ଗୋଟିଏ ଗରିବ ପିଲାକୁ ଦେଖି ଧର୍ମେନ୍ଦ୍ରଙ୍କୁ ମନେ ପଡିଗଲା ତାଙ୍କ ପିଲାଦିନ, କହିଲେ – କିଛି ଏମିତି ହିଁ ଥିଲା…

ବଲୀଉଡରେ ବହୁତ ଅଭିନେତା ଅଛନ୍ତି ଯେଉଁମାନେ ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ବହୁତ ପରିଶ୍ରମ କରିଛନ୍ତି । ବହୁତ ଷ୍ଟାର ଏମିତି ଅଛନ୍ତି ଯେଉଁମାନଙ୍କୁ ନିଜର ପେଟ ପୋଷିବା ପାଇଁ ବି ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଥିଲା । ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଅଭିନେତା ଧର୍ମେନ୍ଦ୍ର । ଯିଏକି ବର୍ତ୍ତମାନ ହିଁ ନିଜର ଏକ କାହାଣୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସମସ୍ତେ ଜାଣିଛନ୍ତି କି ଧର୍ମେନ୍ଦ୍ର ନିଜର ପରିଶ୍ରମ ଦ୍ଵାରା ଏହି ଲେବୁଲରେ ପହଞ୍ଚିଛନ୍ତି ।

ଗୋଟିଏ ଗରିବ ପିଲାକୁ ଦେଖି ଧର୍ମେନ୍ଦ୍ରଙ୍କୁ ମନେ ପଡିଲା ନିଜର ପିଲାଦିନ, ସେ କଣ କହିଲେ ଜାଣନ୍ତୁ ।

ଧର୍ମେନ୍ଦ୍ରଙ୍କୁ ନିଜ ପିଲାଦିନ କଥା ମନେ ପଡିଲା

ଅଭିନେତା ଧର୍ମେନ୍ଦ୍ର ବର୍ତ୍ତମାନ ଦିନରେ ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରହିବାକୁ ଲାଗିଛନ୍ତି ଓ ସେ ବର୍ତ୍ତମାନ ହିଁ ଟ୍ୱିଟରରେ ଏକ ଫଟୋ ଶେୟାର କରିଲେ । ଏହି ଫଟୋରେ ଜଣେ ମା ଓ ଗୋଟିଏ ଛୋଟ ଶିଶୁ ନଜର ଆସୁଛି । ମା ‘ ଗୋବର ଲେପୁଚି ଓ ପିଲାଟି ତଳେ ବସିଛି । ଏହି ଫଟୋକୁ ଦେଖି ଧର୍ମେନ୍ଦ୍ରଙ୍କୁ ନିଜର ପିଲାଦିନର କଥା ମନେ ପଡିଗଲା ।

ସେ ଫଟୋକୁ ଶେୟାର କରି ଲେଖିଲେ କି, ‘ବନ୍ଧୁମାନେ, ମୋର ବି ପିଲାଦିନ କିଛି ଏମିତି ହିଁ ଥିଲା । ଆଜି ବି ମୁଁ ନିଜର ଫାର୍ମରେ ଗୋବର ଏକାଠି କରିଥାଏ । ଏହା ମୋ ଚାଷଜମିର ଜୀବନ ଅଟେ । ମାଟି, ସାର ଓ ପାଣି ଗର୍ବ ଅଟେ ଏକ ଚାଷୀର ।‘

ଧର୍ମେନ୍ଦ୍ରଙ୍କର ଏହି ପୋଷ୍ଟରେ ବହୁତ ଲୋକମାନଙ୍କର କମେନ୍ଟ ଆସୁଛି । ଏହା ପରେ ଧର୍ମେନ୍ଦ୍ର ସନୀ ଦେଓଲଙ୍କର ଏକ ପିଲାଦିନର ଫଟୋ ବି ଶେୟାର କରିଲେ ଓ ଲେଖିଲେ କି, “ମୋର ସବୁଠୁ ଭୋଳା ପୁଅ, ମୁଁ ବିନା ଟାୱାଲରେ ଏହି ଫଟୋ ନେବାକୁ ଚାହୁଁଥିଲି । ବିଚାରା ସନୀ କହୁଥିଲା କି ନାହିଁ ବାପା ନାହିଁ…. ବନ୍ଧୁମାନେ ଏହାର ଭୋଳାପଣ ଆଜି ବି ମୋତେ ଦୁଃଖୀ କରିଦିଏ । ପୁଅ ମୁଁ ତୁମକୁ ବହୁତ ଭଲ ପାଏ ।‘ ଅଭିନେତା ସନି ଦେଓଲଙ୍କର ଏହି ପିଲାଦିନର ଫଟୋ ବି ବହୁତ ଭାଇରାଲ ହେଉଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।