୧ ଘଣ୍ଟା ହସେଇବା ପାଇଁ ୮୦ ରୁ ୯୦ ଲକ୍ଷ ଟଙ୍କା ନେଇଥାଏ, ଏହି କମେଡିଆନ, ନିଜ ରହିଥାଏ ୮ କୋଟି…

୧ ଘଣ୍ଟା ହସାଉଥିବା କପିଲ ସୋନି ଚ୍ୟାନେଲ ଠାରୁ ପାଖା ପାଖି ୮୦-୯୦ ଲକ୍ଷ ଟଙ୍କା ନେଇଥାନ୍ତି । ଗତ ୧୦ ବର୍ଷରୁ କମେଡି ଦୁନିଆରେ କପିଲ ଏକ ବଡ ସଫଳତା ହାସଲ କରିଛନ୍ତି । ଆଜି ତାଙ୍କ ପାଖରେ ବମ୍ବେ ପରି ମହଙ୍ଗା ସହରରେ ୮ କୋଟି ଟଙ୍କାର ଘର ଅଛି । ଏହି ଘରେ ସେ ତାଙ୍କ ପତ୍ନୀଙ୍କ ସହ ସୁଖମୟ ଜୀବନ ଅତିବାହିତ କରନ୍ତି ।

ଏହି ଘର ଛଡା କପିଲଙ୍କ ପାଖରେ ରେଞ୍ଜ ରୋଭର ଓ ମର୍ସଡିଜ ପରି ମହଙ୍ଗା ଗାଡି ମଧ୍ୟ ଅଛି । ସେ ସ୍ଟେଜ ଶୋ କରିବା ଛଡା କମ୍ପାନୀ ଠାରୁ ମଧ୍ୟ ଭଲ ଟଙ୍କା କମେଇଥାନ୍ତି । ସୂତ୍ରରୁ ଜଣା ପଡିଛି କି କପିଲ ସ୍ଟେଜ ଶୋ ପାଇଁ ୭୫ ଲକ୍ଷ ଟଙ୍କା ନିଅନ୍ତି ଓ ତାଙ୍କ ସମ୍ପତ୍ତି କୌଣସି ଅଭିନେତାର ସମ୍ପତ୍ତି ଠାରୁ କମ ନୁହେଁ ।


କପିଲ ଟିଭି ଶୋ କରିବା ଛଡା, ବଲିଉଡ୍ ରେ କେତେକ ଫିଲ୍ମ ମଧ୍ୟ କରିଛନ୍ତି । କମେଡିଆନମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଲୋକପ୍ରିୟତା ହେଉଛି କପିଲଙ୍କର । କାରଣ ଲୋକମାନେ ତାଙ୍କର କମେଡିକୁ ବହୁତ ଏଞ୍ଜୟ କରନ୍ତି ।

ସାଧାରଣ ଲୋକମାନେ ଦିନ ସାରା କାମ କରି ରାତିରେ ଘରକୁ ଫେରନ୍ତି, ଘରେ ଫ୍ରେସ ହୋଇ ଖାଇବା ପରେ କପିଲଙ୍କ ଶୋ ତାଙ୍କର ସବୁ କଷ୍ଟକୁ ଦୂର କରିଦିଏ । କାରଣ ଏହି ଶୋ ରେ କପିଲ କମେଡି ମାଧ୍ୟମରେ ଲୋକମାନଙ୍କୁ ବହୁତ ହସାଇଥାନ୍ତି । ସେଥିପାଇଁ ସୋନି ଚ୍ୟାନେଲରେ ତାଙ୍କର ଡିମାଣ୍ଡ ବହୁତ ଅଧିକ ।