ସବୁ ମଣିଷଙ୍କୁ ଭଗବାନ ବିଷ୍ଣୁଙ୍କ ଠାରୁ ଶିଖିବା କଥା ସଫଳତାର ଏହି ମୂଳ ମନ୍ତ୍ର, ଜୀବନକୁ ମିଳିବ ନୂଆ ଦିଗ

ସଫଳତା ଲାଭ କରିବାର ଇଚ୍ଛା ସମସ୍ତଙ୍କର ରହିଥାଏ । କିନ୍ତୁ ସମସ୍ତେ ସଫଳତା ପାଇ ପାରନ୍ତି ନାହିଁ । ସଫଳତା ପାଇବା ପାଇଁ ଜଣେ ବ୍ୟକ୍ତି ମଧ୍ୟରେ ସବୁ ଗୁଣ ରହିବା ଆବଶ୍ୟକ ଯାହା ଦ୍ଵାରା ସେ ଜୀବନରେ ଆଗକୁ ବଢିପାରିବ । ଆଜି ଆମେ ଆପଣଙ୍କୁ ସଫଳତା ଲାଭ କରିବାର ମୂଳ ମନ୍ତ୍ର କହିବୁ ଓ ସମସ୍ତଙ୍କୁ ଭଗବାନ ବିଷ୍ଣୁଙ୍କ ଠାରୁ ସଫଳତାର ମୂଳ ମନ୍ତ୍ର ଶିଖିବା ଆବଶ୍ୟକ ।

ଆପଣ ସମସ୍ତେ ଜାଣିଛନ୍ତି ଭଗବାନ ବିଷ୍ଣୁ ଜଗତର ପାଳନ କର୍ତ୍ତା ଅଟନ୍ତି । ହିନ୍ଧୁ ଧର୍ମ ଅନୁସାରେ ଭଗବାନ ବିଷ୍ଣୁଙ୍କୁ ପରମେଶ୍ଵରଙ୍କ ତିନି ରୂପରୁ ଗୋଟିଏ ରୂପ ବୋଲି କୁହାଯାଏ । ଯଦି ଆପଣଙ୍କୁ ବି ଏକ ସଫଳ ବ୍ୟକ୍ତି ହେବାର ଅଛି ତେବେ ଆପଣଙ୍କୁ ଭଗବାନ ବିଷ୍ଣୁଙ୍କ ଠାରୁ ଶିକ୍ଷା ନେଇ ଆଗକୁ ବଢିବା ଉଚିତ ।

ଭଗବାନ ବିଷ୍ଣୁଙ୍କ ଠାରୁ ଶିଖନ୍ତୁ ସଫଳତାର ମୂଳ ମନ୍ତ୍ର

1. କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଏକ ଭଲ ଗୁଣ ଅଟେ । କିନ୍ତୁ ଅଧିକାଂଶ ଏମିତି ବ୍ୟକ୍ତି ଅଛନ୍ତି ଯେତେବେଳେ ସେମାନେ କାହାର ଉପକାର କରନ୍ତି ବଦଳରେ ତାଙ୍କ ଠାରୁ ମଧ୍ୟ ସାହାଯ୍ୟର ଆଶା ରଖନ୍ତି । ଯଦି ଆମେ ବିଷ୍ଣୁ ପୁରାଣ ଅନୁସାରେ ଦେଖିବା ଭଗବାନ ବିଷ୍ଣୁ କହିଛନ୍ତି କି ମଣିଷକୁ ସବୁବେଳେ ଉପକାର କରିବା ଉଚିତ କିନ୍ତୁ କେବେ କାହାଠାରୁ ଉପକାରର ଆଶା ରଖିବା ଉଚିତ ନୁହେଁ ।

2. ପୁରାଣରେ ଏହି କଥା ମଧ୍ୟ କୁହାଯାଇଛି କି ଯେତେବେଳେ ରାକ୍ଷସମାନେ ବିନାଶ କାମ ଆରମ୍ଭ କରିଥିଲେ ସେତେବେଳେ ସବୁ ଦେବତା ଗଣ ବିଷ୍ଣୁଙ୍କ ଶରଣ ନେଇଥିଲେ । ଭଗବାନ ବିଷ୍ଣୁଙ୍କ ଏହି ସନ୍ଦେଶ ଥିଲା କି ମଣିଷକୁ ସବୁବେଳେ ଧୈର୍ଯ୍ୟର ସହ କାମ କରିବା ଉଚିତ । ଭଗବାନ ବିଷ୍ଣୁ ଧୈର୍ଯ୍ୟ ରଖି ଏହି ସଂସାରର କଲ୍ୟାଣ କରିଥିଲେ । ମଣିଷ ଜୀବନରେ କେବେ ଯଦି କଠିନ ପରିସ୍ଥିତି ଆସେ ତେବେ ତାକୁ ଧୈର୍ଯ୍ୟର ସହ କାମ କରିବା ଉଚିତ ।

3. ଆପଣମାନେ ଦେଖିଥିବେ ବର୍ତ୍ତମାନର ବିବାହ ଅଧିକ ସମୟ ଚାଲୁନାହିଁ । ବିବାହର କିଛି ଦିନ ସବୁ ଠିକ ଠାକ ରହିଥାଏ, କିନ୍ତୁ ପରେ ସେହି ବାହାଘର ଭାଙ୍ଗି ଯାଇଥାଏ । ଏହି ସ୍ଥିତିରେ ଭଗବାନ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ଚର୍ଚ୍ଚା ସବୁ ଧାର୍ମିକ ଗ୍ରନ୍ଥରେ କରା ଯାଇଛି । ସବୁବେଳେ ମଣିଷକୁ ସମ୍ପର୍କର ସମ୍ମାନ ଏପରି କରିବା ଉଚିତ ଯେପରି ଦୁଇଜଣ ହୋଇ ମଧ୍ୟ ସେମାନେ ଏକ ହୋଇ ରହିବେ । ସେଥିପାଇଁ ବିଷ୍ଣୁଙ୍କୁ ଶ୍ରୀ ଲକ୍ଷ୍ମୀ ନାରାୟଣ ମଧ୍ୟ କୁହାଯାଏ ।

4. ଆପଣ ସମସ୍ତେ ଜାଣିଛନ୍ତି ଯେତେବେଳେ ସଂସାରରେ ପାପର ବୋଝ ବଢେ ଭଗବାନ ବିଷ୍ଣୁ ଅବତାର ନେଇ ଆସନ୍ତି । ସମାଜର ମଙ୍ଗଳ ପାଇଁ ମଧ୍ୟ ଅବତାର ନିଅନ୍ତି । ଭଗବାନ ସବୁବେଳେ ସମାଜର ହିତ କଥା ଚିନ୍ତା କରନ୍ତି । ମଣିଷକୁ ମଧ୍ୟ ସମସ୍ତଙ୍କର ମଙ୍ଗଳ ଚିନ୍ତା କରିବା ଆବଶ୍ୟକ ।