ଏପ୍ରିଲ ପହିଲାରୁ ମହଙ୍ଗା ମାଡ, ଜାଣନ୍ତୁ କେଉଁ ସବୁ ଜିନିଷ ଉପରେ ହେବ ଦର ବୃଦ୍ଧି ଓ ଆପଣଙ୍କ ପକେଟ ଉପରେ କଣ ରହିବ ଏହାର ପ୍ରଭାବ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନଙ୍କୁ କହିଦେବାକୁ ଚାହିଁବୁ ଯେ ଆର୍ଥିକ ବର୍ଷ ରୁ ଆରମ୍ଭ ହେବ ମହଙ୍ଗା ମାଡ଼ । କ୍ଷୀର ଠାରୁ ଆରମ୍ଭ କରି ବିଜୁଳି ପର୍ଯ୍ୟନ୍ତ ସବୁ ହେବ ମହଙ୍ଗା । ବିମାନଯାତ୍ରା ରୁ ମୋବାଇଲ ଫୋନ ର ମଧ୍ୟ ପଡ଼ିବ ମହଙ୍ଗା । ୧ ଏପ୍ରିଲ ଠାରୁ ବଜାର ରୁ କ୍ଷୀର ଆଣିବା ପଡ଼ିବ ମହଙ୍ଗା । ଏସି ଫ୍ରିଜ ଠାରୁ ବିମାନଯାତ୍ରା, ମୋବାଇଲ ଠାରୁ ମୋଟର ସାଇକେଲ କିଣିବା ସବୁ ହୋଇଯିବ ମହଙ୍ଗା । ଏହିଭଳି ଅନେକ ନିତ୍ୟ ବ୍ୟବହାର ଜିନିଷ ର ଦର ଏପ୍ରିଲ ମାସ ପ୍ରଥମ ରୁ ବୃଦ୍ଧି ହେବାକୁ ଯାଉଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ କିଛି ଜିନିଷ ର ଆବଶ୍ୟକତା ରହିଛି ତେବେ ଏପ୍ରିଲ ମାସ ଆରମ୍ଭ ହେବା ପୂର୍ବରୁ ହିଁ କିଣି ନିଅନ୍ତୁ । ନଚେତ ସେହି ସାମଗ୍ରୀ ର ଦର ବୃଦ୍ଧି ହୋଇଯିବ । ତେବେ ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ଆସନ୍ତା ଏପ୍ରିଲ ମାସ ପହିଲି ରେ କେଉଁ ସବୁ ଜିନିଷ ର ଦର ଦାମ ବୃଦ୍ଧି ହେବାକୁ ଯାଉଛି ।

ମହଙ୍ଗା ହେବ କ୍ଷୀର-

ବନ୍ଧୁଗଣ ଏପ୍ରିଲ ମାସ ରୁ କ୍ଷୀର ର ଦାମ ବୃଦ୍ଧି ହେବ । କ୍ଷୀର ଲିଟର ପିଛା ଦର ୩ ଟଙ୍କା ବୃଦ୍ଧି କରା ହେବ ବୋଲି ଚାଷୀ ଙ୍କ ପକ୍ଷରୁ କୁହାଯାଇଛି ଏବଂ ଏହି ନୂଆ ଦର ଏପ୍ରିଲ ମାସ ଆରମ୍ଭ ରୁ ଲାଗୁ ହେବ ବୋଲି କୁହାଯାଇଛି । କୃଷି ଆଇନ କୁ ନେଇ ଚାଷୀ ମାନେ ସରକାର ଙ୍କ ବିରୋଧ କରି ଆସୁଥିବା ସହିତ କ୍ଷୀର ଦର ବୃଦ୍ଧି ହେବ ବୋଲି ଚେତାବନୀ ଦେଇଥିଲେ । ଲିଟର ପିଛା କ୍ଷୀର ର ଦର ୫୫ ଟଙ୍କା ବୃଦ୍ଧି ହେବ ବୋଲି ଚେତାବନୀ ଦେଇଥିଲେ ଚାଷୀ ପକ୍ଷ । କିନ୍ତୁ କ୍ଷୀର ର ଦର ଲିଟର ପିଛା ମାତ୍ର ୩ ଟଙ୍କା ବୃଦ୍ଧି ହୋଇଛି ।

ଟିଭି ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା-

ବନ୍ଧୁଗଣ ପୁଣି ବଢ଼ିବ ଟିଭି ର ଦର । ଗତ ୮ ମାସ ମଧ୍ୟରେ ବିଭିନ୍ନ କମ୍ପାନୀ ର ଦର ୩ ରୁ ୪ ହଜାର ଟଙ୍କା ବୃଦ୍ଧି ହୋଇଛି । ଏହା ସହିତ ଟିଭି ନିର୍ମାତା କମ୍ପାନୀ ଗୁଡ଼ିକ ଟିଭି ଗୁଡିକୁ ବି ଏଲ ଆଇ ସ୍କିମ ରେ ସାମିଲ କରିବାକୁ ଦାବି କରୁଛନ୍ତି । ୧ ଏପ୍ରିଲ ରୁ ମଧ୍ୟ ଟିଭି ର ଦର ୨ ରୁ ୩ ହଜାର ଟଙ୍କା ବୃଦ୍ଧି ହେବ ବୋଲି କୁହାଯାଉଛି ।

କାର୍ ଓ ମୋଟର ସାଇକେଲ ର ଦର ବୃଦ୍ଧି ହେବ-

ବନ୍ଧୁଗଣ ଯଦି ଆପଣ ମାନେ କାର୍ ବା ମୋଟର ସାଇକେଲ କିଣିବାକୁ ମନ ସ୍ଥିର କରିଛନ୍ତି ତେବେ ଏପ୍ରିଲ ମାସ ପହିଲା ପୂର୍ବରୁ ହିଁ କିଣି ନିଅନ୍ତୁ । କାରଣ ବିଭିନ୍ନ କମ୍ପାନୀ ତରଫ ରୁ କାର୍ ଏବଂ ମୋଟର ସାଇକେଲ ଅଥବା ବାଇକ୍ ର ଦର ଏପ୍ରିଲ ଆରମ୍ଭ ରୁ ବୃଦ୍ଧି ହେବ ବୋଲି ସୂଚନା ମିଳିଛି ।

ଗରମ ଦିନ ରେ ଏସି ଓ ଫ୍ରିଜ ହେବ ମହଙ୍ଗା-

ବନ୍ଧୁଗଣ ଗରମ ଦିନ ରୁ ରକ୍ଷା ପାଇବା ପାଇଁ ଯଦି ଏସି ଅଥବା ଫ୍ରିଜ କିଣିବାକୁ ଚାହୁଁଛନ୍ତି ତେବେ ଏପ୍ରିଲ ମାସ ଆରମ୍ଭ ହେବା ପୂର୍ବରୁ ହିଁ କିଣି ଦିଅନ୍ତୁ । କାରଣ ଏପ୍ରିଲ ମାସ ଆରମ୍ଭ ରୁ ବିଭିନ୍ନ ଏସି ନିର୍ମାତା କମ୍ପାନୀ ରୁ ଏସି ର ଦର ବୃଦ୍ଧି ହେବ ବୋଲି ସୂଚନା ମିଳିଛି । ଏସି ପାଇଁ ବ୍ୟବହୃତ ହେଉଥିବା କଞ୍ଚାମାଲ ର ଦର ବୃଦ୍ଧି ପାଇଁ ଏସି ର ଦର ମଧ୍ୟ ବୃଦ୍ଧି ହେବ । ଏପରିକି ନୂଆ ଏସି ର ଦର ୪ ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି କୁହାଯାଉଛି ।

ମହଙ୍ଗା ହେବ ବିମାନଯାତ୍ରା-

ବନ୍ଧୁଗଣ ଆର୍ଥିକ ବର୍ଷ ଆରମ୍ଭ ରୁ ବିମାନଯାତ୍ରା ର ଦର ମଧ୍ୟ ବୃଦ୍ଧି ହେବ । ଘରୋଇ ବିମାନଯାତ୍ରା ଭଡ଼ା ରେ ରେ ସର୍ବନିମ୍ନ ୫ ପ୍ରତିଶତ ବୃଦ୍ଧି ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ୧ ରୁ ଘରୋଇ ବିମାନଯାତ୍ରା ର ଏବିଏସନ ସିକ୍ୟୁରୀଟି ଫିସ୍ ୨୦୦ ଟଙ୍କା ବୃଦ୍ଧି ହେବ ବୋଲି ସରକାର ଙ୍କ ତରଫ ରୁ ସୂଚନା ମିଳିଛି । ସେହିପରି ଭାବରେ ଅନ୍ତର୍ଜାତୀୟ ବିମାନ ର ଏବିଏସନ ସିକ୍ୟୁରୀଟି ଫିସ୍ ୫.୨ ଡଲାର ରୁ ବଢ଼ି ୧୨ ଡଲାର ହୋଇଯିବ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ