ଓଡିଆ ଅଭିନେତା ଶ୍ରୀରାମ ପଣ୍ଡାଙ୍କ Family & Biography, ସବୁ କିଛି ଛାଡି କାହିଁକି ହେଇଗଲେ ସନ୍ୟାସୀ, ଜାଣନ୍ତୁ କିଛି ଅଜଣା କଥା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ଶ୍ରୀରାମ ପଣ୍ଡା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।ଏହି ଅଭିନେତା ଅନେକ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଛନ୍ତି ଏବଂ ଦର୍ଶକ ମାନେ ଏହି ଅଭିନେତା ଙ୍କୁ ବହୁତ ମାତ୍ରାରେ ପସନ୍ଦ କରନ୍ତି ମଧ୍ୟ। ବର୍ତ୍ତମାନ ଏହି ଅଭିନେତା ଙ୍କୁ ଇଣ୍ଡଷ୍ଟ୍ରୀ ରେ ଦେଖିବାକୁ ମିଳୁନାହିଁ। ତେବେ ଏହି ଅଭିନେତା ବର୍ତ୍ତମାନ ସମୟରେ କିପରି ଅଛନ୍ତି ଏବଂ କଣ କରୁଛନ୍ତି ଆପଣ ମାନେ ଜାଣିଛନ୍ତି କି?ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତା ଙ୍କ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ଆପଣ ମାନେ ଅଭିନେତା ଶ୍ରୀରାମ ପଣ୍ଡା ଙ୍କୁ ଅନେକ ଗୁଡ଼ିଏ ଫିଲ୍ମ ରେ ଦେଖିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ କୁ ମଧ୍ୟ ଦେଖିଥିବେ। ତେବେ ଏହି ଅଭିନେତା ଙ୍କ ଜନ୍ମ ସ୍ଥାନ ହେଉଛି ନବରଙ୍ଗପୁର ଜିଲ୍ଲାରେ।

ବର୍ତ୍ତମାନ ଏହି ଅଭିନେତା ଙ୍କ ବୟସ ହେଉଛି ୬୬ ବର୍ଷ ଅଟେ।ଏହି ପ୍ରସିଦ୍ଧ ଅଭିନେତା ଙ୍କ ପତ୍ନୀ ଙ୍କ ନାମ ହେଉଛି ତ୍ରିପୁରା ମିଶ୍ର। ସେ ଜଣେ କଳାକାର, ପ୍ରଯୋଜକ ଏବଂ ଯୋଗ ଶିକ୍ଷକ ମଧ୍ୟ ଥିଲେ। ଏହି ଅଭିନେତା ଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ର ନାମ ହେଉଛି ଧରିତ୍ରୀ। ଏହି ଅଭିନେତା ଙ୍କ ଜୀବନ ରେ ଏକ ବହୁତ ବଡ଼ ପରିବର୍ତ୍ତନ ଆସିଥିଲା। ସେ ଶ୍ରୀରାମ ପଣ୍ଡା ରୁ ହୋଇଗଲେ ସ୍ୱାମୀ ନିତ୍ୟା ଚୈତନ୍ୟ।

ଶ୍ରୀରାମ ପଣ୍ଡା ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି। ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରିଛନ୍ତି। ତାଙ୍କ ଫିଲ୍ମ ଗୁଡ଼ିକ ମଧ୍ୟରୁ ‘ଜୋର ଯାର ମୁଳକ ତାର’, ‘ହରଣ’, ‘ନାଗଫାସ’ ଆଦି ଅନ୍ୟତମ। ଏହି ଅଭିନେତା ନିଜର ଫିଲ୍ମ ପାଇଁ ଅନେକ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି। ସେଥି ମଧ୍ୟରୁ ଜୟଦେବ ଆୱାର୍ଡ ଅନ୍ୟତମ।

ତାଙ୍କ ଅଭିନୟ ମାଧ୍ୟମରେ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ ଏବଂ ଦର୍ଶକ ମାନଙ୍କ ପ୍ରିୟ ପାତ୍ର ସାଜିଥିଲେ।ସେ କାଳରେ ତାଙ୍କ ଦ୍ୱାରା ଅଭିନୀତ ଫିଲ୍ମ ଦର୍ଶକ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ମନେ ରଖିଛନ୍ତି। ଅଭିନେତା ଶ୍ରୀରାମ ପଣ୍ଡା ଦୀର୍ଘ ୬ ବର୍ଷ ହେବ ସଂସାରର ମୋହ ମାୟା ଲୋଭ କୁ ତ୍ୟାଗ କରିଛନ୍ତି ଏବଂ ସନ୍ୟାସ ଧର୍ମ ଗ୍ରହଣ କରିଛନ୍ତି।

ଗତ କିଛି ବର୍ଷ ହେବ ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ରୁ ମଧ୍ୟ ଦୁରେଇ ରହିଛନ୍ତି ଏବଂ କୌଣସି ଫିଲ୍ମ ଅଥବା ଆଲବମ୍ ରେ ଅଭିନେତା ଶ୍ରୀରାମ ପଣ୍ଡା ନଜର ରେ ଆସୁ ନାହାନ୍ତି। ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ଶ୍ରୀରାମ ପଣ୍ଡା ଙ୍କ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।