆମେ ଏପରି ଏକ ଘରୋଇ ଉପକାର ବିଷୟରେ କହିବୁ ଯାହାକୁ ଆପଣ କରିବା ଫଳରେ ବହୁତ ଶୀଘ୍ର ଆପଣଙ୍କର ଗ୍ୟାସ ରୋଗ ଭଲ ହୋଇଯିବ ।

ଏହି ଉପାୟକୁ ବହୁ ପୂର୍ବରୁ ଆମର ହେଉଥିବା ଗ୍ୟାସ ରୋଗର ନିରାକରଣ ପାଇଁ ଏହାକୁ ବ୍ୟବହାର କରାଯାଉ ଥିଲା । ଆପଣଙ୍କର ଯେଉଁ ସମୟରେ ଗ୍ୟାସ ହୋଇଥାଏ ଆପଣ ବହୁତ ଯନ୍ତ୍ରଣା ଅନୁଭବ କରିଥାନ୍ତି । ଏହା ଆପଣଙ୍କର ବହୁତ ଉପକାରରେ ଆସିବ । ଗ୍ୟାସ ସମସ୍ୟା ଦୂର କରିବା ସହିତ ଏହା ହଜମ କରିବା ପ୍ରକ୍ରିୟାକୁ ମଧ୍ୟ ବହୁତ ସହାୟକ ହୋଇଥାଏ ଯାହା ଫଳରେ ଆପଣଙ୍କୁ ଭୋକ ମଧ୍ୟ କରେ ।

ପ୍ରଥମେ ଆପଣଙ୍କୁ ଜୁଆଣୀ ଦରକାର । କାରଣ ଏଥିରେ ଥିବା ଆଣ୍ଟି ଗ୍ୟାସ କେମିକାଲ ଗ୍ୟାସ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଏହା ଆପଣଙ୍କର ଅନେକ ସମସ୍ୟାକୁ ଦୂର କରିଥାଏ । ଜୁଆଣୀ ଆପଣଙ୍କର ଅନ୍ତନଳି ଥିବା ସମସ୍ୟାକୁ ମଧ୍ୟ ଦୂରେଇଥାଏ ।

ସେଥିପାଇଁ ସେଥିରେ ଜୁଆଣୀ ମିଶାଇବା ନିହାତି ଆବଶ୍ୟକ ଅଟେ । କିନ୍ତୁ ଆମେ ଆପଣଙ୍କୁ କହି ରଖୁ ଆପଣ ସେଥିରେ ଯାହାବି ମିଶାଇବେ ସେଥିରେ ଆପଣ ସବୁ ଜିନିଷକୁ ସମାନ ଭାଗରେ ନେବେ । ପିମ୍ପଳି ଏପରି କିଛି ଔଷଧୀୟ ଗୁଣ ଅଛି ଯାହାକି ହୃଦୟ ଜନିତ କିଛି ସମସ୍ୟାକୁ ଏହା ଦୂର କରିଥାଏ ଏହାଛଡା ଆପଣଙ୍କର ହଜମ ପ୍ରକ୍ରିୟାକୁ ବଢାଇବା ସହିତ ଭୋକ ମଧ୍ୟ ବଢାଇଥାଏ । ସେଥିରେ ଥିବା ଆଣ୍ଟି ଇମଫ୍ଲାମେଟୋରି ଗୁଣ ଏହା ଆପଣଙ୍କର ଅଲ୍ସର ରୋଗରୁ ମଧ୍ୟ ଭଲ କରିଥାଏ । ଏହାପରେ ଆପଣ ସେଥିରେ ଗୋଲମରୀଚ ପକାଇବେ ।

ଗୋଲ ମରୀଚ ମଧ୍ୟ ନିଜ ଥିବା ଗ୍ୟାସ ଓ ଏସିଡିଟି ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଲାଭ ଦାୟକ ହେବ । ଏହା ହାଇଡ୍ରୋକ୍ଲୋରିକ ଏସିଡ ଉତ୍ପାଦନକୁ ବଢାଇଥିବା ହେତୁ ଏହା ଖାଦ୍ୟ ହଜମ କରିବାରେ ସାହାର୍ଯ୍ୟ କରିଥାଏ । ଏହା ଆପଣଙ୍କର ହଜମ କରିବା ଶକ୍ତି ଓ ପେଟ ଭିତରେ ଥିବା ସମସ୍ୟାକୁ ମଧ୍ୟ ଦୂରେଇଥାଏ । ଏହାପରେ ସେଥିରେ ସୁଣ୍ଠି ମିଶାନ୍ତୁ । ଏହା ଆମେ ମାନେ ଶୁଖିଲା ଅଦା ମଧ୍ୟ କହିଥାଉ ।

ଏଥିରେ ଆଣ୍ଟିଅକ୍ସିଜେନ ଓ ରାଶୟନିକ ପଦାର୍ଥ ବହୁତ ପରିମାଣରେ ଥାଏ । ଯାହା ବହୁତ ପ୍ରକାରର ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ଏହା ମଧ୍ୟ ନିଜର ହେଉଥିବା ଗ୍ୟାସ ଓ ଏସିଡିଟି ରୋଗରୁ ଆପଣଙ୍କୁ ମୁକ୍ତି ଦେବ । ଏଥିରୁ ମିଳୁଥିବା ଫେନୋଲିକ କମ୍ପାଉଣ୍ଡ ଗ୍ୟାଷ୍ଟିକ ଭଳି ସମସ୍ୟାକୁ ଦୂର କରିବାରେ ବହୁତ ସହାୟ କରିଥାଏ । ଏହା ପରେ ଆପଣଙ୍କୁ ସହଦେବ ଲୁଣ ।

ଆୟୁର୍ବେଦରେ ଏହାକୁ ଏକ ବହୁତ ଭଲ ଔଷଧ ମାନିଥାନ୍ତି । ଏହା ଆପଣଙ୍କ ପେଟରେ ପୋକ, ଛାତି ପୋଡିବା ଓ କୋଷ୍ଟ କାଠିନ୍ୟ ଏବଂ ବାନ୍ତି ଭଳି ସମସ୍ୟାକୁ ଦୂରେଇବା ପାଇଁ ବହୁତ ଲାଭ ଦାୟକ ଅଟେ । ଏହି ସବୁ ଜିନିଷକୁ ଆପଣ ଭଲ ଭାବରେ ବାଟି ଦିଅନ୍ତୁ ।  ଏହାକୁ ସେବନ କରିବା ପାଇଁ ଏହାର କିଛି ନିର୍ଦିଷ୍ଟ ସମୟ ନଥାଏ କିନ୍ତୁ ଧ୍ୟାନ ରଖିବା ଉଚିତ ଯେ ଏହାକୁ ଆପଣ କେବଳ ଖାଇବା ପୂର୍ବରୁ ଏକ ଘଣ୍ଟା ଛାଡି ଖାଇବେ ନତୁବା ଖାଇ ସାରିବା ପରେ ଏକ ଘଣ୍ଟା ଛାଡି ଖାଇବା ଦରକାର । ଏକ ଗ୍ଳାସ ଉଷୁମ ପାଣିରେ ମିଶାଇ ଏହାକୁ ସେବନ କରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।