‘ଖିଚଡ଼ୀ’ର ଛୋଟ ‘ଚକ୍କୀ’ ଏବେ ଦେଖାଯାଉଛି ବହୁତ ସୁନ୍ଦର ଓ ଗ୍ଲାମରସ, ବାହାହେଇ ହୋଇ ଯାଇଛି ଟିଭିଠୁ ଦୂର, ଦେଖନ୍ତୁ

୯୦ ଦଶକରେ ଏମିତି ବହୁତ ସିରିୟଲ ଆସୁଥିଲା ଯାହା ଦର୍ଶକମାନଙ୍କର ଭରପୁର ମନୋରଞ୍ଜନ କରୁଥିଲା । ସେହି ସମୟରେ ଆସୁଥିବା କମେଡି ସିରିୟଲ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଥିଲା । ସେଥି ମଧ୍ୟରୁ ଏକ ଶୋ ଥିଲା ‘ଖିଚଡ଼ୀ’ । ଏହି ପପୁଲାର ସିରିୟଲର ଚରିତ୍ରମାନେ ଦର୍ଶକମାନଙ୍କର ବହୁତ ମନୋରଞ୍ଜନ କରୁଥିଲେ । ଆଜି ବି ଲୋକମାନେ ଏହି ସିରିୟଲକୁ ୟୁ ଟ୍ୟୁବରେ ଦେଖିବାକୁ ପସନ୍ଦ କରନ୍ତି । ଏହି କମେଡି ଶୋରେ ପ୍ରଫୁଲ, ହଁସା, ବାବୁଜୀ ଓ ଜୟଶ୍ରୀ ଭଳି ଲୋକପ୍ରିୟ ଚରିତ୍ର ଥିଲେ ।

ଏହି ଶୋ ରେ ଏକ ଛୋଟ ଝିଅ ବି ଥିଲା ଯିଏକି ‘ଚକ୍କୀ’ର ଅଭିନୟ କରୁଥିଲା । କହିବାକୁ ଗଲେ ବର୍ତ୍ତମାନ ସେହି ଛୋଟ ଓ ବୁଦ୍ଧିମାନ ‘ଚକ୍କୀ’ ଛୋଟ ହୋଇ ଆଉ ନାହିଁ । ଏତେ ବର୍ଷ ପରେ ସେ ବହୁତ ବଡ ଓ ସୁନ୍ଦର ହୋଇ ଯାଇଛି ।

ବହୁତ ସୁନ୍ଦର ହୋଇ ଯାଇଛି ଖିଚଡୀର ‘ଚକ୍କୀ’

କହିଦେଉଛୁ କି ଯେଉଁ ଝିଅଟି ‘ଚକ୍କୀ’ର ଅଭିନୟ କରୁଥିଲେ ତାଙ୍କର ଅସଲ ନାମ ଋଚା ଭଦ୍ର ଅଟେ । ଋଚା ଭଦ୍ର ଆଜି ବଡ ହୋଇ ଯାଇଛନ୍ତି ଓ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଖିଚଡ଼ୀ ପରେ ଋଚା ‘ଇଂସ୍ଟେଂଟ ଖିଚଡ଼ୀ’, ‘ବା ବହୁ ଔର ବେବୀ’, ‘ମିସେସ ତେଂଦୁଲକର’ ଭଳି ଶୋ ରେ ବି ଅଂସ ହୋଇଥିଲେ । ଟିଭିରେ ମନୋରଞ୍ଜନ କରୁଥିବା ଚକ୍କୀ ଅସଲ ଜୀବନରେ ବି ବହୁତ ମଜାକିଆ ଅଟନ୍ତି ।

ଋଚାଙ୍କୁ ଖାଇବା ପିଇବା ବହୁତ ପସନ୍ଦ ଅଟେ । ଋଚା ସୋସିଆଲ ମିଡିଆରେ ବି ବହୁତ ଆକ୍ଟିବ ରୁହନ୍ତି ଓ ତାଙ୍କର ହଜାର ହଜାର ଫଲୋଅର୍ସ ବି ଅଛନ୍ତି । ପିଲାଦିନେ ଋଚା ଟିଭିରେ ବହୁତ ଏକ୍ଟିବ ରହିଲେ କିନ୍ତୁ ବଡ ହେବା ପରେ ସେ ନିଜକୁ ଟିଭି ଇଣ୍ଡଷ୍ଟ୍ରିରୁ ଦୂର କରି ଦେଲେ ।

କହିଲେ – ମୁଁ ସେମିତି ନୁହେଁ, ଯେମିତି ଝିଅ ଟିଭି ଇଣ୍ଡଷ୍ଟ୍ରିକୁ ଦରକାର

ଋଚା କହିଲେ, “ଏମିତି ନୁହେଁ କି ମୁଁ ଟିଭିକୁ ଫେରିବାକୁ ଚେଷ୍ଟା କରି ନାହିଁ କିନ୍ତୁ ବଡୀ ଶେମିଂଗ ଓ କାସ୍ଟିଂଗ କାଉଚ ଚାଲିବା କାରଣରୁ ମୁଁ ଟିଭି ଠାରୁ ଦୂରେଇ ଯାଇଛି । ବର୍ତ୍ତମାନ କର୍ପୋରେଟ ଜଗତରେ ମୁଁ ନିଜର କ୍ୟାରିୟର ଗଢିବାକୁ ଚେଷ୍ଟା କରୁଛି ।“ ସେ ଆଗକୁ କହିଲେ କି, “ଟିଭିରେ ରୋମାଣ୍ଟିକ ସିନ କରିବା କିମ୍ବା ଏକ୍ସପୋଜ କରିବା ଦ୍ଵାରା ମୋର ପରିବାରକୁ ଅସୁବିଧା ହେଉଥିଲା । ମୁଁ କେବେ ବି ପତଳା ନ ଥିଲି ଓ ଆଜିକାଲି ଟିଭି ଇଣ୍ଡଷ୍ଟ୍ରିକୁ ଯେମିତି ଝିଅ ଦରକାର, ମୁଁ ସେମିତି ନୁହେଁ । ମୁଁ ନିଜ ପରିବାର ବିରୁଦ୍ଧରେ ଯାଇ ପାରିବି ନାହିଁ ।“

ଦେଖନ୍ତୁ କିଛି ଫଟୋ –

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।