TV ର ଏହି 10 ଜଣ ହିରୋଇନ ନିଜର ରିଲ ଲାଇଫ ସ୍ଵାମୀଙ୍କୁ ହିଁ ବନାଇଲେ ନିଜର ରିଅଲ ଲାଇଫ ସ୍ଵାମୀ, 1 ନମ୍ବର ଯୋଡି ଥିଲା ସମସ୍ତଙ୍କ ଫେବ୍ରେଟ

ଟିଭି ଜଗତରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ଖୁବ ଚର୍ଚ୍ଚାରେ ରହି ଆସିଛି । ଏଥିରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସାନଦାର ଅଭିନୟରେ ଫ୍ୟାନ୍ସ ମାନଙ୍କ ହୃଦୟରେ ନିଜ ପାଇଁ ଜାଗା ସୃଷ୍ଟି କରି ପାରିଛନ୍ତି । କିଛି ଅଭିନେତ୍ରୀ ମାନେ ବାସ୍ତବ ଜୀବନରେ ସେହି କଳାକାର ମାନଙ୍କ ସହ ବିବାହ କରିଛନ୍ତି ଯେଉଁମାନେ ସିରିଏଲରେ ତାଙ୍କର କୋ- ଷ୍ଟାର ଭୂମିକାରେ ଅଭିନୟ କରିଛନ୍ତି । ଏହି ବିଷୟରେ କିଛି ଅନୋଖା କଥା ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

୧- “ଦିବ୍ୟଙ୍କା ତ୍ରିପାଠୀ ଓ ବିବେକ ଧୟା” : ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା “ୟେ ହେ ମହବତେ” ସିରିଏଲରେ ଦିବ୍ୟଙ୍କା ତ୍ରିପାଠୀ ଓ ବିବେକ ଧୟା ଅଭିନୟ କରୁଥିବା ସମୟରେ ପରସ୍ପରକୁ ଭଲ ପାଇଥିଲେ । ଏହା ପରେ ଦୁହେଁ ୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

୨- “ଶକ୍ତି ଆନନ୍ଦ ଓ ସାହି ଦେୱଧର” : “ସାରା ଆକାଶ” ସିରିଏଲରେ ଅଭିନୟ କରି ସାହି ଦେୱଧର ନିଜ କୋ -ଆକ୍ଟର ଶକ୍ତି ଆନଦଙ୍କ ସହ ୨୦୦୫ରେ ବିବାହ କରିଥିଲେ ।

୩- “ନନ୍ଦେଶ ସନ୍ଧୁ” ଓ “ରଶ୍ମୀ ଦିସାଇ” : ସିରିଏଲ “ଉତ୍ତରନ” ରେ ନଦେଶ ସନ୍ଧୁ ଓ ରଶ୍ମୀ ଦିଶାଇଙ୍କର ସୁଟିଙ୍ଗ ସେଟରେ ଦେଖା ହୋଇଥିଲା ଓ ସେହି ସମୟରେ ଦୁହେଁ ପରସ୍ପରକୁ ଭଲ ପାଇଥିଲେ । ୨୦୧୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

୪-  “ଅଭିନାଶ ସଚଦେବ” ଓ “ସାଲମଲ୍ଲୀ ଦିଶାଇ” : ସିରିଏଲ “ଇସ ପ୍ୟାର କୋ କ୍ଯା ନାମ ଦୂଉଁ”ରେ ଦୁହେଁ ଭାଉଜ ଓ ଦିଅର ଚରିତ୍ରରେ ଅଭିନୟ କରିଥିଲେ । ସେହି ସମୟରେ ଦୁହିଙ୍କର ମନ ମିଶିଥିଲା ଓ ୨୦୧୫ରେ ବିବାହ କରିଥିଲେ ।

୫- “ଇନ୍ଦ୍ରଣୀୟ ସେନ ଗୁପ୍ତା” ଓ “ବରଖା ବେଷ୍ଟ”: “ପ୍ୟାର କା ଦୋ ନାମ ଏକ ରାଧା ଏକ ଶ୍ୟାମ” ସିରିଏଲରେ ଅଭିନୟ କରି ପରସ୍ପରକୁ ଭଲ ପାଇଥିଲେ । ଦୁହେଁ ଦୁଇ ବର୍ଷ ପରସ୍ପରକୁ ଡେଟ କରି ପରେ ମ୍ୟାରେଜ କରିଥିଲେ ।

୬- “କିରଣ କର୍ମାକର” ଓ “ରିଙ୍କୁ ଧୱନ” : “କାହାନୀ ଘର ଘର କି” ସିରିଏଲର ସୁଟିଙ୍ଗ ସେଟରେ ଅଭିନୟ କରି ଦୁହେଁ ପରସ୍ପରକୁ ଭଲ ପାଇଥିଲେ । ଏହା ପରେ ୨୦୦୧ରେ ମ୍ୟାରେଜ କରିଥିଲେ ।

୭- “ଅର୍ଜୁନ ପୁଞ୍ଜ” ଓ “ଗୋରବିତ କୋହଲି”: “ସଞ୍ଜିବିନି” ସିରିଏଲର ସେଟରେ ଦୁହିଙ୍କର ଭେଟ ହୋଇଥିଲା । ସେହି ସମୟରେ ଦୁହେଁ ପରସ୍ପରର ପ୍ରେମରେ ପଡି ଯାଇଥିଲେ । ପରେ ୨୦୦୬ ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

୮- “ସଂଜୀବ ଶେଠ” ଓ “ଲତା ଶୱରବାଲ” : “ୟେ ରିସତା କ୍ଯା କେହ ଲାତା ହେ” ସିରିଏଲରେ ପ୍ରଥମ ଥର ପାଇଁ ଦୁହିଙ୍କର ଦେଖା ହୋଇଥିଲା । ସେହି ସମୟରେ ଦୁହେଁ ପ୍ରେମରେ ପଡିଥିଲେ । ପରେ ୨୦୧୦ରେ ବିବାହ ବନ୍ଧନରେ ସବୁ ଦିନ ପାଇଁ ବାନ୍ଧି ହୋଇ ଯାଇଥିଲେ ।

୯- “ମାନବ ଗୋହେଲ” ଓ “ଶ୍ଵେତା କବତ୍ରା” : “କାହାନୀ ଘର ଘର କି” ସିରିଏଲରେ ଦୁହିଙ୍କର ପ୍ରଥମ ଥର ପାଇଁ ଭେଟ ହୋଇଥିଲା । ପରେ ୨୦୦୪ରେ ଦୁହେଁ ପରସ୍ପର ସହ ବିବାହ କରିଥିଲେ ।

୧୦- “ୟଶ ତକ” ଓ “ଗୌରୀ ୟାଦବ” : କୌଣସି ସିରିଏଲକୁ ନେଇ ଦୁହିଙ୍କର ଭେଟ ହୋଇଥିଲା । ପରେ ୨୦୦୧ରେ ଦୁହେଁ ବିବାହ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।