କାହା ପାଖରେ BMW ଅଛି ତ କିଏ Jaguarର ମାଲିକ, ଏହି ଟିଭି ଷ୍ଟାରମାନଙ୍କ ପାଖରେ ଅଛି ମହଙ୍ଗା ମହଙ୍ଗା ଗାଡି

ସମସ୍ତେ ଚାହାନ୍ତି କି ତାଙ୍କ ପାଖରେ ଭଲ ଘର, ଗାଡି ଓ ବ୍ୟାଙ୍କ ବାଲାନ୍ସ ଥାଉ । କିନ୍ତୁ ଏହି ସ୍ଵପ୍ନ ସେମାନଙ୍କର ପୁରା ହୋଇଥାଏ ଯେଉଁମାନେ ପରିଶ୍ରମ କରି ନିଜକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାନ୍ତି । ଫିଲ୍ମ ଷ୍ଟାରମାନଙ୍କ ବିଷୟରେ ତ ଆପଣମାନେ ଶୁଣିଥିବେ କି ତାଙ୍କ ପାଖରେ ଦାମୀ ଦାମୀ ଘର ଓ ଗାଡି ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଟିଭି ଇଣ୍ଡଷ୍ଟ୍ରିର କଳାକାରମାନଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ଟିଭି ଷ୍ଟାରମାନଙ୍କ ପାଖରେ ବି ଅଛି ମହଙ୍ଗା ମହଙ୍ଗା ଗାଡି, ଏମାନଙ୍କ ମଧ୍ୟରେ ଆପଣଙ୍କ ଫେବରେଟ ଷ୍ଟାର ବି ଅଛନ୍ତି ।

ବଲୀଉଡ ଷ୍ଟାରମାନଙ୍କ ପାଖରେ ତ ଲଗ୍ଜରୀ ଗାଡି ଗୁଡିକର କଲେକ୍ସନ ଆପଣ ଦେଖିଥିବେ । କିନ୍ତୁ ଏହି ମାମଲାରେ ଟିଭି ଷ୍ଟାରମାନେ ବି ଫିଲ୍ମ ଷ୍ଟାରମାନଙ୍କ ଠାରୁ କମ ନୁହନ୍ତି । ବହୁତ ଟିଭି ଷ୍ଟାରମାନଙ୍କ ପାଖରେ ଦୁନିଆର ବଡ ବଡ ବ୍ରାଣ୍ଡର କାର ଅଛି । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଷ୍ଟାରମାନଙ୍କ ପାଖରେ କେଉଁ ସବୁ ଗାଡି ଅଛି ।

ସିଦ୍ଧାର୍ଥ ଶୁକ୍ଲା

ବିଗ ବସ – ୧୩ରେ ଧମାଲ କରୁଥିବା କଂଟେସ୍ଟେଂଟ ସିଦ୍ଧାର୍ଥ ଶୁକ୍ଲାଙ୍କ ପାଖରେ ବି ବହୁତ ଲଗ୍ଜରୀ କାର ଅଛି ଓ ତାଙ୍କର ଲାଇଫସ୍ଟାଇଲ ବି ବହୁତ ମହଙ୍ଗା ଅଟେ । ସିଦ୍ଧାର୍ଥ ଶୁକ୍ଲାଙ୍କ ପାଖରେ BMW X5 କାର ଅଛି ।

ପାର୍ଥ ସମଥାନ

କସୌଟୀ ଜିଂଦଗୀ କୀ – ୨ ର ଅନୁରାଗ ବାସୁଙ୍କ ପାଖରେ ବି ଧଳା ରଙ୍ଗର ଏକ ମର୍ସେଡୀଜ ବେଂଜ ଅଛି । ଯାହାର ଫଟୋ ସେ ଇଂଷ୍ଟାଗ୍ରାମରେ ନିଜର ଫ୍ୟାନମାନଙ୍କ ସହିତ ଶେୟାର ବି କରିଛନ୍ତି ।

ଦୀପିକା କକ୍କଡ଼

ବିଗ ବସ – ୧୨ର ବିଜେତା ଦୀପିକା କକ୍କଡ଼ଙ୍କ ପାଖରେ ବି ବ୍ଲୂ BMWX କାର ଅଛି ଓ ଏକ ରେଡ କଲର ର BMWX4 ବି ଅଛି । ରେଡ କଲର କାର BMWX4କୁ ଦୀପିକା ନିଜ ସ୍ଵାମୀ ଅଭିନେତା ଶୋଏବ ଇବ୍ରାହିମଙ୍କ ସହିତ ମିଶି ନିଜର ପ୍ରଥମ ଆନିଵର୍ସରୀରେ ନେଇଥିଲେ ।

ଶିବାଂଗୀ ଜୋଶୀ

 

View this post on Instagram

 

New addition to the family.. @jaguar ❤️ #welcomehomebaby #muchawaited

A post shared by शिवांगी जोशी (@shivangijoshi18) on


ଟିଭି ଅଭିନେତ୍ରୀ ଶିବାଂଗୀ ଜୋଶୀଙ୍କୁ ପପୁଲାର ସୀରିୟଲ ‘ୟେ ରିସ୍ତା କ୍ୟା କେହଲାତା ହେ’ ରେ ଆପଣମାନେ ଦେଖିଥିବେ । ବର୍ତ୍ତମାନ ହିଁ ଶିବାଂଗୀ ଜ୍ୟାଗୁଆର ର ଲାଟେସ୍ଟ ମଡେଲ କ୍ରୟ କରିଛନ୍ତି । ଏହି କାରର ଦାମ ୧ କୋଟି ଟଙ୍କା ଅଟେ ।

ଭାରତୀ ସିଂହ

ଇଣ୍ଡଷ୍ଟ୍ରିର ପପୁଲାର କମେଡିୟାନ ଭାରତୀ ସିଂହ ବି ଲୋକମାନଙ୍କୁ ହସାଇ ହସାଇ ଏତେ ଟଙ୍କା ଆୟ କରି ନେଇଛନ୍ତି କି ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତୀ ସିଂହଙ୍କ ପାଖରେ ଏକ ବ୍ଲାକ କଲର ର BMWX7 କାର ଅଛି । ଏହା ଛଡା ତାଙ୍କ ପାଖରେ Mercedez Benz GL-350 ବି ଅଛି ।