ଇଟାଲୀର ଏହି ସହରରେ ଯାଇ ରହିଲେ ଆପଣଙ୍କୁ ମିଳିବ 7 ଲକ୍ଷ ଟଙ୍କା, ହେବ ନାହିଁ କୌଣସି ଅସୁବିଧା, ଜାଣନ୍ତୁ କାହିଁକି

ବିଦେଶ ରେ ଯାଇଁ ରହିବାର ସ୍ଵପ୍ନ ବହୁତ ଲୋକ ଦେଖୁଥିବେ, କିନ୍ତୁ ସେଠାକୁ ଯିବାର ସ୍ଵପ୍ନ କିଛି ଲୋକଙ୍କର ତ ସାକାର ହୋଇଥାଏ କିନ୍ତୁ ଆଉ କିଛି ଲୋକଙ୍କର ଏହି ସ୍ଵପ୍ନ ସ୍ଵପ୍ନରେ ହିଁ ରହିଯାଏ । କିନ୍ତୁ ଆମେ ଆପଣଙ୍କୁ ଏକ ଏମିତି ବିଦେଶୀ ସହର ବିଷୟରେ ଜଣାଇବୁ ଯିଏ ଲୋକଙ୍କୁ ନିଜ ସହରରେ ଆସି ରହିବା ପାଇଁ କେବଳ ତାଙ୍କର ଧନ୍ୟବାଦ କରିବ ନାହିଁ, ବରଂ ତାଙ୍କୁ ପଇସା ମଧ୍ୟ ଦେଉଛି ।

ଚମକି ଗଲେ ନା ଆପଣ? ଆପଣଙ୍କୁ ଲାଗୁଥିବ ଏହା ମିଛ । ତେବେ ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଏହା କୌଣସି ମିଛ ନୁହେଁ ଏହା ବିଲକୁଲ ସତ ଅଟେ । ତେବେ ଚାଲନ୍ତୁ ଜାଣିବା ସେହି ସହର ବିଷୟରେ ।

ଇଟାଲୀ ନାମ ତ ଆପଣ ଶୁଣିଥିବେ ଓ ଆମେ ଯେଉଁ ସହର ବିଷୟରେ କଥା ହେଉଛୁ ତାହା ଇଟାଲୀ ରେ ହିଁ ଅଛି । ଜଣାଇ ଦେଉଛୁ କି ଇଟାଲୀ ରେ ଏକ ସହର ଅଛି ଲୋକାନା, ସେଠାକାର ମେୟର ଲୋକଙ୍କୁ ନିଜ ସହରରେ ଆସି ରହିବାର ନିମନ୍ତ୍ରଣ ଦେଉଛନ୍ତି ଓ କେବଳ ଏତିକି ନୁହେଁ ଏହା ବଦଳରେ ସେ ସେଠାରେ ରହିବା ଲୋକଙ୍କୁ 10000 ଡଲାର ବା ପାଖା ପାଖି 7 ଲକ୍ଷ ଟଙ୍କା ଧନରାଶି ମଧ୍ୟ ଦେଉଛନ୍ତି ।

ଏହା ସହିତ ସେଠାକାର ସ୍ଥାନୀୟ ପ୍ରଶାସନ ସେଠାରେ ରହିବା ପାଇଁ ଆପଣଙ୍କୁ ବହୁତ ସୁବିଧା ଉପଲବ୍ଧ କରାଇବ । ଜଣାଇ ଦେଉଛୁ କି ଏହି ସହର ଫ୍ରାନ୍ସ ଓ ସ୍ଵିଜରଲ୍ୟାଣ୍ଡ ର ସୀମାରେ ଅବସ୍ଥିତ ।

ଏବେ ଆପଣଙ୍କ ମୁଣ୍ଡରେ ତ ଏ ପ୍ରଶ୍ନ ନିଶ୍ଚୟ ଆସୁଥିବ କି ଏହାର କାରଣ କଣ? ତେବେ ମସ୍ତିସ୍କରେ ଏତେ ଜୋର ଦିଅନ୍ତୁ ନାହିଁ ଆମେ ତାହା ବି ଆପଣଙ୍କୁ ଜଣାଇ ଦେଉଛୁ । ଜଣାଇ ଦେଉଛୁ କି ଇଟାଲୀ ରେ ଲୋକାନା ନାମର ଏକ ସହର ଅଛି ଯିଏ ନିଜର କମ ଜନଜାତି ପାଇଁ ଚିନ୍ତିତ ଅଛି ।

ସେଠାକାର ସମୁଦାୟ ବିଲୁପ୍ତ ହେବାକୁ ବସିଛି । ଯେଉଁ କାରଣରୁ ସେଠାକାର ମେୟର ଏପରି ନିଷ୍ପତ୍ତି ନେଇଛନ୍ତି । ପାହାଡୀ ପୀଡମଣ୍ଡ ରେ ଅବସ୍ଥିତ ସୌନ୍ଦର୍ଜ୍ୟରେ ପରିପୂର୍ଣ୍ଣ ଲୋକାନା ରେ ଯାଇ ରହିବା ଲୋକଙ୍କୁ 10000 ଡଲାର ହାରାହାରି ତିନି ମାସରେ ଦିଆଯିବ ।

ତାଙ୍କ ଦ୍ଵାରା ଦିଆଯାଇଥିବା ଅଫର ଭଲ ତ ଅଟେ କିନ୍ତୁ ଦେଖିବାକୁ ପଡିବ କି ଏହା କେତେ ସଫଳ ହେଉଛି । ଯଦି ଆପଣ ବିଦେଶରେ ଯାଇଁ ରହିବା ବିଷୟରେ ଭାବୁଛନ୍ତି ତେବେ ଏହା ଏକ ଭଲ ବିକଳ୍ପ ଅଟେ ତା ସହିତ ଯେଉଁ ଲୋକ ଶାନ୍ତି ଓ ନେଚର କୁ ଭଲ ପାଆନ୍ତି ଏହା ତାଙ୍କର ଡ୍ରିମ ଲ୍ୟାଣ୍ଡ ହୋଇପାରେ ।