ବିବାହିତ ହେବା ସତ୍ତ୍ୱେ ବି ଏହି ମହିଳାମାନଙ୍କୁ କୁହାଯାଏ କୁଆଁରୀ, ଆଶ୍ଚର୍ଯ୍ୟ କରିଦେବ ଏହି କାହାଣୀ

ହିନ୍ଦୁ ଧର୍ମ ଅନୁସାରେ ଯେତେବେଳେ କୌଣସି ଝିଅର ଥରେ ବିବାହ ହୋଇଯାଏ ତେବେ ତାକୁ କୁଆଁରୀ କୁହାଯାଇ ନ ଥାଏ । ଯଦି ସେ ବିବାହ ପରେ ଅଲଗା ବି ରହୁଛି ତେବେ ମଧ୍ୟ ତାକୁ କୁଆଁରୀ କୁହାଯାଏ ନାହିଁ । ଅର୍ଥାତ ବିବାହ ପରେ ଝିଅମାନଙ୍କର କୁମାରୀତ୍ତ୍ଵ ଶେଷ ହୋଇଯାଏ । କିନ୍ତୁ ଆମ ପୁରୁଣାରେ ଏମିତି କେତେକ ମହିଳାଙ୍କ ବିଷୟରେ କୁହାଯାଇଛି, ଯେଉଁମାନଙ୍କର ବିବାହ ହେବା ପରେ ବି ସେମାନଙ୍କୁ କୁଆଁରୀ କୁହାଯାଏ । ତେବେ ଚାଲନ୍ତୁ ଆପଣଙ୍କୁ ଏହି ମହିଳାଙ୍କ ବିଷୟରେ ବିସ୍ତାର ରୂପରେ କହିଦେଉଛୁ ।

୧. ଅହଲ୍ୟା

ଏହି ଲିସ୍ଟରେ ସର୍ବ ପ୍ରଥମ ନାମ ଅହଲ୍ୟା ଅଟେ । କହିଦେଉଛୁ କି ଦିନେ ଗୌତମ ଋଷି ସକାଳେ ସ୍ନାନ କରିବା ଓ ପୂଜା କରିବା ପାଇଁ ଘରୁ ବାହାରକୁ ଯାଇଥିଲେ ଓ ସେହି ସମୟରେ ଇନ୍ଦ୍ରଦେବ ତାଙ୍କର ରୂପ ଧାରଣ କରି ସେଠାରେ ପହଞ୍ଚିଲେ । ଏହା ପରେ ଇନ୍ଦ୍ରଦେବ ଅହଲ୍ୟାଙ୍କ ସହ ସମ୍ବନ୍ଧ ବି କରି ନେଲେ ଓ ଠିକ ସେହି ସମୟରେ ଗୌତମ ଋଷି ବି ସେଠାରେ ପହଞ୍ଚିଲେ ।

ଯାହା ପରେ ଅହଲ୍ୟା ନିଜ ସ୍ଵାମୀଙ୍କୁ ସବୁ କଥା କହିଲେ । ଅହଲ୍ୟା ନିଜ ସ୍ଵାମୀଙ୍କ ପ୍ରତି ପୁରା ନିଷ୍ଠାବାନ ଥିଲେ ମାନେ ସେ ଇନ୍ଦ୍ରଦେବଙ୍କୁ ଗୌତମ ଋଷି ଭାବି ତାଙ୍କ ସହିତ ସମ୍ବନ୍ଧ କରିଥିଲେ । ଏମିତିରେ କୌଣସି ବି ପ୍ରକାରରେ ଅହଲ୍ୟାଙ୍କର ପବିତ୍ରତା ଭାଙ୍ଗି ନ ଥିଲା ଓ ଏହି କାରଣରୁ ତାଙ୍କୁ କୁମାରୀ କୁହାଯାଏ ।

୨. ମନ୍ଦୋଦରୀ

ଯଦି ପୁରାଣ ପଢିବେ ତେବେ ଜାଣି ପାରିବେ କି ମନ୍ଦୋଦରୀର ସୁନ୍ଦରତା ଦେଖି ରାବଣ ତାଙ୍କ ସହିତ ବିବାହ କରିଥିଲେ । କିନ୍ତୁ ରାବଣର ମୃତ୍ୟୁ ହୋଇଗଲା ତେବେ ସେତେବେଳେ ଶ୍ରୀରାମ ବିଭୀଷଣଙ୍କୁ ମନ୍ଦୋଦରୀଙ୍କୁ ଆଶ୍ରୟ ଦେବା ପାଇଁ କହିଲେ ତ ସେ ମାନିଗଲେ । କହିଦେଉଛୁ କି ମନ୍ଦୋଦରୀଙ୍କ ଏହି ଗୁଣ କାରଣରୁ ତାଙ୍କୁ ପବିତ୍ର କୁହାଯାଏ । କହିବାକୁ ଗଲେ ବିଭୀଷଣ ମନ୍ଦୋନ୍ଦରୀଙ୍କୁ ଆଶ୍ରୟ ଦେବା ପରେ ବି ମନ୍ଦୋଦରୀ କେବେ ବି ନିଜର ପବିତ୍ରତା ଭାଙ୍ଗିବାକୁ ଦେଇ ନ ଥିଲେ ଓ ଏହା ହିଁ ତାଙ୍କର କୁମାରୀତ୍ତ୍ଵର ସବୁଠୁ ବଡ ପ୍ରମାଣ ଅଟେ ।

୩. କୁନ୍ତୀ

କହିଦେଉଛୁ କି କୁନ୍ତୀ ଓ ପାଣ୍ଡୁଙ୍କର ବିବାହ ସ୍ଵୟଂବରରେ ହୋଇଥିଲା, ଯେତେବେଳେ ପାଣ୍ଡୁଙ୍କୁ ଏହା ଅଭିଶାପ ମିଳିଥିଲା କି ଯଦି ସେ କୌଣସି ବି ସ୍ତ୍ରୀକୁ ଛୁଇଁବେ ତେବେ ତାଙ୍କର ମୃତ୍ୟୁ ହୋଇଯିବ । ଏମିତିରେ ସେ ସବୁବେଳେ ଚିନ୍ତା କରୁଥିଲେ କି ଯଦି ତାଙ୍କର ମୃତ୍ୟୁ ହୋଇଯିବ ତେବେ କୌରବ ବଂଶ ଶେଷ ହୋଇଯିବ ।

ଏମିତିରେ କୁନ୍ତୀ ପାଣ୍ଡୁଙ୍କ ସହ ସମ୍ବନ୍ଧ କରିବା ବିନା ହିଁ ଧର୍ମ ଦେବଙ୍କ ଠାରୁ ଯୁଧିଷ୍ଠିର, ବାୟୁଦେବଙ୍କ ଠାରୁ ଭୀମ ଓ ଇନ୍ଦ୍ର ଦେବଙ୍କ ଠାରୁ ଅର୍ଜୁନଙ୍କୁ ନିଜର ପୁତ୍ର ରୂପରେ ପାଇଥିଲେ । ଏହି କାରଣ ଅଟେ କି ପାଣ୍ଡୁଙ୍କ ସହ ବିବାହ କରିବା ପରେ ବି କୁନ୍ତୀଙ୍କୁ ପବିତ୍ର କୁହାଯାଏ ।

୪. ଦ୍ରୌପଦୀ

ସମସ୍ତେ ଜାଣିଛନ୍ତି କି ଦ୍ରୌପଦୀଙ୍କର ୫ ଟି ସ୍ଵାମୀ ଥିଲେ ତଥାପି ମଧ୍ୟ ତାଙ୍କୁ କୁମାରୀତ୍ତ୍ଵର ବରଦାନ ମିଳିଥିଲା । ଏହି ବରଦାନ କାରଣରୁ ପାଞ୍ଚ ପାଣ୍ଡବଙ୍କ ସହ ବିବାହ କରିବା ପରେ ବି ଦ୍ରୌପଦୀଙ୍କ କୁମାରୀତ୍ତ୍ଵ ସବୁବେଳେ ସୁରକ୍ଷିତ ଥିଲା ।