ଭାରତରେ ଭୋଟ ଦେଇପାରିବେ ନାହିଁ ଏହି 7 ସୁପରଷ୍ଟାର, ଅକ୍ଷୟଙ୍କ ଠୁ ନେଇ ଦୀପିକାଙ୍କ ପର୍ଯ୍ୟନ୍ତ ବି ଅଛନ୍ତି ଏଥିରେ ସାମିଲ

ଭାରତରେ ବଲିଉଡର କଳାକାର ମାନଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ଭାରତ ରେ ବହୁତ ଲୋକ ହିନ୍ଦୀ ସିନେମା ଦେଖିଥାନ୍ତି । ୧୦୦ ବର୍ଷରୁ ଅଧିକ ସମୟ ଧରି ହିନ୍ଦୀ ଫିଲ୍ମ ଦୁନିଆରେ ଆଦୃତ ହୋଇ ଆସୁଛି । ଏହି କଳାକାର ମାନଙ୍କୁ ଲୋକମାନେ ବହୁତ୍ବ ସନମାନ ଦେଇଥାନ୍ତି । ଏହି ପସନ୍ଦିତା କଳାକାର ମାନଙ୍କ ମଧ୍ୟରୁ କିଛି କଳାକାର ମାନଙ୍କର ଭାରତୀୟ ନାଗରିକତା ନାହିଁ । ତେବେ ଆସନ୍ତୁ ଜାଣିବା ସେହି ୭ ଜଣ ବଲିଉଡ କଳାକାର ମାନଙ୍କ ବିଷୟରେ ଯେଉଁ ମାନଙ୍କର ଭାରତୀୟ ନାଗରିକତା ନାହିଁ ।

ଅକ୍ଷୟ କୁମାର

ଏହି କ୍ରମରେ ପ୍ରଥମ ନାମ ଅକ୍ଷୟ କୁମାରଙ୍କ ନାମ ଆସୁଛି । ଅକ୍ଷୟ କୁମାର ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ୩୦ ବର୍ଷ ପୂରଣ କରିଛନ୍ତି । ୧୯୯୧ ରେ ତାଙ୍କର ଫିଲ୍ମ ସୌଗନ୍ଧ ରିଲିଜ ହୋଇଥିଲା । ଅକ୍ଷୟ କୁମାର ଜଣେ ବଲିଉଡର ପ୍ରସିଦ୍ଧ ଅଭିନେତା ଭାବରେ ଜଣା ଶୁଣା । ତାଙ୍କ ପାଖରେ ଭାରତୀୟ ନାଗରିକତା ନଥିବାରୁ ବହୁତ ବାଦ ବିବାଦ ସୃଷ୍ଟି ହୋଇଛି । ଅକ୍ଷୟ କୁମାରଙ୍କ ପାଖରେ କାନାଡାର ନାଗରିକତା ଅଛି । ତାଙ୍କର ପାସ୍ପୋର୍ଟ ସେହି ଠାରୁ ପଞ୍ଜୀକୃତ ହୋଇଛି । ତାଙ୍କୁ ସମ୍ମାନ ଆକାରରେ କାନାଡାର ନାଗରିକତା ମିଳିଛି ଏବଂ ତାଙ୍କୁ କାନାଡାର ୟୁନିଭର୍ସିଟି ଅଫ ବିଣ୍ଡଶର ତରଫରୁ ଡାକ୍ତରୀର ଡିଗ୍ରୀ ଦିଆ ଯାଇଛି । ଏଥିପାଇଁ ସେ ଭାରତ ରେ ଭୋଟ ଦେବାରୁ ବଞ୍ଚିତ ଅଟନ୍ତି ।

ଦୀପିକା ପାଦୁକୋନ

ଦୀପିକା ପାଦୁକୋନ ବଲିଉଡର ଜଣେ ପ୍ରଷିଦ୍ଧ ଅଭିନେତ୍ରୀ ଅଟନ୍ତି । ଦୀପିକା ବଲିଉଡରେ ୧୩ ବର୍ଷ ହେଲା କାମ କରି ଆସୁଛନ୍ତି । ୨୦୦୭ ରେ ସେ ସାରୁଖାନଙ୍କ ସହ ଫିଲ୍ମ ଓମ ଶାନ୍ତି ଓମରେ ବଲିଉଡ ଜଗତ କୁ ଆସିଥିଲେ । ଦୀପିକା ଡେନମାର୍କରେ ଜନ୍ମ ହୋଇଥିବାରୁ ସେଠାକାର ନାଗରିକତା ସହ ପାସ୍ପୋର୍ଟ ମଧ୍ୟ ଅଛି ।

କ୍ୟାଟ୍ରିନା କେଫ

କ୍ୟାଟ୍ରିନା କେଫ ତାଙ୍କ ସୁନ୍ଦରତା ପାଇଁ ଦର୍ଶକଙ୍କ ମନରେ ଛାଇ ଯାଇଛନ୍ତି । କ୍ୟାଟ୍ରିନାଙ୍କ ପାଖରେ ଭାରତୀୟ ନାଗରିକତା ନାହିଁ । ସେ ହଂକଙ୍ଗରେ ଜନ୍ମ ହୋଇଥିଲେ । ତାଙ୍କ ପିତା କାଶ୍ମୀର ବ୍ୟବସାୟି ଓ ମାତା କେଥଲିକ ଅଟନ୍ତି । କ୍ୟାଟ୍ରିନା ପାଖରେ ବ୍ରିଟିଶ ନାଗରିକତା ଅଛି । ଏଥିପାଇଁ ତାଙ୍କୁ ଭାରତରେ ଭୋଟ ଦେବାର ଅଧିକାର ନାହିଁ ।

ଜ୍ୟାକଲିନ ଫର୍ନାଣ୍ଡିସ

ଜ୍ୟାକଲିନ ଫର୍ନାଣ୍ଡିସ ୧୯୮୫ରେ ମନାମା (ବାହାରିନ ) ରେ ହୋଇଥିଲା । ସେ ୨୦୦୬ ରେ ମିସ ୟୁନିଭର୍ଷ ଶ୍ରୀଲଙ୍କା ହୋଇଥିଲେ । ତାଙ୍କ ପାଖରେ ଶ୍ରୀଲଙ୍କାର ନାଗରିକତା ଅଛି । ତାଙ୍କ ପିତା ଏଳରୋଏ ଫର୍ନାଣ୍ଡିସ ଶ୍ରୀଲକାନ ଅଟନ୍ତି ଓ ତାଙ୍କ ମାତା ମାଲେସିଆନ ଅଟନ୍ତି । ଜ୍ୟାକଲିନ ୨୦୦୯ ରେ ଆଲଦିନ ଫିଲ୍ମ ଦ୍ଵାରା ବଲିଉଡକୁ ଆସିଥିଲେ ।

ନର୍ଗିସ ଫାକରି

ନାର୍ଗିସ ଫାକରି ୧୬ ବର୍ଷ ବୟସରୁ ମଡେଲିଙ୍ଗ ଆରମ୍ଭ କରିଥିଲେ । ନାର୍ଗିସଙ୍କର ଜନ୍ମ ଆମେରିକାର ନ୍ୟୁୟର୍କରେ ହୋଇଥିଲା । ତାଙ୍କ ପାଖରେ ଆମେରିକାର ନାଗରିକତା ଅଛି ।

ଆଲିୟା ଭଟ୍ଟ

ଆଲିଆ ଭଟଙ୍କ ପାଖରେ ଭାରତୀୟ ନାଗରିକତା ନାହିଁ । ତାଙ୍କ ପାଖରେ ବ୍ରିଟିଶ ନାଗରିକତା ଅଛି ଓ ବ୍ରିଟେନର ପାସ୍ପୋର୍ଟ ଅଛି । ଆଲିୟାଙ୍କ ମାତା ସୋନି ରାଜଦାନ ବର୍ମିଂହାମର ନାଗରିକ ଅଟନ୍ତି ।

ସନି ଲିୟୋନି

ସନି ଲିୟୋନି ପ୍ରଥମେ ପର୍ଣ୍ଣ ଫିଲ୍ମରେ କାମ କରୁଥିଲେ । ଏବେ ସେ ବଲିଉଡ ଫିଲ୍ମ ରେ କାମ କରୁଛନ୍ତି । ଶନି ସରନିୟା (ଆଣ୍ଟୋରିୟୋ, କାନାଡା )ର ଏକ ଶିଖ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଅସଲି ନାମ କରନଜିତ କୋର ବୋହରା ଅଟେ । ତାଙ୍କ ପାଖରେ ମଧ୍ୟ ଭାରତୀୟ ନାଗରିକତା ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।