କଣ ସତରେ ଟଙ୍କା ଦେଇ ଆୱାର୍ଡ କିଣିଥାନ୍ତି ବଲୀଉଡ ଷ୍ଟାରମାନେ ? ଜାଣନ୍ତୁ ଅୱାର୍ଡ ଫଙ୍କସନର କିଛି ଖରାପ ରାଜ

ବଲୀଉଡ ଫିଲ୍ମ ଓ ଅଭିନେତା ଦୁଇ ଜଣ ହିଁ ଦୁଇ ପ୍ରକାରର ହୋଇଥାନ୍ତି । ଅର୍ଥାତ କୌଣସି ଫିଲ୍ମ ବହୁତ ଭଲ ହୋଇଥାଏ ତ ଅନ୍ୟ ପଟେ କିଛି ଫିଲ୍ମ ଏତେ ଖରାପ ହୋଇଥାଏ କି ତାକୁ କେହି ବି ଦେଖନ୍ତି ନାହିଁ । ଏହି କଥା କଳାକାରମାନଙ୍କ ଅଭିନୟ ଉପରେ ବି ଲାଗୁ ହୋଇଥାଏ । ବର୍ତ୍ତମାନ କିଏ ଭଲ ଓ କିଏ ଖରାପ ଅଟେ ଏହା ନିର୍ଣ୍ଣୟ କରିବାର କାମ ଦର୍ଶକଙ୍କ ସହିତ ବଲୀଉଡର ଆୱାର୍ଡ ଶୋ ଗୁଡିକ ବି କରିଥାନ୍ତି ।

ଆପଣ ବି ବହୁତ ବଲୀଉଡ ଆୱାର୍ଡ ଫଙ୍କସନ ଦେଖିଥିବେ । ଏମିତିରେ କଣ କେବେ ଚିନ୍ତା କରିଛନ୍ତି କି ଏହି ଲୋକମାନେ ବେସ୍ଟ ଅଭିନେତା କିମ୍ବା ବେସ୍ଟ ଫିଲ୍ମର ଆୱାର୍ଡ କେମିତି ନିଅନ୍ତି ? ଏହି ଆୱାର୍ଡ ଫଙ୍କସନ ପଛରେ ବହୁତ କିଛି ରହସ୍ୟ ଲୁଚି ଅଛି, ଯାହାକୁ ଆଜି ଆମେ ଆପଣଙ୍କ ସାମ୍ନାକୁ ଆଣିଛୁ ।

ମିଛ ରିଆକ୍ସନ

କୌଣସି ବି ଅୱାର୍ଡ ଶୋ ୪ ରୁ ୫ ଘଣ୍ଟା ହୋଇଥାଏ । ଏମିତିରେ ଏହି ବଡ ବଡ ଷ୍ଟାରମାନେ ଏତେ ସମୟ ବସନ୍ତି ନାହିଁ । ଏହି ଲୋକମାନେ କେବଳ ସେହି ସମୟରେ ଆସିଥାନ୍ତି ଯେତେବେଳେ ତାଙ୍କୁ କୌଣସି ଆୱାର୍ଡ ଦେବାର ଥାଏ କିମ୍ବା ନେବାର ଥାଏ । ସେହି ସମୟରେ ହିଁ ସେମାନେ ଯେଉଁ ସ୍ମାଇଲ ଦିଅନ୍ତି କିମ୍ବା ତାଳି ମାରନ୍ତି କେବଳ ସେହି ଭିଡିଓକୁ ହିଁ ଏଡିଟ କରି କାମ ଚଳାଇବାକୁ ପଡିଥାଏ । ଏହି କାରଣ ଅଟେ କି ପୁରା ଶୋ ରେ ଗୋଟିଏ ଅଭିନେତାର ସେମ ଋଆକ୍ସନ ଯେମିତି କି ହସିବା ବା ତାଳି ମାରିବା ବାରମ୍ବାର ଦେଖାଯାଏ ।

ପରଫରମାନ୍ସ ଓ ଆବଭାବ

ଥରେ ଅକ୍ଷୟ କୁମାର ଏକ ଇଣ୍ଟରଭିୟୁରେ କହିଥିଲେ କି କେତେ ଥର ଆୱାର୍ଡ ଶୋ ର ଆୟୋଜକ କଳାକାରମାନଙ୍କୁ ଅଫର ଦିଅନ୍ତି କି ଆମେ ଆପଣଙ୍କୁ ଆୱାର୍ଡ ଦେବୁ କିନ୍ତୁ ତାହା ବଦଳରେ ଆପଣ ସ୍ଟେଜ ଉପରେ ପରଫରମାନ୍ସ କରିବାର ଫିସ କମ କରି ଦିଅନ୍ତୁ । ଏମିତିରେ ଅକ୍ଷୟ ତାଙ୍କୁ କହିଥିଲେ କି ଆୱାର୍ଡ ଦିଅନ୍ତୁ ନାହିଁ କିନ୍ତୁ ପେମେନ୍ଟ ପୁରା ଦିଅନ୍ତୁ । ଏହି କାରଣ ଅଟେ କି କେତେକ ଷ୍ଟାର ବର୍ତ୍ତମାନ ଏହି ଆୱାର୍ଡ ଶୋ ର ଅଂଶ ହୁଅନ୍ତି ନାହିଁ ।

ବହିଷ୍କାର

ଅୱାର୍ଡ ଶୋ ର ଏହିଭଳି କିଛି କାରଣ ଯୋଗୁ ଆମିର ଖାନ ଓ ସନି ଦେଓଲ ଏହିଭଳି ଇଭେଣ୍ଟକୁ ଯିବା ବନ୍ଦ କରି ଦେଇଥିଲେ । ବର୍ତ୍ତମାନ ଏହି ସୂଚୀରେ କଙ୍ଗନା ରନୌତ, ନୱାଜୁଦ୍ଦୀନ ସିଦ୍ଦୀକୀ, ଜନ ଆବ୍ରାହମ ଓ ଅଜୟ ଦେବଗନଙ୍କ ନାମ ବି ସାମିଲ ହୋଇ ଯାଇଛି ।

ବିନା ନୋମିନେଶନରେ ଆୱାର୍ଡ

କେତେ ଥର କୌଣସି ଖାସ ଷ୍ଟାରଙ୍କୁ ଶୋ ରେ ଡାକିବା ଚକ୍କରରେ ବିନା ନୋମିନେଶନରେ ହିଁ ତାଙ୍କୁ ସ୍ପେଶାଲ କ୍ୟାଟାଗୋରୀ କରି ଆୱାର୍ଡ ଦିଆଯାଇଥାଏ । ଯେମିତି କି ସ୍ଟାର ଅଫ ଦ ଇୟର, ଏଂଟରଟେନର ଅଫ ଦ ଇୟର କିମ୍ବା ମୋସ୍ଟ ସ୍ପେଶାଲ ପରଫରମାନ୍ସ ଅଫ ଦ ଇୟର ଇତ୍ୟାଦି ଜିନିଷ କେବଳ ଏଥିପାଇଁ କ୍ରିଏଟ କରାଯାଏ ଯାହା ଦ୍ଵାରା ସେହି ଖାସ ଷ୍ଟାରକୁ ଖରାପ ଲାଗିବ ନାହିଁ ଓ ସେ ଏହି ଅୱାର୍ଡକୁ ଆସିବେ ।