ଅମିତାଭଙ୍କ ସୋ KBC 12କୁ ମିଳିଲା ଦ୍ୱିତୀୟ କୋଟିପତି, ଆସନ୍ତୁ ଜାଣିବା କିଏ ଏହି ଦମଦାର ଆଇପିଏସ ଅଫିସର…

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ବର୍ତ୍ତମାନ ତାଙ୍କ ପ୍ରସିଦ୍ଧ ଟିଭି ସୋ କୋନ ବନେଗା କରୋଡପତି (K.B.C) ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ବହୁତ ମନୋରଞ୍ଜନ ପ୍ରଦାନ କରୁଛନ୍ତି । ଏହି ଶୋ କୁ ଅମିତାଭ ବଚ୍ଚନ ଗତ 20 ବର୍ଷ ଧରି ଚାଲିଆସୁଛନ୍ତି ଏବଂ ଚଳିତ ବର୍ଷ ଶୋ’ର ଦ୍ୱାଦଶ ସିଜନ୍ ଚାଲିଛି | କିଛି ଦିନ ପୂର୍ବରୁ, K.B.C ସିଜନ୍ 12 ଏହାର ପ୍ରଥମ କୋଟିପତି “ନାଜିଆ ନାସିମ” କୁଁ ପାଇଥିବାବେଳେ ବର୍ତ୍ତମାନ କିଛି ଦିନ ପୂର୍ବ ରୁ କୋନ ବାନେଗା କରୋଡପତି ର ଏହି ନୂତନ ସିଜନ୍ ନିଜର ଦ୍ୱିତୀୟ କରୋଡପତି ମଧ୍ୟ ପାଇଛି ।

କୋନ ବାନେଗା କରୋଡପତି ର ନୂତନ ସିଜନ୍ ର ନ୍ଦ୍ୱିତୀୟ କୋଟିପତିଙ୍କ ନାମ ହଉଛି ମୋହିତା ଶର୍ମା | ଯିଏ କି ବର୍ତ୍ତମାନ ଏକ କୋଟି ଟଙ୍କା ଜିତିଛନ୍ତି | ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କର 7 କୋଟି ଟଙ୍କା ଜିତିବାର ପ୍ରଶ୍ନ ବାକି ରହିଛି ଓ ସେ 7 କୋଟି ଟଙ୍କା ଜିତିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର କୋଟି ଟଙ୍କା ଜିତି ସେ ଅମିତାଭ ବଚ୍ଚନଙ୍କ ସହ ସମସ୍ତଙ୍କୁ ଚକିତ କରିଛନ୍ତି ।

କିଛିଦିନ ତଳେ ସୋନି ଟିଭି ମୋହିତାଙ୍କ ଖେଳ ସହ ଜଡିତ ଏକ ପ୍ରମୋ ଭିଡିଓ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ସେୟାର କରିଛି । ଏହି ପ୍ରମୋ ଭିଡ଼ିଓ ରେ ମୋହିତା ଶର୍ମା ହଟ ସିଟରେ ବସିଥିବାର ନଜର ଆସିଛନ୍ତି । ପ୍ରମୋ ଅନୁଯାୟୀ ପ୍ରଥମେ ମୋହିତା 50 ଲକ୍ଷ ଟଙ୍କା ଜିତିସାରିଛନ୍ତି । 50 ଲକ୍ଷ ଟଙ୍କା ଜିତିବା ପରେ ତାଙ୍କ ସାମ୍ନାରେ ଏକ କୋଟି ଟଙ୍କା ର ପ୍ରଶ୍ନ ଉଠିଛି । ଯେଉଁଠି ଅମିତାଭ ବଚ୍ଚନ ତାଙ୍କୁ କହୁଛନ୍ତି କି ଏହା 1କୋଟି ଟଙ୍କାର ପ୍ରଶ୍ନ ବହୁତ ଭାବି ଚିନ୍ତି ଉତ୍ତର ଦିଅନ୍ତୁ ବୋଲି । ଏହାପରେ ଅମିତାଭଙ୍କ କହିବାନୁସାରେ, ମୋହିତା ବହୁତ ଚତୁରତା ସହିତ ଖେଲିଲେ ଏବଂ ସଠିକ ଉତ୍ତର ଦେଇ 1କୋଟି ଟଙ୍କା ମଧ୍ୟ ଜିତିଥିଲେ ।

ପ୍ରମୋରେ ଏହା ଦର୍ଶାଯାଇଛି ଯେ ମୋହିତା ଶର୍ମା 1କୋଟି ଟଙ୍କା ଜିତିଛନ୍ତି ଏବଂ ଏ ମଧ୍ୟ କହିଛନ୍ତି ଯେ ସେ ଯାହା ହେଲେ ଧନରାଶି ଜିତନ୍ତୁ କିନ୍ତୁ ସେ ଯବେ ସେଠାରୁ ଘରକୁ ଯାଇ ରାତିରେ ସୋଇବେ ସେବେ ତାଙ୍କୁ ଅନୁଭବ ହୋଉକି ସେ ଭଲରେ ଖେଳିଛନ୍ତି ବୋଲି । ତେବେ ଏହି ମଙ୍ଗଳ ବାର ଦିନ କେବେସି 12 ରେ ଏହି ଏପିଷୋଡ ଦେଖାଯିବ ।

ମୋହିତା ଶର୍ମାଙ୍କ ନିଜ ଜୀବନ ବିଷୟରେ କହିବାକୁ ଗଲେ ସେ ଜଣେ ଆଇପିଏସ୍ ଅଧିକାରୀ ଅଟନ୍ତି । ତାଙ୍କ ନିଜ ଘର ହିମାଚଳ ପ୍ରଦେଶର କଙ୍ଗରା ରେ ଅଟେ । ସେ ଦିଲ୍ଲୀରେ ରହି ତାଙ୍କ ଅଧ୍ୟୟନ ସମାପ୍ତ କରିଥିଲେ । ଏହାସହିତ ମୋହିତା ବିବାହିତା ମଧ୍ୟ ଅଟନ୍ତି, ତାଙ୍କ ସ୍ୱାମୀଙ୍କ ନାମ ହଉଚି ରସୁଲ ଗର୍ଗ, ଏବଂ ତାଙ୍କ ସ୍ୱାମୀ ଜଣେ ଆଇଏଫଏସ୍ (I.A.F) ଅଧିକାରୀ ଅଟନ୍ତି । ମୋହିତାଙ୍କୁ ସବୁଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର କରୁଥିବା ଜିନିଷ ହେଉଛି କି ସେ 2017 ବ୍ୟାଚ୍ ର ଜଣେ ଆଇପିଏସ୍ ଅଧିକାରୀ । ବର୍ତମାନ ସେ ଜାମ୍ମୁ କାଶ୍ମୀରରେ ରହୁଛନ୍ତି ଏବଂ ସେଠାରେ ରହି ସେ ସେଠାକାର ପ୍ରଶାସନିକ ସେବାର ଦାୟିତ୍ୱ ପ୍ରଦାନ କରୁଛନ୍ତି ।

ଏହା ସହିତ କହିବାକୁ ଚାହିଁବୁ କି ନାଜିଆ ଆସିମ୍, ଯେକି ଏହି ନୂତନ ସିଜନ ର ପ୍ରଥମ କୋଟିପତି ହୋଇଥିଲେ ସେ ମଧ୍ୟ ଦିଲ୍ଲୀର ରହନ୍ତି । ନାଜିଆ 1କୋଟି ଟଙ୍କା ଜିତିଥିଲେ । ଏହାପରେ ନାଜିଆଙ୍କ ସାମ୍ନାରେ 7 କୋଟି ଟଙ୍କା ପ୍ରଶ୍ନ ଆସିଥିଲା, ଯାହାର ଉତ୍ତର ଦେବାରେ ସେ ସଫଳ ହୋଇପାରିନଥିଲେ । କିନ୍ତୁ ସେ 1କୋଟି ଜିତି ଇତିହାସ ସୃଷ୍ଟି କରିଥିଲେ । ନଜିଆକୁଁ ପଚାର ଯାଇଥିବା 7କୋଟି ର ପ୍ରଶ୍ନ ଟି ନେଟାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ଜଡିତ ଥିଲା ଏବଂ ସେ ତାର ଉତ୍ତରରେ ଅଟକି ଯାଇଥିଲେ । କିନ୍ତୁ 1କୋଟି ଟଙ୍କା ଜିତିକରି ସେ ଶୋ’ରୁ ଏକ ଚମତ୍କାର ବିଦାୟ ନେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।