ନା ଫିଲ୍ମ, ନା ଆଡ, ନା କୌଣସି ଟିଭି ଶୋ, ତାହେଲେ କେମିତି ଚାଲୁଅଛି ରେଖାଙ୍କ ଖର୍ଚ୍ଚ, ବିଶ୍ଵାସ କରିପାରିବେନି ଜାଣିଲେ ଆପଣ

ବଲିଉଡରେ ଗୋଟିଏ ସମୟରେ ଲୋକପ୍ରିୟ ଅଭିନେତ୍ରୀ ଥିଲେ ରେଖା, ଲୋକମାନେ ତାଙ୍କର ଅଭିନୟ କୁ ବହୁତ ପସନ୍ଦ କରନ୍ତି ଓ ସେ ବହୁତ ସୁନ୍ଦର । ଆଜି ମଧ୍ୟ କିଛି ସ୍ଥାନରେ ତାଙ୍କର ସେହି ଜଲୱା ଅଛି ଯାହା ପୂର୍ବରୁ ଥିଲା । ଯେ କୌଣସି ଆୱାର୍ଡ ଫଙ୍କସନ ହେଉ ଆଉଟଫିଟ୍ ସହ ଗହଣାରେ ଚମକୁଥିବାର ନଜର ଆସିଥାନ୍ତି ରେଖା । ବଲିଉଡ ରୁ ଦୂରେଇ ଯାଇ ମଧ୍ୟ ସେ ତାଙ୍କର ହାଇଫାଇ ଲାଇଫଷ୍ଟାଇଲ ମେଣ୍ଟେନ କରୁଛନ୍ତି । ଫିଲ୍ମରେ କାମ ନ କରି ସେ ବର୍ଷକୁ କୋଟି କୋଟି ଟଙ୍କା ଇନକମ କରନ୍ତି ।

ରେଖାଙ୍କର ସଞ୍ଚୟ-

ରେଖାଙ୍କର ଇନଭେସ୍ଟମେଣ୍ଟ ଓ ସମ୍ପତିର ମୂଲ୍ୟ ହେବ ପାଖା ପାଖି 40 ମିଲିୟନ ଡଲାର । ଏହା ଛଡା ବମ୍ବେ ଓ ଦକ୍ଷିଣ ଭାରତରେ ଥିବା ସମ୍ପତି ଗୁଡିକୁ ରେଖା ରେଣ୍ଟରେ ଦେଇଛନ୍ତି । ରେଖା ନିଜେ ଏକ ଦାମି ବଙ୍ଗଳାରେ ରୁହନ୍ତି । ସେ ଏକ ସୁଖୀ ଓ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରନ୍ତି ।

ଗୋଟେ ଇଣ୍ଟର୍ଭ୍ୟୁ ରେ ରେଖା କହିଥିଲେ କି, ସେ ପଇସା ଭାବି ଚିନ୍ତି ଖର୍ଚ୍ଚ କରନ୍ତି । ପୂର୍ବରୁ ସେ ଯାହା ପଇସା କମେଇଛନ୍ତି, ସେ ସବୁକୁ ସେ ସଞ୍ଚୟ କରିଛନ୍ତି । ଯାହାଫଳରେ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ସୁଧରେ ମିଳିଥାଏ । ଏହା ପରେ ସେ କହିଥିଲେ ସୁଧରେ ଆସିଥିବା ଟଙ୍କାକୁ ମଧ୍ୟ ମୁ ଭାବି ଚିନ୍ତି ଖର୍ଚ୍ଚ କରେ । ଏହା ଛଡା ରେଖା ବହୁତ ଜିନିଷର ବ୍ରାଣ୍ଡ ଆମ୍ବାସେଡର ଅଟନ୍ତି ଓ କିଛି ଅନୁଷ୍ଠାନରେ ଶୁଭରମ୍ଭ ବା ଷ୍ଟୋର ଓପନିଂରେ ମଧ୍ୟ ତାଙ୍କର ଭଲ ଇନକମ ହୋଇଥାଏ ।

ରେଖା ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ତାଙ୍କ ସମୟରେ ସେ ବହୁତ ସୁପରହିଟ ଫିଲ୍ମ କରିଛନ୍ତି, ଯାହାଫଳରେ ଲୋକମାନେ ତାଙ୍କୁ ଏବେ ମଧ୍ୟ ଭୁଲି ନାହାଁନ୍ତି । ରେଖା ବିବାହ କରିନାହାଁନ୍ତି, ତଥାପି ସେ ତାଙ୍କ ଜୀବନରେ ବିନା ସ୍ଵାମୀ ଓ ବିନା ପରିବାରରେ ବହୁତ ଖୁସିରେ ଅଛନ୍ତି । ଫିଲ୍ମ ନକରି ମଧ୍ୟ ସେ ଏକ ହାଇଫାଇ ଲାଇଫଷ୍ଟାଇଲ ମେଣ୍ଟେନ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।