ନିଜ ପାର୍ଟନରଙ୍କ ନାମର Tattoo ବନେଇ ପସ୍ତେଇଲେ Bollywood ର ଏହି 5 Actress, ବ୍ରେକପ ପରେ ଭାରି ପଡିଗଲା

ଦୁନିଆର ପ୍ରତ୍ଯେକ ମଣିଷ କେବେ ନା କେବେ ପ୍ରେମରେ ନିଶ୍ଚୟ ପଡନ୍ତି । ଆଉ ପ୍ରେମରେ ବ୍ୟକ୍ତି ସବୁ ଭୁଲିଯାନ୍ତି ବୋଲି କୁହାଯାଏ । ନିଜ ସାଥିଙ୍କ ପ୍ରତି ନିଜ ପ୍ରେମ ଜତାଇବା ପାଇଁ ସମସ୍ତେ କିଛି ନା କିଛି କରନ୍ତି । ସେହିପରି ଆମେ ଆପଣଙ୍କୁ କିଛି ବଲିଉଡ କଳାକାରଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ପାର୍ଟନରଙ୍କୁ ଖାସ୍ ଅନୁଭବ କରାଇବା ପାଇଁ ଟାଟୁର ସାହାରା ନେଇଥିଲେ । କିନ୍ତୁ ବ୍ରେକଅଫ ପରେ ଏଥିପାଇଁ ତାଙ୍କୁ ଖୁବ୍ ପସ୍ତାଇବାକୁ ପଡିଥିଲା । ଆଉ ପରେ ସେ ଟାଟୁ ହଟାଇ ନେଇଥିଲେ ।

ଏମି ଜାକ୍ସନ

ବଲିଉଡରେ ଅନେକ ଫିଲ୍ମରେ କାମ କରି ସାରିଥିବା ଏମି ଜାକ୍ସନଙ୍କ ନାମ ଗୋଟେ ସମୟରେ ଅଭିନେତା ପ୍ରତୀକ ବାବରଙ୍କ ସହ ଯୋଡି ହୋଇଥିଲା । ଏମି ନିଜ ପ୍ରେମ ଜତାଇବା ପାଇଁ ନିଜ ହାତରେ ପ୍ରତୀକଙ୍କ ନାମରେ ଟାଟୁ କରିଥିଲେ । ସେ ଲେଖିଥିଲେ କି, “ମେରା ପ୍ୟାର ମେରା ପ୍ରତୀକ” । ତେବେ ପ୍ରେମର ଏହି ନିଶାନିଙ୍କୁ ବ୍ରେକଅଫ ପରେ ଏମି ନିଜ ହାତରୁ ହଟାଇ ଦେଇଥିଲେ ।

ପ୍ରତୀକ ବାବର

ଯେଉଁ ପ୍ରକାର ଏମି ଜାକ୍ସନ ନିଜ ପ୍ରେମ ପ୍ରକାଶ କରିଥିଲେ ସେହିପରି ପ୍ରତୀକ ବାବର ମଧ୍ୟ ଏମିଙ୍କ ପାଇଁ କରିଥିଲେ । ପ୍ରତୀକ ମଧ୍ୟ ନିଜ ହାତରେ ଏମିଙ୍କ ନାମର ଟାଟୁ କରିଥିଲେ । ସେ ମଧ୍ୟ ଲେଖିଥିଲେ, “ମେରା ପ୍ୟାର ମେରି ଏମି” । ତେବେ ଯେଉଁ ପ୍ରକାର ବ୍ରେକଅଫ ପରେ ଏମି ଟାଟୁ ହଟାଇ ନେଇଥିଲେ ସେହି ପ୍ରକାର ପ୍ରତୀକ ମଧ୍ୟ ଏମିଙ୍କ ନାମର ଟାଟୁ ନିଜ ହାତରୁ ହଟାଇ ନେଇଥିଲେ ।

ପାରସ ଛାବରା

ପାରସ ଜଣେ ଟିଭି ଅଭିନେତା ଅଟନ୍ତି, ଯିଏ ଟିଭିର ଲୋକପ୍ରିୟ ରିୟାଲିଟି ଶୋ ‘ବିଗ୍ ବସ୍’ ରେ ନଜର ଆସିଥିଲେ । ଗୋଟେ ସମୟରେ ସେ ଆକାଂକ୍ଷା ପୁରୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ । ସେ ମଧ୍ୟ ନିଜ ଗାର୍ଲଫ୍ରେଣ୍ଡଙ୍କ ନାମର ଟାଟୁ ନିଜ ହାତରେ ଲେଖିଥିଲେ । ତେବେ ଏହି ଦୁହିଁଙ୍କର ମଧ୍ୟ ବ୍ରେକଅଫ ହୋଇ ଯାଇଥିଲା । ଆଉ ପରେ ସେ ନିଜ ହାତରୁ ଟାଟୁ ମଧ୍ୟ ହଟାଇ ନେଇଥିଲେ ।

ସୁଜେନ ଏବଂ ରିତିକ ରୋଶନ

ହିନ୍ଦୀ ସିନେମାର ସୁପରଷ୍ଟାର ରିତିକ ରୋଶନଙ୍କ ପୂର୍ବ ପତ୍ନୀ ହେଉଛନ୍ତି ସୁଜେନ ଖାନ । ସୁଜେନ ଓ ରିତିକ ଦୁହେଁ ନିଜ ହାତରେ ଷ୍ଟାର ପ୍ରତୀକର ଏକାଭଳି ଟାଟୁ ନିଜ ହାତରେ କରିଥିଲେ । ୨୦୦୦ ମସିହାରେ ସେମାନେ ଦୁହେଁ ବିବାହ କରିଥିବା ବେଳେ ୨୦୧୪ରେ ସେମାନଙ୍କର ଛାଡପତ୍ର ହୋଇ ଯାଇଥିଲା । ବ୍ରେକଅଫ ପରେ ସୁଜେନ ଏହି ଟାଟୁକୁ ଟିକେ ବଡ ବନେଇ ସେଥିରେ ‘ଫଲୋ ଇୟୋର ସନସାଇନ’ ଲେଖି ଦେଇଥିଲେ ।

ଦୀପିକା ପାଦୁକୋନ

ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନନଅକା ନାମ ଏକ ସମୟରେ ଅଭିନେତା ରଣବୀର କପୁରଙ୍କ ସହ ଯୋଡି ହୋଇଥିଲା । ତାଙ୍କ ଯୋଡି ଖୁବ୍ ଚର୍ଚ୍ଚାରେ ମଧ୍ୟ ରହୁଥିଲା । ସେମାନେ ଖୁବ୍ ସିରିୟସ ରେଲେସନସିପରେ ଥିବା ବେଳେ ଦୀପିକା ରଣବୀରଙ୍କ ନାମ ନିଜ ବେକ ପଛରେ ‘RK” ବୋଲି ଟାଟୁ କରିଥିଲେ । କିନ୍ତୁ ସେମାନଙ୍କର ପରେ ବ୍ରେକଅଫ ହୋଇ ଯାଇଥିଲା ଓ ଦୀପିକା ମଧ୍ୟ ନିଜ ବେକରୁ ସେହି ଟାଟୁ ହଟାଇ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।