ଏହି ରାଶିର ଲୋକମାନଙ୍କୁ କେବେ ବି ପିନ୍ଧିବା ଉଚିତ ନୁହେଁ କଳା ଫିତା ନହେଲେ …

ସାଧାରଣତଃ ଉଭୟ ପୁଅ ଓ ଝିଅମାନେ ନିଜ ହାତ ବା ଗୋଡରେ କଳା ଫିତା ବାନ୍ଧିଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ କହିବୁ କେଉଁ ସବୁ ରାଶିମାନଙ୍କୁ କଳା ଫିତା ପିନ୍ଧିବା ଉଚିତ ନୁହେଁ । ଏହି ରାଶି ଗୁଡିକ କଳା ଫିତା ପିନ୍ଧିଲେ ସେମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିପାରେ ଓ ଆସୁଥିବା ଜୀବନରେ ସେମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । କାରଣ ଆପଣ ପିନ୍ଧି ଥିବା କଳା ଫିତା ଆପଣଙ୍କ ରାଶି ପାଇଁ ବିପରୀତ ପ୍ରଭାବ ପକାଇଥାଏ ।

ତେଣୁ ଆଜି ଆମେ ଆପଣଙ୍କୁ ଯେଉଁ ସବୁ ରାଶି ବିଷୟରେ କହିବୁ, ସେହି ରାଶି ଥିବା ଲୋକମାନେ ନିଜ ହାତ ବା ଗୋଡରୁ କଳା ଫିତା ତୁରନ୍ତ କାଢି ଦିଅନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ରାଶି ଗୁଡିକ ବିଷୟରେ ।

୧. ମେଷ ରାଶି

ମେଷ ରାଶିର ଲୋକମାନଙ୍କୁ କେବେ ବି କଳା ଫିତା ଧାରଣ କରିବା ଉଚିତ ନୁହେଁ । ଏହାର କାରଣ ହେଉଛି ମେଷର ସ୍ଵାମୀ ମଙ୍ଗଳ ହୋଇଥାନ୍ତି, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନଟି ହନୁମାନଙ୍କର ପବିତ୍ର ଦିନ ହୋଇଥାଏ । ହନୁମାନଙ୍କୁ ନାରଙ୍ଗି ବା ଲାଲ ରଙ୍ଗ ପସନ୍ଦ ଅଟେ । ତେଣୁ ମେଷ ରାଶିର ଲୋକମାନଙ୍କୁ କେବଳ ରକ୍ଷାସୂତ୍ର ବା ମଉଲି ହାତରେ ବାନ୍ଧିବା ଉଚିତ ।

ଯଦି ସେମାନେ କଳା ଫିତା ପିନ୍ଧିବେ ତେବେ ସେମାନଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପଡିବ । ଯାହାଫଳରେ ଆଗାମୀ ଭବିଷ୍ୟତରେ ସେମାନଙ୍କୁ ବିଭିନ୍ନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ତେଣୁ ଯଦି ଆପଣଙ୍କର ମେଷ ରାଶି ଅଟେ ତେବେ ଆପଣ କଳା ଫିତାଠୁ ଦୂରରେ ରହିବା ଉଚିତ ।

୨. ବିଛା ରାଶି

ବିଛା ରାଶିର ଲୋକମାନଙ୍କୁ କଳା ଫିତା ଠାରୁ ଦୂରରେ ରହିବା ଉଚିତ । କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ବିଛା ରାଶି ଅଟେ ତେବେ ସେହି ବ୍ୟକ୍ତିକୁ ଖାସ କରି ମହିଳା ମାନଙ୍କୁ କଳା ଫିତା ପିନ୍ଧିବା ଅନୁଚିତ ଅଟେ । ସାଧାରଣତଃ ମହିଳାମାନେ କଳା ଫିତାକୁ ନିଜ ଗୋଡରେ ଓ ପୁରୁଷମାନେ ଏହାକୁ ହାତରେ ଧାରଣ କରିଥାନ୍ତି ।

ଯଦି ଆପଣଙ୍କ ଜୀବନରେ କୌଣସି ଅସୁବିଧା ହେଉଛି ଯାହା ପାଇଁ ଆପଣ ଚିନ୍ତିତ ଅଛନ୍ତି ତେବେ ଏହାର ମୁଖ୍ୟ କାରଣ ହେଉଛି ଏହି କଳା ଫିତା । ତେଣୁ ଆପଣ ଯଦି ଏହାକୁ ଧାରଣ କରିଛନ୍ତି ତେବେ ଯଥା ଶୀଘ୍ର ଏହାକୁ ନିଜ ଦେହରୁ ଅଲଗା କରନ୍ତୁ । ଯଦି ଆପଣ ଉନ୍ନତି ପାଇଁ କିଛି ଧାରଣ କରିବାକୁ ଚାହୁଁଛନ୍ତି ତେବେ ଆପଣ ମଉଲି ବା ରକ୍ଷାସୂତ୍ର ନିଜ ହାତରେ ପିନ୍ଧି ପାରିବେ ।

ଏହି ଦୁଇଟି ରାଶିର ଲୋକମାନେ କଳା ଫିତାରୁ ଦୂରେଇ ରୁହନ୍ତୁ, କାରଣ ଏହା ଆପଣଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପକାଇବା ସହ ଆପଣଙ୍କର ଆସୁଥିବା ଜୀବନରେ ବିଭିନ୍ନ ସମସ୍ୟା ସୃଷ୍ଟି କରାଇଥାଏ ।