ସବୁଦିନ ଏହି ୪ଟି କାମ କରୁଥିବା ଲୋକ ଦୁନିଆକୁ ପ୍ରଥମେ କୁହନ୍ତି ଅଲବିଦା, ଜାଣନ୍ତୁ କଣ ଅଟେ ସେହିସବୁ କଥା

ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ରର ଏକ ମହାନ ବିଦ୍ୱାନ ଥିଲେ । ଚାଣକ୍ୟଙ୍କୁ ନିଜର ନ୍ୟାୟପ୍ରିୟ ଆଚରଣ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ । ଚାଣକ୍ୟ ନୀତିରେ କିଛି ଏମିତି କଥା କୁହାଯାଇଛି ଯାହାକୁ ମାନିଲେ ମଣିଷକୁ ସଫଳ ହେବାରୁ କେହି ଅଟକେଇ ପାରିବେ ନାହିଁ । ଏହି ନୀତି ଗୁଡିକରେ ସୁଖୀ ଜୀବନର ରହସ୍ୟ ଲୁଚି ରହିଛି । ଚାଣକ୍ୟ ନୀତି ଅନୁସାରେ ଜନ୍ମ ଓ ମୃତ୍ୟୁକୁ ନେଇ ବହୁତ ସାରା କଥା କୁହାଯାଇଛି । କୁହାଯାଏ ଯେଉଁ ବ୍ୟକ୍ତି ଜନ୍ମ ନେଇଛି ତାର ମୃତ୍ୟୁ ନିଶ୍ଚିନ୍ତ ।

ଜୋତିଷଙ୍କ ଅନୁସାରେ କିପରି ଜଣେ ନିଜ ମୃତ୍ୟୁର ସଠିକ ସମୟ ଜାଣିପାରିବ ତାହା ଲିଖିତ ଅଛି । ଚାଣକ୍ୟ ଏମିତି କିଛି କାମ ବିଷୟରେ କହିଛନ୍ତି ଯାହାକୁ କରିବା ଦ୍ଵାରା ଆପଣଙ୍କର ମୃତ୍ୟୁ ଜଲ୍ଦି ହୋଇଯିବ । ଆସନ୍ତୁ ଜାଣିବା କଣ ଅଟେ ସେହି କାମ ।

ଯିଏ ନିଜପ୍ରତି ଧ୍ୟାନ ଦିଏନାହିଁ

କିଛି ଲୋକ ଅଛନ୍ତି ନିଜ ଯତ୍ନ ନିଅନ୍ତି ନାହିଁ । ସବୁବେଳେ ଅପରିଷ୍କାର ହୋଇ ବୁଲନ୍ତି । ନିଜ ଦେହର ମଧ୍ୟ ଯତ୍ନ ନିଅନ୍ତି ନାହିଁ । ନିଜକୁ ଘୃଣା କରନ୍ତି । ସେମାନେ ଅନ୍ୟମାନଙ୍କ ତୁଳନାରେ ଜଲ୍ଦି ମୃତ୍ୟୁବରଣ କରିଥାନ୍ତି ।

ଯିଏ ବଡ ମାନଙ୍କୁ ଘୃଣା କରନ୍ତି

ଯିଏ ନିଜକୁ ଖାଲି ଘୃଣା କରେ ନାହିଁ ନିଜଠାରୁ ବଡ ମାନଙ୍କୁ ଅସମ୍ମାନ କରିଥାଏ ଓ ଘୃଣା କରିଥାଏ, ସେହିପରି ଲୋକମାନଙ୍କର ମୃତ୍ୟୁ ମଧ୍ୟ ଜଲ୍ଦି ହୋଇଥାଏ । ଚାଣକ୍ୟ ନୀତି ଅନୁସାରେ ଆପଣ ଯଦି ଆପଣଙ୍କ ଠାରୁ ବଡ ମାନଙ୍କର ସମ୍ମାନ କରିବେ ନାହିଁ ତେବେ ଆପଣଙ୍କୁ ମାନସିକ ହାନି ସହିତ ଶାରୀରିକ ହାନି ମଧ୍ୟ ହେବ ।

ଯିଏ ଗୁରୁଙ୍କୁ ଘୁଣା କରେ

ଯିଏ ନିଜ ଗୁରୁଙ୍କୁ ଘୃଣା କରେ ତାହାର ମୃତ୍ୟୁ ମଧ୍ୟ ଜଲ୍ଦି ହୋଇଥାଏ । ଶାସ୍ତ୍ରରେ ଗୁରୁଙ୍କୁ ଭଗବାନଙ୍କ ସହ ସମାନ କରା ଯାଇଛି । ଗୁରୁଙ୍କ ଅପମାନ କରିବା ଭଗବାନଙ୍କ ଅପମାନ କରିବା ସହ ସମାନ । ଏଥିପାଇଁ ଯଦି ଅପଣ ଆପଣଙ୍କ ଗୁରୁଙ୍କୁ ଘୃଣା କରନ୍ତି ତେବେ ଆପଣଙ୍କର ମାନସିକ ସନ୍ତୁଳନ ଖରାପ ହେଇପାରେ ।

ଯିଏ ବିଦ୍ୱାନଙ୍କ ସହ ଖରାପ ବ୍ୟବହାର କରେ

ଶାସ୍ତ୍ର ଅନୁସାରେ ବିଦ୍ୱାନ ଓ ମହାତ୍ମାଙ୍କୁ ଖରାପ ବ୍ୟବହାର କରିବା ସବୁଠାରୁ ବଡ ପାପ ଅଟେ । ଯେଉଁ ବ୍ୟକ୍ତି ଏହା କରେ ସେ ମୃତ୍ୟୁର ନିକଟତର ହେଇଯାଏ । ଏହି ମାହାପୁରୁଷଙ୍କ ଅଭିଶାପ ବହୁତ ଜଲ୍ଦି ଲାଗିଥାଏ । ସେଥିପାଇଁ କେବେ ବିଦ୍ୱାନଙ୍କ ଅପମାନ କରିବା ଉଚିତ ନୁହେଁ ।