ମୃତ୍ୟୁ ର କିଛି ସମୟ ପୂର୍ବରୁ ହିଁ Sidharth Shukla ମା’ଙ୍କୁ ମାଗିଥିଲେ ପାଣି, ଜାଣନ୍ତୁ ସିଦ୍ଧାର୍ଥଙ୍କ ଶେଷ ରାତିର ପୁରା କାହାଣୀ

ଟିଭି ଅନ୍ଯତମ ଉଜ୍ଵଳ ତାରକା ସିଦ୍ଧାର୍ଥ ଶୁକ୍ଲା ଦୁନିଆକୁ ଅଲବିଦା କହି ଦେଇଛନ୍ତି । ତାଙ୍କ ମୃ-ତ୍ୟୁର କାରଣ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । କିନ୍ତୁ ଶୁଣିବାକୁ ମିଳୁଛି କି ହୃ-ଦ-ଘା-ତ କାରଣରୁ ତାଙ୍କର ମୃ-ତ୍ୟୁ ହୋଇଛି । ତାଙ୍କୁ ଆନନ-ଫାନନ ରେ ମୁମ୍ବାଇର କୁପର ହସ୍ପିଟାଲକୁ ନିଆ ଯାଇଥିଲା କିନ୍ତୁ ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା । ହସ୍ପିଟାଲରେ ଅଭିନେତାଙ୍କୁ ମୃ-ତ ଘୋଷିତ କରି ଦିଆ ଯାଇଥିଲା । ସିଦ୍ଧାର୍ଥଙ୍କ ଏହିପରି ଅକାଳ ମୃ-ତ୍ୟୁ-ରେ ସମସ୍ତେ ସଦମାରେ ଅଛନ୍ତି ।

ମାତ୍ର ୪୦ ବର୍ଷ ବୟସରେ ତାଙ୍କର ଏପରି ମୃ-ତ୍ୟୁରେ ମନୋରଞ୍ଜନ ଦୁନିଆରେ ମାତମ ଖେଳି ଯାଇଛି । ତାଙ୍କ ନି-ଧ-ନ ଖବର ଶୁଣି ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି । ସିଦ୍ଧାର୍ଥ ଆଉ ଏ ଦୁନିଆରେ ନାହାନ୍ତି ବୋଲି ତାଙ୍କ ଫ୍ୟାନମାନେ ବିଶ୍ବାସ କରିପାରୁ ନାହାନ୍ତି । ସିଦ୍ଧାର୍ଥଙ୍କୁ କୌଣସି ରୋଗ ନଥିଲା ଓ ସେ ବହୁତ ଫିଟ୍ ମଧ୍ୟ ଥିଲେ । ଏହା ପରେ ମଧ୍ୟ ତାଙ୍କର ଏପରି ଅଚାନକ ମୃ-ତ୍ୟୁ ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି ।

ଏହି ମାମଲାରେ ମୁମ୍ବାଇ ପୋଲିସ ନଜର ବନେଇ ରଖିଛି ଓ କୁପର ହସ୍ପିଟାଲରେ ସିଦ୍ଧାର୍ଥଙ୍କ ପୋ-ଷ୍ଟ-ମ-ର୍ଟ-ମ ରିପୋର୍ଟ ଆସିବା ପରେ ମୃ-ତ୍ୟୁର କାରଣ ଜଣାପଡିବ । ଖବର ଅନୁସାରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଅଧରାତିରେ ଅସ୍ତବ୍ୟସ୍ତ ଲାଗିଥିଲା । ବୁଧବାର ଦିନ ସିଦ୍ଧାର୍ଥ ମା’ଙ୍କ ସହ ସୋସାଇଟି ଗାର୍ଡେନରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ସେ ଖୁବ ସାମାନ୍ଯ ଦେଖା ଯାଉଥିଲେ ଓ ସବୁଦିନ ପରି ରାତିରେ ଆରାମରେ ମଧ୍ୟ ଶୋଇଥିଲେ ।

କିନ୍ତୁ ପ୍ରାୟ ରାତି ସାଢେ ତିନିଟା ସମୟରେ ତାଙ୍କୁ ଅସହଜ ଅନୁଭବ ହେବା ସହ ଛାତିରେ ସାମାନ୍ଯ ବ୍ୟଥା ଅନୁଭବ କରିଥିଲେ । ସେ ତାଙ୍କ ମା ରୀତା ଶୁକ୍ଲାଙ୍କୁ ଏହି କଥା ଜଣାଇଥିଲେ । ମା ତାଙ୍କୁ ପିଇବା ପାଇଁ ପାଣି ଦେଇଥିଲେ । ପାଣି ପିଇ ସିଦ୍ଧାର୍ଥ ପୁଣି ଶୋଇ ପଡିଥିଲେ । କିନ୍ତୁ ସବୁଦିନ ପାଇଁ । ଏହାପରେ ତାଙ୍କ ଆଖି ଆଉ ଖୋଲି ନଥିଲା ।

ସିଦ୍ଧାର୍ଥ ସବୁଦିନ ପାଇଁ ଶୋଇ ଯାଇଛନ୍ତି ବୋଲି ତାଙ୍କୁ ପରିବାରକୁ ମଧ୍ୟ ଖବର ନଥିଲା । ସକାଳେ ଅନେକ ସମୟ ହୋଇଯିବା ପରେ ଯେତେବେଳେ ତାଙ୍କ ମା ତାଙ୍କୁ ଉଠାଇବାକୁ ଗଲେ ସେ ଉଠିଲେ ନାହିଁ । ମା ରୀତା ତୁରନ୍ତ ଝିଅ ଓ ଜ୍ଵାଇଁଙ୍କୁ ସୂଚନା ଦେଇଥିଲେ । ସେମାନେ ଶୀଘ୍ର ସେଠାରେ ପହଞ୍ଚିଥିଲେ ଓ ଡାକ୍ତରଙ୍କୁ ମଧ୍ୟ ଡ଼ାକିଥିଲେ । ଡାକ୍ତର ସେହିଠାରେ ହିଁ କହିଥିଲେ ତାଙ୍କର ମୃତ୍ୟୁ ହୋଇଯାଇଛି ଓ ତାଙ୍କୁ କୁପର ହସ୍ପିଟାଲ ନେଇଯିବାକୁ କହିଥିଲେ ।

ହସ୍ପିଟାଲରେ ଏହି କଥା ସ୍ପଷ୍ଟ ହେବା ପରେ ଚାରିଆଡେ ତାଙ୍କ ମୃତ୍ୟୁ ଖବର ଖେଳି ଯାଇଥିଲା । ସିଦ୍ଧାର୍ଥଙ୍କ ମୃତ୍ୟୁରେ ଟିଭି ଇଣ୍ଡଷ୍ଟ୍ରିର ଅନେକ ଲୋକପ୍ରିୟ କଳାକାର ଦୁଃଖ ପ୍ରକାଶ କରିଛନ୍ତି । କେତେକେ ତାଙ୍କ ଘରକୁ ଯିବା ସହ ଅନ୍ୟ କେତେକେ ହସ୍ପିଟାଲ ମଧ୍ୟ ଯାଇଥିଲେ ।

ଏହାସହ ଅକ୍ଷୟ କୁମାର, ରିତେଶ ଦେଶମୁଖ, ଅମିତାଭ ବଚ୍ଚନ, ମଣିଜ ବାଜପେୟୀ, ମାଧୁରୀ ଦୀକ୍ଷିତ, ସଲମାନ ଖାନଙ୍କ ପରି ବଡ ବଡ ବଲିଉଡ କଳାକାର ମଧ୍ୟ ତାଙ୍କ ନିଧାନରେ ଶୋକ ପ୍ରକଟ କରି ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।