ଗଣେଶ ଆରତୀ କରିବା ସମୟରେ ସଲମାନ ଖାନ କରିଦେଲେ ଏହି ଭୁଲ, ପବ୍ଲିକ କହିଲେ କିଛି ଏମିତି, ଭିଡିଓ ହେଉଅଛି ଭାଇରାଲ, ଦେଖନ୍ତୁ

ଗଣପତି ମହୋତ୍ସବର ଜୋଶ ପୁରା ଦେଶରେ ଦେଖା ଯାଇଛି । ସମସ୍ତେ ଗଣେଶଙ୍କର ପୂଜା ପାଠରେ ଲୀନ ଥିଲେ । ସାଧାରଣ ନାଗରିକ ସହିତ ବଲୀଉଡର ଷ୍ଟାରମାନେ ବି ଏହି ଉତ୍ସବକୁ ନେଇ ବହୁତ ଉତ୍ସାହିତ ଥିଲେ । ଗତ କିଛି ଦିନ ହେବ ବଲୀଉଡ ଷ୍ଟାରମାନଙ୍କର ଗଣେଶଙ୍କ ସହିତ ଫଟୋ ବି ଭାଇରାଲ ହେଉଛି । କିନ୍ତୁ ସମସ୍ତଙ୍କର ନଜର ସଲମାନ ଖାନଙ୍କ ଉପରେ ବିଶେଷ ରୂପରେ ରହିଥିଲା ।

ସଲମାନ ସବୁ ବର୍ଷ ନିଜ ଘରେ ଗଣେଶ ସ୍ଥାପନା କରିଥାନ୍ତି । ଏମିତିରେ ଏହି ବର୍ଷ ବି ସେ କିଛି ଏମିତି ହିଁ କରିଥିଲେ । ଏହା ପରେ ସେ ଯେତେବେଳେ ଗଣେଶଙ୍କର ଆରତୀ କରୁଥିଲେ ତେବେ ତାଙ୍କ ଦ୍ଵାରା ଗୋଟିଏ ଭୁଲ ହୋଇଗଲା । ଏହା ପରେ ସମସ୍ତେ ତାଙ୍କୁ ଟ୍ରୋଲ କରିବାକୁ ଲାଗିଲେ ।

କଣ ଅଟେ ମାମଲା ?

କହିବାକୁ ଗଲେ ସୋସିଆଲ ମିଡିଆରେ ବର୍ତ୍ତମାନ ଦିନରେ ସଲମାନ ଖାନଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ସଲମାନ ଗଣେଶଙ୍କର ଆରତୀ କରୁଥିବାର ଦେଖା ଯାଉଛନ୍ତି । ଆରତୀ ସମୟରେ ତାଙ୍କ କୋଳରେ ତାଙ୍କର ଭଣଜା ଆହିଲ ବି ଥିଲା । ଏମିତିରେ ସେ ଅଳ୍ପ କନଫ୍ୟୁଜ ହୋଇଗଲେ ଓ ସଲମାନ ଭାଇ ଆଳତୀ ଥାଳି ଓଲଟା ଦିଗରେ ବୁଲାଇବାକୁ ଲାଗିଲେ ।

ଯେତେବେଳେ ଆମେ ଭଗବାନଙ୍କର ଆଳତୀ କରିଥାଉ ତେବେ ତାକୁ ସିଧା ହାତ ଦିଗରେ ବୁଲାଯାଇଥାଏ, କିନ୍ତୁ ଭାଇଜାନଙ୍କର ହାତ ଓଲଟା ଦିଗରେ ବୁଲୁଥିଲା । କେବଳ ଏହି କାରଣରୁ ଲୋକମାନେ ସୋସିଆଲ ମିଡିଆରେ ତାଙ୍କ ଉପରେ ଚଢିଗଲେ ।

ସୋସିଆଲ ମିଡିଆର ଏହି ରିଏକ୍ସନ

ଭାଇଜାନଙ୍କର ଏହି ଭୁଲକୁ ଟାର୍ଗେଟ କରି ଏକ ୟୁଜର ଲେଖିଲା କି, ‘ଆରେ ସେ ତ ମୁସଲମାନ ଅଟେ । ଏଥିରେ ତ ଭୁଲ ହେବାର ଥିଲା ।‘ ଅନ୍ୟ ଜଣେ ୟୁଜର ଲେଖିଲା କି ‘ଜଣେ ମୁସଲମାନ ଆଳତୀ କେମିତି କରି ପାରିବ ?’ କିନ୍ତୁ କିଛି ଲୋକମାନେ ତାଙ୍କ ସପୋର୍ଟରେ ବି ଆସିଲେ । ତାଙ୍କର ଧର୍ମକୁ ଟାର୍ଗେଟ କରି ସଲମାନଙ୍କୁ କମେନ୍ଟ କରୁଥିବା ଲୋକମାନଙ୍କୁ ଜଣେ ୟୁଜର କହିଲା କି ଯଦି କୌଣସି ମୁସଲମାନ ବ୍ୟକ୍ତି ଗଣେଶଙ୍କର ପୂଜା କରୁଛି ତେବେ କୌଣସି ଭୁଲ ନୁହେଁ । ସେ ଜାଣିଶୁଣି ଭୁଲ କରି ନାହାନ୍ତି । ତାଙ୍କ ହୃଦୟ ସଫା ଅଟେ ।

ଆପଣଙ୍କୁ କହିଦେଉଛୁ କି କେବଳ ସଲମାନ ଖାନ ଏମିତି ଜଣେ ମୁସଲମାନ ନୁହନ୍ତି ଯିଏକି ଗଣେଶଙ୍କର ପୂଜା କରନ୍ତି । ଏହା ଛଡା ଅନ୍ୟ କେତେକ ବଲୀଉଡ ଷ୍ଟାର ବି ଅଛନ୍ତି ଯେଉଁମାନେ ଗଣେଶ ଉତ୍ସବକୁ ବହୁତ ଆଡମ୍ବର ସହିତ ପାଳନ କରନ୍ତି ।

ଦେଖନ୍ତୁ ଭିଡିଓ –