ସଲମାନ କହିଲେ କି ସେ ଯେଉଁ ଝିଅକୁ ଭଲ ପାଉଥିଲେ ଯଦି ବାହା ହୋଇଥାନ୍ତେ ତେବେ ଆଜି ହୋଇସାରିଥାନ୍ତେ ଜେଜେବାପା, ଜାଣନ୍ତୁ କିଏ ସେ

ବଲୀଉଡ ଦବଙ୍ଗ ଖାନ ସଲମାନ ଖାନ ଗୋଟିଏ ଏମିତି ଷ୍ଟାର ଅଟନ୍ତି ଯାହାର ଫ୍ୟାନ ଦେଶ ସହିତ ପୁରା ଦୁନିଆରେ ଅଛନ୍ତି । ଏହା ସହିତ ସଲମାନ ଖାନ ଜଣେ ଏମିତି ଅଭିନେତା ଅଟନ୍ତି ଯାହାଙ୍କ ସହିତ ସବୁବେଳେ କୌଣସି ନା କୌଣସି ପ୍ରଶ୍ନ ଜଡିତ ଥାଏ । ଯେମିତି କି ଆସନ୍ତା ଫିଲ୍ମରେ ସେ କେଉଁ ଅନ୍ଦାଜରେ ନଜର ଆସିବେ । ଏହା ଛଡା ସେ ତାଙ୍କର ଆସନ୍ତା ଫିଲ୍ମରେ କେଉଁ ନୂଆ ଚେହେରାକୁ ଲଞ୍ଚ କରିବେ । ଏହି ସବୁ ପ୍ରଶ୍ନ ସହିତ ଗୋଟିଏ ପ୍ରଶ୍ନ ଯାହାକି ବହୁତ ବର୍ଷ ହେବ ସଲମାନ ଖାନ ଜଡିତ ଅଛି ସେହି ପ୍ରଶ୍ନଟି ହେଉଛି କି ସଲମାନ କେବେ ବିବାହ କରିବେ ? ବର୍ତମାନ ଏହି ପ୍ରଶ୍ନ ସଳମାନଙ୍କ ପାଇଁ ବହୁତ କଷ୍ଟଦାୟକ ବି ହୋଇ ଯାଇଛି । କିନ୍ତୁ ସବୁବେଳେ ସେ କୌଣସି ନା କୌଣସି ବାହାନା କରି ଏହି ପ୍ରଶ୍ନକୁ ଟାଲି ଦିଅନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ସଲମାନଙ୍କ ଏକ ଏମିତି କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି କିମ୍ବା କାହାକୁ ଜଣା ନ ଥିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସଲମାନ ପିଲାଦିନେ ଗୋଟିଏ ଝିଅକୁ ପ୍ରେମ କରୁଥିଲେ ଓ ସେହି ଝିଅ ବି ସଲମାନଙ୍କୁ ବହୁତ ପସନ୍ଦ କରୁଥିଲା । ସଲମାନଙ୍କ ଏହି କାହାଣୀରେ ଟ୍ୱିସ୍ଟ ଅଛି । କହିବାକୁ ଗଲେ ସଲମାନ ସେହି ଝିଅକୁ କେବେ ବି ନିଜର ହୃଦୟର କଥା କହି ନାହାନ୍ତି ।

ସଲମାନ ଖାନ ଥରେ କହିଲେ କି ଯଦି ସେ ତାକୁ ବାହା ହୋଇଥାନ୍ତେ ତେବେ ଆଜି ସେ ଜେଜେବାପା ହୋଇ ସାରିଥାନ୍ତେ ଓ ଆଜି ମୋର ବିବାହକୁ ନେଇ ଏତେ ପ୍ରଶ୍ନ ଉଠି ନ ଥାନ୍ତା । ଆପଣଙ୍କୁ କହିଦେଉଛୁ କି ବିଗ ବସ ୧୩ ସିଜିନରେ କାଜୋଲ ଓ ଅଜୟ ଦେବଗନଙ୍କ ସହିତ ଖେଲାଯାଇଥିବା ଗୋଟିଏ ଗେମ ସମୟରେ ନିଜେ ସଲମାନ ଖାନ ନିଜର ଏହି କାହାଣୀକୁ ଶେୟାର କରିଥିଲେ । ସଲମାନ ଖାନ ନିଜ କାହାଣୀ ବିଷୟରେ କହିଲେ କି ଥରେ ଗୋଟିଏ ଝିଅର କୁକୁର ତାଙ୍କୁ କାମୁଡି ଦେଇ ଥିଲା ।

ସଲମାନ କହିଲେ କି ମୁଁ ତାକୁ ପସନ୍ଦ କରୁଥିଲି ସେଥିପାଇଁ କିଛି କହିଲି ନାହିଁ । ଏହା ସହିତ ରିଜେକ୍ଶନ ଡରରେ କେବେ ବି ନିଜର ହୃଦୟର କଥା କହି ପାରିଲି ନାହିଁ । ସଲମାନଙ୍କ ଅନୁସାରେ ସେ ଯେଉଁ ଝିଅକୁ ପସନ୍ଦ କରୁଥିଲେ ସେହି ଝିଅର ତିନି ଜଣ ବନ୍ଧୁ ସହ ତାଙ୍କର ଅଫେୟାର ରହିଥିଲା । ଏହି କାରଣ ଅଟେ କି ସେ ସେହି ଝିଅକୁ ନିଜର ହୃଦୟର କଥା କହିଲେ ନାହିଁ । ଏହି ଘଟଣାକୁ ବହୁତ ସମୟ ପରେ ସଲମାନଙ୍କୁ ଜଣା ପଡିଲା କି ସେହି ଝିଅ ବି ତାଙ୍କୁ ପସନ୍ଦ କରୁଥିଲା ।

ନିଜର ଏହି ଛୋଟ କାହାଣୀକୁ ମନେ ପକାଇ ସଲମାନ ଖାନ ହସିବାକୁ ଲାଗିଲେ ଓ ଏହା ପରେ ଆଗକୁ କହିଲେ କି ମୋର ସେହି ଝିଅ ସହିତ ପୁଣି ଥରେ ୧୫ ୨୦ ବର୍ଷ ପରେ ଦେଖା ହେଲା କିନ୍ତୁ ସେ ଜେଜେମା ହୋଇ ସାରିଥିଲା । ସେ ମୋତେ ତାହାର ନାତି ନାତୁଣୀ ବିଷୟରେ କହିଲା କି ସେମାନେ ତୁମର ବହୁତ ବଡ ଫ୍ୟାନ ଅଟନ୍ତି । ସଲମାନ କହିଲେ କି ଭଲ ହେଲା ମୁଁ ନିଜର ହୃଦୟର କଥା ତାଙ୍କୁ କହି ନ ଥିଲି ନଚେତ ଆଜି ମୁଁ ଜେଜେବାପା ହୋଇସାରିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।