2020ରେ ବିବାହ କରିବାକୁ ଯାଉଛନ୍ତି TV ଇଣ୍ଡଷ୍ଟ୍ରିର ଏହି 3 ପପୁଲାର ହିରୋଇନ, ସ୍ରୁତି ଝା ଙ୍କ ସ୍ଵାମୀଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ

ଟିଭି ଇଣ୍ଡଷ୍ଟ୍ରି ର ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ପରିଶ୍ରମ ଓ ମନୋବଳରେ ଆଜି ବହୁତ ଲୋକପ୍ରିୟ ହୋଇ ପାରିଛନ୍ତି । ଛୋଟ ପରଦାରେ ଅଭିନୟ କରି ମଧ୍ୟ ନିଜର ସୁନ୍ଦର ଅଭିନୟରେ ଦର୍ଶକଙ୍କ ହୃଦୟରେ ଜାଗା ବନେଇ ପାରିଛନ୍ତି ଓ ସେମାନଙ୍କର ଲୋକପ୍ରିୟତା କେଉଁ ବଲିଉଡ ତାରକାଙ୍କ ଠୁ ମଧ୍ୟ କିଛି କମ୍ ନୁହେଁ । ସେମାନଙ୍କର ମଧ୍ୟ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ଆଜି ଆମେ ଏପରି କେତୋଟି ସୁନ୍ଦରୀ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ଯେଉଁମାନେ ଆସୁଥିବା ସମୟରେ ଶୀଘ୍ର ବିବାହ କରି ପାରନ୍ତି ।

୧- ସୃତି ଝା

ସୃତି ଝା ଙ୍କୁ ତ ଆପଣ ନିଶ୍ଚୟ ଜାଣିଥିବେ । ଜି ଟିଭିର ଲୋକପ୍ରିୟ ଧାରାବାହିକ “କୁମକୁମ୍ ଭାଗ୍ୟ” ରେ ମୁଖ୍ୟ ଚରିତ୍ର ପ୍ରଜ୍ଞା ନାମରେ ସେ ଆଜି ଭାରତର ଘରେ ଘରେ ସୁପରିଚିତ । ସେ ନିଜର ଅଭିନୟରେ ଯାଦୁ କରି ଲକ୍ଷ ଲକ୍ଷ ପ୍ରଶଂସକ ବନାଇ ପାରିଛନ୍ତି । ସେ ଏବେ ୩୨ ବର୍ଷ ବୟସର ହୋଇ ଯାଇଛନ୍ତି ।

ସେ ଏବେ ବିବାହ କରନ୍ତୁ ବୋଲି ତାଙ୍କ ପ୍ରଶଂସକ ମାନେ ମଧ୍ୟ ଇଚ୍ଛା କରୁଛନ୍ତି । ଖବରରୁ ଜାଣିବାକୁ ମିଳିଛି ସୃତି ଝା ଏବେ କୁନାଲ୍ କରଣ କପୁର ଙ୍କୁ ଡେଟ୍ କରୁଛନ୍ତି ଓ ସେମାନେ ଶୀଘ୍ର ବିବାହ ମଧ୍ୟ କରିବାକୁ ଯାଉଛନ୍ତି । କୁନାଲ ମଧ୍ୟ ଟିଭିରେ ଅନେକ ଲୋକପ୍ରିୟ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମଧ୍ୟରେ ଖୁବ୍ ପ୍ରିୟ ଅଟନ୍ତି ।

୨- ଶ୍ରଦ୍ଧା ଆର୍ଯ୍ୟା

ଶ୍ରଦ୍ଧା ଆର୍ଯ୍ୟା ମଧ୍ୟ ଜି ଟିଭିର ଲୋକପ୍ରିୟ ଧାରାବାହିକ “କୁଣ୍ଡଳୀ ଭାଗ୍ୟ” ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଓ ଶୋ ଟି ବହୁତ ଲୋକପ୍ରିୟ ହୋଇଛି । ଏହା ଯୋଗୁଁ ସେ ମଧ୍ୟ ପ୍ରିତା ନାମରେ ଦର୍ଶକଙ୍କ ମଧ୍ୟରେ ପରିଚିତ । ସେ ବର୍ତ୍ତମାନ ଆଲମ୍ ମକଡ ଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି । ଟିଭିରେ ପ୍ରସାରିତ ନାଚ୍ ବାଲିୟେ ଶୋ ରେ ସେ ଆଲମ୍ ଙ୍କ ସହ ଭାଗ ନେବାକୁ ଯାଉଛନ୍ତି । ଏହି ଶୋ ମଧ୍ୟରେ ହିଁ ଆଲମ୍ ଓ ଶ୍ରଦ୍ଧା ଙ୍କ ନିର୍ବନ୍ଧ ହୋଇ ଯାଇଛି ଓ ସେମାନେ ଆଗକୁ ବିବାହ ମଧ୍ୟ କରି ପାରନ୍ତି ।

୩- ଦେବଲିନା ଭଟ୍ଟାଚାର୍ଯ୍ୟ

ଦେବଲିନାଙ୍କ ଜନ୍ମ ୨୨ ଅଗଷ୍ଟ ୧୯୯୦ରେ ହୋଇଥିଲା । ସେ ଏବେ ୩୦ବର୍ଷ ବୟସର ହୋଇ ଯାଇଛନ୍ତି । ସେ ଷ୍ଟାର୍ ପ୍ଲସ୍ ର ଲୋକପ୍ରିୟ ଶୋ “ସାଥ୍ ନିଭାନା ସାଥିୟାଁ” ରେ ଗୋପୀ ବୋହୂ ର ଚରିତ୍ରରେ ଅଭିନୟ ଖୁବ୍ ପ୍ରଶଂସା ସାଉଁଟି ଥିଲେ ଓ ଦର୍ଶକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଥିଲେ । ନିକଟରେ ଶୁଣିବାକୁ ମିଳିଥିଲା କି ସେ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ସେ ଯାହାଙ୍କୁ ବିବାହ କରିବାକୁ ଯାଉଛନ୍ତି ସେ ହେଉଛନ୍ତି, “ସାଥ୍ ନିଭାନା ସାଥିୟାଁ” ରେ ଥିବା ତାଙ୍କ ସହ କଳାକାର ଜିଗର ମୋଦିଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ବିଶାଲ ସିଂ । ଦେବଲିନା ଓ ବିଶାଲ୍ ବହୁତ ସମୟରୁ ପରସ୍ପରକୁ ଡେଟ୍ କରୁଛନ୍ତି ଓ ଏମାନେ ମଧ୍ୟ ଶୀଘ୍ର ବିବାହ କରିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।