ଏହି ୩ ଟି ପ୍ରଶ୍ନ ନିଶ୍ଚିନ୍ତ ପଚାରନ୍ତୁ ନିଜ ପାର୍ଟନରଙ୍କୁ, ଜଣା ପଡିଯିବ ସେ ଆପଣଙ୍କୁ କେତେ ଭଲ ପାଆନ୍ତି

ଆଜି ଆମେ ଆପଣଙ୍କୁ ଏମିତି ତିନୋଟି ପ୍ରଶ୍ନ କହିବୁ, ଯାହାକୁ ଆପଣ ନିଜ ପାର୍ଟନରକୁ ପଚାରି, ଜାଣିପାରିବେ କି ସେ ଆପଣଙ୍କୁ କେତେ ଭଲ ପାଉଛନ୍ତି । ଏହି ତିନୋଟି ପ୍ରଶ୍ନ ସାଇକୋଲୋଜିର ଅଟେ, ତେଣୁ ଭଲ ଭାବରେ ଏହି ପ୍ରଶ୍ନ ବିଷୟରେ ବୁଝିଯାନ୍ତୁ । ସାଧାରଣତଃ ଆଜିକାଲି ପ୍ରେମୀ ଯୁଗଳ ବା ବୈବାହିକ ଜୀବନରେ ବହୁତ ବାଦବିବାଦ ସୃଷ୍ଟି ହେଉଛି । ଯାହାଫଳରେ ସେମାନେ ଅଲଗା ହୋଇଯାଉଛନ୍ତି ।

ହେଲେ ଯଦି ଆପଣ ନିଜ ପାର୍ଟନରଙ୍କ ବିଷୟରେ ଆଗରୁ ଜାଣିଦେବେ, ତେବେ ଆପଣ ତାର ଚିନ୍ତାଧାରାକୁ ସୁଧାରି ପାରିବେ । ତେଣୁ ପ୍ରଥମେ ଆପଣ ଏହି ପ୍ରଶ୍ନ ମାଧ୍ୟମରେ ତାର ମନର କଥାକୁ ଜାଣନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ବିଷୟରେ ।

୧. ପ୍ରଥମ ପ୍ରଶ୍ନ ହେଉଛି ମୋତେ ତମେ କାହିଁକି ଭଲ ପାଉଛ ? ଆପଣ ଏହି ପ୍ରଶ୍ନକୁ ନିଜ ପାର୍ଟନରଙ୍କୁ ପଚାରନ୍ତୁ, ଯଦି ଆପଣଙ୍କ ପାର୍ଟନର କହିବ ଆପଣଙ୍କ ସୁନ୍ଦରତା ବା ଆପଣଙ୍କ ଗୁଣ ଆଦିକୁ ଦେଖି ସେ ଆପଣଙ୍କୁ ଭଲ ପାଉଛି, ତେବେ ଜାଣି ଯାନ୍ତୁ ସେ ଆପଣଙ୍କୁ ଭଲ ପାଉନାହିଁ । କାରଣ ଯଦି ଭବିଷ୍ୟତରେ ଆପଣଙ୍କ ସୁନ୍ଦରତା ବା ଗୁଣ ବଦଳିଯିବ, ତେବେ ସେ କଣ ଆଉ ଭଲ ପାଇବ ।

ହେଲେ ଯଦି ସେ ଆପଣଙ୍କୁ ସଚ୍ଚୋଟ ପ୍ରେମ କରୁଥିବ, ତେବେ ସେ ଏହାର ଉତ୍ତର ଦେଇ କହିବ ‘ଜାଣିନାହିଁ’ । କାରଣ ସେ ଆପଣଙ୍କୁ ଭଲ ପାଉଛି ନିଜ ମନରୁ ।

୨. ଦ୍ଵିତୀୟ ପ୍ରଶ୍ନ ହେଉଛି ଯଦି ତୁମ ପରିବାର ତୁମ ବିବାହ ଅନ୍ୟ କେଉଁଠି କରାଇବେ, ତେବେ ତୁମେ କଣ କରିବ ? ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ସଚ୍ଚୋଟ ପ୍ରେମ କରୁଥିବ, ତେବେ ସେ ଏହାର ଉତ୍ତର ଦେଇ କହିବ ‘କାହାର ଏତେ ସାହସ ନାହିଁ’ । ହେଲେ ଅଧିକାଂଶ ଝିଅ ବା ପୁଅ ଏହାର ଉତ୍ତର କିଛି ଭିନ୍ନ ଦେଇଥାନ୍ତି । ହେଲେ ଯଦି ଆପଣଙ୍କ ପାର୍ଟନର ସାହସ ବିଷୟରେ କହୁଛି, ତେବେ ଜାଣିଯାନ୍ତୁ ତାର ସାହସ ଅଛି ଆପଣଙ୍କ ସହ ଆଜୀବନ ରହିବା ପାଇଁ ଓ ନିଜ ପରିବାରକୁ ଆପଣଙ୍କ ବିଷୟରେ କହିବା ପାଇଁ ।

୩. ତୃତୀୟ ପ୍ରଶ୍ନ ହେଉଛି ଯଦି ତୁମ ପାଖରେ କେବଳ ୨୪ ଘଣ୍ଟା ଥିବ, ତେବେ ତୁମେ ମୋ ସହ କଣ କରିବ ? ଯଦି ଆପଣ ଏହି ପ୍ରଶ୍ନ ନିଜ ପାର୍ଟନରଙ୍କୁ କହିବେ, ତେବେ ଦେଖିବେ ଅଧିକାଂଶ ଉତ୍ତର ଭିନ୍ନ ଭିନ୍ନ ଆସିବ । ହେଲେ ଯଦି ସେ ଆପଣଙ୍କୁ ସଚ୍ଚୋଟ ପ୍ରେମ କରୁଥିବ, ତେବେ ସେ ଏହାର ଉତ୍ତର ଦେଇ କହିବ ‘ମୁଁ ତୁମ କୋଳରେ ଶୋଇବାକୁ ଚାହୁଁଛି’ ।

ଏହି ତିନୋଟି ପ୍ରଶ୍ନକୁ ଆପଣ ମଧ୍ୟ ନିଜ ପାର୍ଟନରଙ୍କୁ ପଚାରନ୍ତୁ ଓ ଦେଖନ୍ତୁ କଣ ଉତ୍ତର ଆସୁଛି । ଯଦି ଉତ୍ତର ଠିକ ଥିବ, ତେବେ ଜାଣିଯାନ୍ତୁ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।