ଶାହୀନଙ୍କ ଠୁ ନେଇ କଟରିନାଙ୍କ ପର୍ଯ୍ୟନ୍ତ ଏମାନେ ହେଉଛନ୍ତି ସଲମାନଙ୍କର ୧୦ ଗର୍ଲଫ୍ରେଣ୍ଡ, କିନ୍ତୁ ଅଧିକ ଭଲ ପାଆନ୍ତି ୟାଙ୍କୁ

ବଲୀଉଡର ଦବଙ୍ଗ ଖାନ ସଲମାନ ଖାନ ୫୪ ବର୍ଷର ହୋଇ ଯାଇଛନ୍ତି ଓ ବୟସର ଏହି ମୋଡରେ ପହଞ୍ଚିବା ପରେ ବର୍ତ୍ତମାନ ବି ଝିଅମାନେ ତାଙ୍କର ଦିବାନି ଅଟନ୍ତି । ଏହି ବୟସକୁ ଆସିବା ପରେ ବି ଝିଅମାନେ ସଲମାନ ଖାନଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ସଲମାନ ଖାନ ବର୍ତ୍ତମାନ ବି ବିବାହ କରିବାକୁ ଚାହୁଁ ନାହାନ୍ତି । କିନ୍ତୁ ତାଙ୍କ ଜୀବନରେ ଝିଅମାନଙ୍କର କୌଣସି ଅଭାବ ନାହିଁ । ଶାହୀନଙ୍କ ଠାରୁ ନେଇ କଟରିନା ପର୍ଯ୍ୟନ୍ତ ଅଟନ୍ତି ସଲମାନ ଖାନଙ୍କ ୧୦ ଜଣ ଗର୍ଲଫ୍ରେଣ୍ଡ । ଏମାନଙ୍କ ମଧ୍ୟରୁ ସବୁଠୁ ଅଧିକ ପାଖାପାଖି ଏହି ଅଭିନେତ୍ରୀମାନେ ରହିସାରିଛିନ୍ତି ।

ଶାହୀନ ଜାଫରୀ

୧୭ ବର୍ଷ ବୟସରେ ସଲମାନ ଖାନ ଶାହୀନ ଜାଫରୀଙ୍କୁ ପ୍ରେମ କରୁଥିଲେ ଓ ତାଙ୍କ ସହିତ ଦେଖା କରିବା ପାଇଁ ସଲମାନ କ୍ଷୀରବାଲା ହୋଇ ବି ତାଙ୍କ ଘରକୁ ଚାଲି ଯାଉଥିଲେ । ଶାହୀନଙ୍କର ଏହା ପ୍ରଥମ କ୍ରଶ ଥିଲା । କିନ୍ତୁ ପରେ ଶାହୀନଙ୍କର ଅନ୍ୟ କେଉଁଠି ବିବାହ ହୋଇଗଲା ଓ ସଲମାନ ନିଜ କ୍ୟାରିୟରରେ ବ୍ୟସ୍ତ ହୋଇଗଲେ ।

ସଂଗୀତା ବିଜଲାନୀ

ସଲମାନ ଖାନ ଓ ସଂଗୀତା ବିଜଲାନୀଙ୍କ ରିଲେସନ ବିବାହ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । କୁହାଯାଏ କି ଏମାନଙ୍କ ବିବାହ କାର୍ଡ ବି ଛପା ସରିଥିଲା । କିନ୍ତୁ ପରେ କୌଣସି କାରଣ ବଶତଃ ସଂଗୀତା ବିବାହ କରିବାକୁ ମନା କରିଦେଲେ ଓ ସଲମାନଙ୍କର ସମ୍ପର୍କ ପୁଣି ଥରେ ଭାଙ୍ଗିଗଲା ।

ସୋମୀ ଅଲି

ସଂଗୀତାଙ୍କ ପରେ ସଲମାନଙ୍କ ଜୀବନରେ ସୋମୀ ଅଲି ଆସିଲେ ଓ ସଲମାନ ସୋମୀ ଅଲିଙ୍କ ସହିତ ବି ସିରିୟସ ଥିଲେ । ସୋମୀ ଓ ସଲମାନ ଏକା ସହିତ ଫିଲ୍ମ ବି କରିଛନ୍ତି ଓ ଏହା ପରେ ସଲମାନଙ୍କ ନଜର ଐଶ୍ୱର୍ୟାଙ୍କ ଉପରେ ପଡିଲା ଓ ସେ ସୋମୀଙ୍କ ଠାରୁ ଦୂରେଇ ଗଲେ ।

ଐଶ୍ୱର୍ୟା ରାୟ

ସଲମାନ ଖାନଙ୍କ ସୀରିୟସ ରିଲେଶନ ଐଶ୍ୱର୍ୟାଙ୍କ ସହିତ ଥିଲା ଓ ଏମିତି କୁହାଯାଏ କି ସଲମାନ ଐଶ୍ୱର୍ୟାଙ୍କ ସହିତ ବ୍ରେକଅପ ହେବା ପରେ ଆଉ କେବେ ବି ବିବାହ କରିବେ ନାହିଁ ବୋଲି ମନ କରିନେଲେ । କହିବାକୁ ଗଲେ ସଲମାନଙ୍କ ଅଗ୍ରେସିଭ ନେଚର ଐଶ୍ୱର୍ୟାକୁ ତାଙ୍କ ଠାରୁ ଦୂର କରିଦେଲା ।

କଟରୀନା କୈଫ

ବର୍ଷ ୨୦୦୪ରେ ଐଶ୍ୱର୍ୟାଙ୍କ ରିଲେସନରୁ ବାହାରିବା ପାଇଁ କଟରୀନା କୈଫଙ୍କର ସାହାରା ମିଳିଲା ଓ ତାଙ୍କ ସହିତ ସେ ୪ ବର୍ଷ ପର୍ଯ୍ୟନ୍ତ ରହିଲେ । କିନ୍ତୁ ପରେ କଟରୀନା ରଣବୀର କପୂରଙ୍କ ଆଡକୁ ଆକର୍ଷିତ ହୋଇ ଚାଲିଗଲେ ।

ଜରୀନ ଖାନ

ଏହା ପରେ ସଲମାନ ଖାନଙ୍କୁ କଟରୀନାଙ୍କର ଝଲକ ଜରୀନ ଖାନଙ୍କ ମଧ୍ୟରେ ଦେଖାଗଲା । ବର୍ଷ ୨୦୧୦ରେ ଫିଲ୍ମ ବୀର ଦ୍ଵାରା ସଲମାନ ଜରୀନ ଖାନଙ୍କୁ ଲଞ୍ଚ କରିଲେ ଓ ପରେ ତାଙ୍କ ସହିତ ତାଙ୍କ ନାମ ବି ଯୋଡା ହେଲା । କିନ୍ତୁ ପରେ ଦୁଇ ଜଣଙ୍କର ରାସ୍ତା ଅଲଗା ହୋଇଗଲା ଓ ସଲମାନ ପୁଣି ଥରେ ଏକୁଟିଆ ହୋଇଗଲେ ।

କ୍ଲଡିୟା ସିଏସ୍ଲା

ଫିଲ୍ମ ମାରୀ ଗୋଲ୍ଡରେ ସଲମାନଙ୍କର ଅଭିନେତ୍ରୀ ରହିଥିବା କ୍ଲଡିୟା ସିଏସ୍ଲାଙ୍କ ସହିତ ସଲମାନ ଖାନଙ୍କର ନାମ ଯୋଡା ହୋଇଥିଲା । କିନ୍ତୁ ପରେ ଏମାନଙ୍କର ବି ରାସ୍ତା ଅଲଗା ହୋଇଗଲା ।

ଏମୀ ଜ୍ୟାକ୍ସନ

ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ଅଭିନେତ୍ରୀ ଏମୀ ଜ୍ୟାକ୍ସନଙ୍କ ସହିତ ସଲମାନଙ୍କର ନାମ ବି ଯୋଡା ହୋଇଥିଲା । କିନ୍ତୁ ଦୁଇ ଜଣ ଏହି କଥାକୁ କେବଳ ଏକ ଉଡା ଖବର ବୋଲି କହିଲେ ।

ଡେଜୀ ଶାହ

ଫିଲ୍ମ ଜୟ ହୋ ଦ୍ଵାରା ସଲମାନ ଡେଜୀ ଶାହଙ୍କୁ ଲଞ୍ଚ କରିଥିଲେ ଯିଏକି ଜଣେ କୋରିୟୋଗ୍ରାଫର ଅଟନ୍ତି । କିନ୍ତୁ କିଛି ସମୟ ପରେ ଦୁଇ ଜଣଙ୍କର ରାସ୍ତା ଅଲଗା ହୋଇଗଲା ।

ୟୁଲିୟା ବଂତୂର

ଗତ କିଛି ସମୟ ହେବ ସଲମାନଙ୍କ ଘରେ ବିଦେଶୀ ମଡେଲ ୟୁଲିୟା ବଂତୂରଙ୍କର ଲଗାତାର ଯିବା ଆସିବା ରହିଛି । ୟୁଲିୟା ବଂତୂର ସଲମାନ ଖାନଙ୍କ ଘରେ ହେଉଥିବା ସବୁ ଫଙ୍କସନରେ ବି ନଜର ଆସିଥାନ୍ତି । ସଲମାନ ଓ ୟୁଲିୟା ବଂତୂରଙ୍କ ବାହାଘରର ଖବର ସାମ୍ନାକୁ ଆସିଥାଏ କିନ୍ତୁ ସଲମାନ ସବୁବେଳେ ଏଥିରୁ ଦୂରେଇ ରୁହନ୍ତି ।