ସାଉଥ ଆକ୍ଟର Jr NTR ଙ୍କ ଲାଇଫ ଷ୍ଟାଇଲ, ଘର ଓ ଗାଡ଼ି, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ସେ

ଏହି ଦୁନିଆରେ ବହୁତ ଲୋକ ଏମିତି ଅଛନ୍ତି ଯିଏ ସଫଳ ହେବାକୁ ଏବଂ ଧନୀ ହେବାପାଇଁ ନିଜର ପୁରା ଜୀବନ ପରିଶ୍ରମ କରିଥାନ୍ତି । କିନ୍ତୁ ତାପରେ ମଧ୍ୟ ସଫଳତା ହାସଲ କରିପାରନ୍ତି ନାହିଁ । କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ଯିଏ କେବେ ମଧ୍ୟ ହାର ମାନନ୍ତି ନାହିଁ ଏବଂ ସଫଳତାକୁ ପ୍ରାପ୍ତ କରିଥାନ୍ତି । ଏମିତି ଲୋକ ଯେତେବେଳେ ସଫଳ ହୋଇଥାନ୍ତି ସେତେବେଳେ ସେମାନେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟି ଥାଆନ୍ତି ।

ଆଜି ଆମେ ଆପଣଙ୍କୁ ସାଉଥ ଇଣ୍ଡଷ୍ଟ୍ରି ର ଜଣେ ସଫଳ ଅଭିନେତା ଯେ ଆର ଏନ ଟି ଆର ଙ୍କ ଲାଇଫଷ୍ଟାଇଲ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା । ଯେ ଆର ଏନ ଟି ଆର ନିଜ ପିଲାଦିନେ ହିଁ ନିଜର ଅଭିନୟ ସ୍କିଲ କୁ ଜାଣିପାରିଥିଲେ ଏବଂ ଏବେଠୁ ହିଁ ନିଜର ସ୍ବପ୍ନ କୁ ପୁରା କରିବାକୁ ଚାହୁଁଥିଲେ । ତାଙ୍କର ପୁରା ନାମ ଅଟେ ନନ୍ଦୁମିରି ତାରକା ରାମା ରାଓ । ତାଙ୍କର ଡାକ ନାମ ଟାଇଗର ଅଟେ ।

ଯେ ଆର ଏନ ଟି ଆର ଙ୍କ ଜନ୍ମ ୨୦ ମଇ ୧୯୮୩ ରେ ହାଇଦ୍ରାବାଦ ରେ ହୋଇଥିଲା । ୨୦୨୦ ଅନୁସାରେ ତାଙ୍କର ବୟସ ୩୭ ବର୍ଷ ଅଟେ । ତାଙ୍କର ପାଠ ପଢା ସେ ଭିଦ୍ୟାରଣ ହାଇ ସ୍କୁଲ ହାଇଦ୍ରାବାଦ ରୁ କରିଥିଲେ ଏବଂ ନିଜର ଆଗକୁ ପାଠ ପଢା ସେ ସେନ ମେରୀ କଲେଜ ହାଇଦ୍ରାବାଦ ରୁ କରିଥିଲେ । ଯେ ଆର ଏନ ଟି ଆର କୁ ପିଲାଦିନୁ ହିଁ ଅଭିନୟ କରିବାର ଶୋକ ରହିଥିଲା । ଏବଂ ସେ ସେବେଠୁ ହିଁ ଆକ୍ଟର ହେବାକୁ ଚାହୁଁଥିଲେ ।

ସେ ଜଣେ ନିର୍ଦ୍ଦେଶକ, ଡାଇରେକ୍ଟର, ଅଭିନେତା, ଡାନ୍ସର, ସିଙ୍ଗର ଅଟନ୍ତି । ୧୯୯୧ ରେ ସେ ପ୍ରଥମ ଥର ପାଇଁ ତେଲୁଗୁ ଇଣ୍ଡଷ୍ଟ୍ରି ରେ ଚାଇଲ୍ଡ ଆକ୍ଟର ଭାବେ କାମ କରିଥିଲେ । ତାଙ୍କର ପ୍ରଥମ ମୁଭି ର ନାମ ଥିଲା ବିଶ୍ଵାମିତ୍ର । ୧୯୯୬ ରେ ମାତ୍ର ୧୩ ବର୍ଷ ବୟସରେ ଯେ ଆର ଏନ ଟି ଆର ଙ୍କୁ ଦ୍ଵିତୀୟ ଫିଲ୍ମ ରେ କାମ କରିବାକୁ ସୁଯୋଗ ମିଳିଥିଲା ସେହି ଫିଲ୍ମ ର ନାମ ଥିଲା ରାମାୟଣମ । ଏହି ଫିଲ୍ମ ରେ ସେ ରାମ ଭଗବାନ ଙ୍କ ଅଭିନୟ କରିଥିଲେ ।

୨୦୦୧ ରେ ଆସିଥିବା ଫିଲ୍ମ ଷ୍ଟୁଡେଣ୍ଟ ନମ୍ବର ୱାନ ରେ ସେ ହିରୋ ହୋଇଥିଲେ । ଏହା ପରେ ତାଙ୍କର ଲଗାତାର ହିଟ ଫିଲ୍ମ ଆସିଥିଲା । ଯେ ଆର ଏନ ଟି ଆର ଙ୍କୁ ବହୁତ ଆୱାର୍ଡ଼ ମଧ୍ୟ ମିଳିସାରିଛି । ଯେ ଆର ଏନ ଟି ଆର ଙ୍କ ପିତା ଙ୍କ ନାମ ଅଟେ ନନ୍ଦମୁରି ହରେକୃଷ୍ଣ ଏବଂ ମାତା ଙ୍କ ନାମ ଅଟେ ସାଲିନୀ ନନ୍ଦମୁରୀ । ତାଙ୍କର ଦୁଇଟି ଭାଇ ଏବଂ ଗୋଟେ ଭଉଣୀ ଅଛନ୍ତି । ତାଙ୍କର ସ୍ତ୍ରୀ ଙ୍କ ନାମ ଲକ୍ଷ୍ମୀ ଅଟେ । ତାଙ୍କର ଦୁଇଟି ପୁଅ ଅଛନ୍ତି ।

ବଡ଼ ପୁଅ ର ନାମ ନନ୍ଦମୁରି ଅଭୟ ରାମ, ଏବଂ ସାନ ପୁଅ ର ନାମ ଭାର୍ଗବ ରାମ । ଯେ ଆର ଏନ ଟି ଆର ଗୋଟେ ଫିଲ୍ମ କରିବା ପାଇଁ ୧୨ କୋଟି ଟଙ୍କା ନେଇଥାନ୍ତି । ତାଙ୍କର ପୁରା ସମ୍ପତି ୩୮୦ କୋଟି ଟଙ୍କା ଅଟେ । ଯେ ଆର ଏନ ଟି ଆର ହାଇଦ୍ରାବାଦ ରେ ଗୋଟେ ଘରରେ ରହୁଛନ୍ତି ଯାହାର ଦାମ ୮୦ କୋଟି ଟଙ୍କା । ଯେ ଆର ଏନ ଟି ଆର ଙ୍କ ପାଖରେ ବହୁତ ବଡ଼ ବଡ଼ ଗାଡ଼ି ଅଛି ।

ସବୁଠୁ ମହଙ୍ଗା ଗାଡ଼ି ବି ଏମ ଡବୁଲୁ ଅଟେ ଯାହାର ଦାମ ୩ କୋଟି ଟଙ୍କା ଅଟେ । ତାଙ୍କ ପାଖରେ ଲମ୍ୱର୍ଗିନି, ରେଞ୍ଜ ରୋଭର, ଅଡି ପରି ବହୁତ ଦାମୀ ଦାମୀ ଗାଡ଼ି ଅଛି । ଯେ ଆର ଏନ ଟି ଆର ନିଜ ଅଭିନୟ ଦ୍ଵାରା ସମସ୍ତଙ୍କ ହୃଦୟରେ ସବୁବେଳେ ରହିଥାନ୍ତି ।

ତେବେ ଆପଣଙ୍କୁ ଯେ ଆର ଏନ ଟି ଆର ଙ୍କ ଅଭିନୟ ଆପଣଙ୍କୁ କେମିତି ଲାଗେ ଆମକୁ ନିଶ୍ଚୟ ଜଣା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।