୭ ବର୍ଷ ଚାଲିଲା ଅଫେୟାର, ୪ ଘଣ୍ଟା ମଣ୍ଡପରେ ବସି ରହିଲା କନ୍ୟା, ପହଞ୍ଚିଲା ନାହିଁ ବର

୭ ବର୍ଷ ପର୍ଯ୍ୟନ୍ତ ପ୍ରେମରେ ରହିବା ପରେ ଏକ ପ୍ରେମୀ ଯୋଡି ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ବିବାହ ପାଇଁ କନ୍ୟା ମଣ୍ଡପରେ ବସି ରହିଲା । କିନ୍ତୁ ବର ବରଯାତ୍ରୀ ନେଇ ପହଞ୍ଚିଲା ନାହିଁ । ଶେଷରେ ୪ ଘଣ୍ଟା ପରେ କନ୍ୟା ପୋଲିସ ଷ୍ଟେସନରେ ପହଞ୍ଚିଲା ଓ ବର ବିରୁଦ୍ଧରେ କେସ କଲା । କହିବାକୁ ଗଲେ ଏହିଭଳି ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ପଞ୍ଜାବର ଗୁରଦାସପୁର ର ଅଟେ ।

ଗୁରଦାସପୁର ଥାନାରେ ପହଞ୍ଚି କନ୍ୟା ସାଜିଥିବା ଦୀପିକା କହିଲା କି ତାହାର ୭ ବର୍ଷ ହେବ ଗୁରଦାସପୁରରେ ରହୁଥିବା ରମନ କୁମାର ସହିତ ପ୍ରେମ ସମ୍ବନ୍ଧ ଥିଲା ।

ଏହା ପରେ ସେମାନେ ଦୁଇ ଜଣ ନିଜ ପରିବାରକୁ ବିବାହ ପାଇଁ ରାଜି କରାଇଲେ । ବିବାହ ପୂର୍ବରୁ ସମସ୍ତ ପରମ୍ପରା ବି ପୁରା କରାଗଲା ଓ ରବିବାର ଦିନ ବିବାହ ଠିକ ହେଲା ।

ଝିଅ ଓ ତା’ର ପରିବାର ଲୋକମାନେ କହିଲେ କି ସେମାନେ ସମସ୍ତେ ପ୍ରସ୍ତୁତ ହୋଇ ସାରିଥିଲେ କିନ୍ତୁ ବର ରମନ ବରଯାତ୍ରୀ ନେଇ ମନ୍ଦିରରେ ପହଞ୍ଚିଲା ନାହିଁ । ପୁରା ଦିନ ତା’ର ଅପେକ୍ଷା କରିଲେ ଓ ଫୋନରେ ବି ସମ୍ପର୍କ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ନା ରମନର କିଛି ଖବର ଜଣା ପଡିଲା ଓ ନା ତା’ର ପରିବାର ବିଷୟରେ କିଛି ଜଣା ପଡିଲା ।

ଅନ୍ୟ ପଟେ ଝିଅ ଓ ତା’ର ପରିବାର ଲୋକମାନେ ପୁଅ ବିରୁଦ୍ଧରେ କେସ କରିବା ପାଇଁ ପୋଲିସ ଷ୍ଟେସନ ପହଞ୍ଚିଲେ ଓ ସେମାନେ କଡା ପଦକ୍ଷେପ ନେବା ପାଇଁ ଅନୁରୋଧ କରିଲେ । ଅନ୍ୟ ପଟେ ଏହି ମାମଲା ଉପରେ ପୋଲିସ ଷ୍ଟେସନ ଗୁରଦାସପୁର ର ଇଂଚାର୍ଜ କୁଲୱଂତ ସିଂହ କହିଲେ କି ଝିଅ ଦୀପିକା ପୋଲିସ ଷ୍ଟେସନ ଆସି ପୁଅ ରମନ କୁମାର ବିରୁଦ୍ଧରେ କେସ କରିଛନ୍ତି ।

କନ୍ୟା କହିଲା କି ରମନ ବିବାହ କରିବାର ପ୍ରତିଜ୍ଞା କରି ବିବାହ ମଣ୍ଡପକୁ ଆସିଲା ନାହିଁ । ଏହା ପରେ ଝିଅର ବୟାନ ନେଇ ଯାଞ୍ଚ ଆରମ୍ଭ କରି ଦିଆଯାଇଛି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।