ବହୁତ ଗର୍ବୀ ଓ ଝଗଡା କରନ୍ତି TVର ଏହି 5 ହିରୋଇନ, କେହିବି କରିବାକୁ ଚାହାନ୍ତି ନାହିଁ ଏମାନଙ୍କ ସହିତ କାମ

ଛୋଟୋ ପରଦାରେ ନଜର ଆସୁଥିବା ଟିଭି ଅଭିନେତ୍ରୀମାନେ ଭଲ ଅଭିନୟ କରିଥାନ୍ତି । ତାଙ୍କର ଅଭିନୟ ଯୋଗୁ ଲୋକମାନେ ବହୁତ ଭଲ ପାଇଥାନ୍ତି । ଆଜି ଆମେ ଟିଭି ଜଗତର କିଛି ଏମିତି ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛି ଯେ ଛୋଟୋ ପରଦାରେ ସଂସ୍କାରୀ ବୋହୁର ଆଭିନୟ କରିଥାନ୍ତି । କିନ୍ତୁ ଅସଲ ଜୀବନରେ ବହୁତ ଘମାଣ୍ଡି ଓ ସ୍ଵାର୍ଥପର ହୋଇଥାନ୍ତି । ଜେନିଫର ୱିଙ୍ଗେଟ – ଜେନିଫର ୱିଙ୍ଗେଟ ବହୁତ ଛୋଟୋ ବୟସରୁ ଟିଭିରେ କାମ କରିବାକୁ ଆରମ୍ଭ କରିଦେଇଥିଲେ । ଲୋକମାନେ ଜେନିଫରକୁ ବହୁତ ପସନ୍ଦ କରିଥିଲେ । ଧୀରେ ଧୀରେ ଟିଭିରେ ସବୁଠୁ ପପୁଳାର ଆକ୍ଟ୍ରେସ ହୋଇଗଲେ ।

ଜେନିଫର ୱିଙ୍ଗେଟ ବହୁତ ନାଟକ କରିଛନ୍ତି ଯାହା ଦ୍ଵାରା ବହୁତ ଲୋକମାନେ ପସନ୍ଦ କରିଛନ୍ତି । କହିବାକୁ ଗଲେ ଜେନିଫର ୱିଙ୍ଗେଟ ବହୁତ ଘମଣ୍ଡି ସ୍ଵଭାବର ହୋଇଥାନ୍ତି ଏମାନଙ୍କର ରାଗ ସବୁବେଳେ ନାକ ଆଗରେ ରହିଥାଏ । କୁହାଯାଏ କି ଯେତେବେଳେ ତାଙ୍କର ମୁଡ ଖରାପ ହୋଇଯାଏ ସେତେବେଳେ ଶୁଟିଙ୍ଗ ଅଧାରୁ ଛାଡି ଚାଲି ଯାଆନ୍ତି । ବହୁତ ବୁଝାଇବା ପରେ ସେ ପୁଣି ଶୁଟିଙ୍ଗ ରେ ଯୋଗ ଦିଅନ୍ତି ।

କରିଷ୍ମା ତନ୍ନା

କରିଷ୍ମା ତନ୍ନା, ଏକତା କାପୁରଙ୍କ ପ୍ରସିଦ୍ଧ ସିରିଏଲ କିୟୁଙ୍କି ଶାସ ଭି କଭି ବହୁ ଥି ରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଫିଲ୍ମ ରେ କାମ କରିବା ଆରମ୍ଭ କରିଥିଲେ । କିନ୍ତୁ ଫିଲ୍ମ ଦୁନିଆରେ ଭଲ କରି ପାରି ନଥିଲେ । ଏହାପରେ ବିଗ ବଶ ରେ ଅଭିନୟ କରୁଥିଲେ । ଏଥିରେ ତାଙ୍କର ବହୁତ ଗର୍ବୀ ରୂପ ଦେଖିବାକୁ ମିଳିଥିଲା । ଏହି ଗୁଣ ପାଇଁ ଏହି ସୋକୁ ଜିତି ପାରି ନଥିଲେ । ଥରେ ଏହି ସୋ ରେ ଗୌତମ ଗୁଲାଟି ଗାଳି ଦେଇଥିଲେ । ଏଠି ପାଇଁ ସେ ବହୁତ ହଙ୍ଗାମା କରିଥିଲେ । ସେ ମିଡିଆ ସହ ମଧ୍ୟ ଖରାପ ବ୍ୟବହାର କରନ୍ତି ।

ହୀନା ଖାନ

ହୀନା ଖାନ ଇଏ ରିସ୍ତା କ୍ୟା କହେଲେତା ହେ ସୋ ରୁ କ୍ୟାରିୟାର ଆରମ୍ଭ କରିଥିଲେ । ସେ ଯେତେ ଫେମସ ହେବାକୁ ଲାଗିଲେ ତାଙ୍କର ସ୍ଵଭାବରେ ପରିବର୍ତନ ଦେଖାଦେଲା । କୁହାଯାଏ କି ଶୁଟିଙ୍ଗ ସମୟ ରେ ଏକ ନିୟୁଜ ଚାନେଲ କୁ ସାକ୍ଷାତକାର ଦେବା କୁ ମନା କରିଦେଲେ ଓ ରାଗି ଯାଇଥିଲେ । ବହୁତ ବୁଝାଇବା ପରେ ବି ଇଏ ଋସ୍ତା କ୍ୟା କହଲେତା ହେ ସୋ ଛାଡି ଦେଇଥିଲେ କାହିଁକି ନା ସେ ଏଥିରୁ ବହୁତ ବୋର ହୋଇ ଯାଇଥିଲେ । ତାଙ୍କୁ ସୋ ପକ୍ଷରୁ ବହୁତ ବୁଝାଇବା ପରେ ବି ସେ ମାନି ନଥିଲେ ।

ଅଙ୍କିତା ଲୋଖଣ୍ଡେ

ଅଙ୍କିତା ଲୋଖଣ୍ଡେ ନିଜେ ମାନି ଥିଲେ କି ସେ ବହୁତ ଗର୍ବୀ ଅଟନ୍ତି । ସେ ପବିତ୍ର ରିସ୍ତା ସୋ ରୁ ପରିଚୟ ପାଇଥିଲେ । ଏହି ସୋ ରେ କାମ କରୁଥିବା ଆସା ନେଗୀ ସହ ବହୁତ ଝଗଡା ହେଉଥିଲା ଯେଉଁଥି ପାଇଁ ଆସା ନେଗୀ ଏହି ସୋ ଛାଡି ଦେଲେ । ଝଲକ ଦିଖାନେ ସୋ ରେ ଅଙ୍କିତା ଲୋଖଣ୍ଡେ ନିଜେ ବହୁତ ଗର୍ବୀ ବୋଲି କହିଥିଲେ ।

ଦ୍ରୁଷ୍ଟି ଧାମି

ଦ୍ରୁଷ୍ଟି ଧାମିଙ୍କର ଯେତେବେଳେ ସୋ ରେ କୌଣସି କଥା କେହି ନ୍ମାଣନ୍ତି ସେ ସୋ ଛାଡିଦେବାକୁ ଧମକ ଦିଅନ୍ତି । ଏକ ଥା ରାଜା ଏକ ଥି ରାନୀ ସୋ ରେ ଦ୍ରୁଷ୍ଟି ନିଜର ମାଇକ ଓ ସାଉଣ୍ଡ କୁ ବାହାର କରିବାକୁ ଭୁଲିଯାଇ ମୋବାଇଲ ରେ କଥା ହେଉଥିଲେ । ଯେତେବେଳେ ଏହା ମନେ ପଡିଗଲା ସେ ସାଉଣ୍ଡ ଇଞ୍ଜିନିଅରକୁ ବହୁତ ରାଗିଥିଲେ ଓ ଏଥିପାଇଁ ଭୁଲ ମାଗିବାରୁ ପୁଣି ଶୁଟିଙ୍ଗ ଆରମ୍ଭ ହୋଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।