ଏହି କିନ୍ନରଙ୍କୁ ଦେଖି ହିରୋଇନମାନଙ୍କର ବି ଉଡିଗଲା ହୋସ, କହିଲେ – ଇଏ ତ ମୋ ଠୁ ବି ବହୁତ ସୁନ୍ଦର

ଏହି ଦୁନିଆରେ ଭଗବାନ ମନୁଷ୍ୟକୁ ତିନୋଟି ରୂପରେ ଜନ୍ମ ଦେଇଛନ୍ତି । ଯେଉଁଥିରେ ପ୍ରଥମକୁ ପୁରୁଷ, ଦ୍ଵିତୀୟକୁ ମହିଳା ଓ ତୃତୀୟକୁ କିନ୍ନର କରିଛନ୍ତି । କହିବାକୁ ଗଲେ ପୁରୁଷ ଓ ମହିଳାଙ୍କୁ ସମସ୍ତେ ଇଜ୍ଜତର ସହ ଦେଖିଥାନ୍ତି । କିନ୍ତୁ ସମାଜରେ କିନ୍ନରଙ୍କୁ ଖରାପ ନଜରରେ ଦେଖାଯାଇଥାଏ । କାରଣ ଏମାନେ ନା ହିଁ ପୂରାପୂରି ପୁରୁଷ ହୋଇଥାନ୍ତି ଓ ନା ହିଁ ପୂରାପୂରି ମହିଳା ହୋଇଥାନ୍ତି ।

ସେଥିପାଇଁ ଏମାନଙ୍କୁ କିନ୍ନର ବୋଲି କୁହାଯାଏ । ପ୍ରାୟତଃ ଆପଣମାନେ କୌଣସି ବିବାହ, କିମ୍ବା ଅନ୍ୟ କୌଣସି ଜାଗାରେ ଏମାନଙ୍କୁ ଡ୍ୟାନ୍ସ କରୁଥିବାର ଦେଖିଥିବେ । କହିବାକୁ ଗଲେ କିଛି କିନ୍ନର ନିଜର ପେଟ ପୋଷିବା ପାଇଁ ନାଚିବାକୁ ନିଜର ପେଶା କରି ଦେଇଛନ୍ତି । ଏହାର କାରଣ ଏମାନଙ୍କର ଆର୍ଥିକ ସମସ୍ୟା ଓ ଲୋକମାନଙ୍କର ସମାଜର ଖରାପ ଚିନ୍ତାଧାରା ।

Image courtesy: Google

ଆଜି ଆମେ ଆପଣଙ୍କୁ ଏକ ଏମିତି କିନ୍ନରଙ୍କ ବିଷୟରେ କହିବୁ ଯାହାକୁ ଦେଖି କେହି ବି କହି ପାରିବେ ନାହିଁ କି ସେ କିନ୍ନର ଅଟନ୍ତି । କହିବାକୁ ଗଲେ ଭାରତରେ ରହୁଥିବା ବିଶେଷ ହୁଈରେମ ପୂରାପୂରି ମହିଳାଙ୍କ ଭଳି ନଜର ଆସିଥାନ୍ତି ।

Image courtesy: Google

ବିଶେଷ ହୁଈରେମ ଏତେ ସୁନ୍ଦର ଅଟନ୍ତି କି ତାଙ୍କର ଚର୍ଚ୍ଚା କେବଳ ଦେଶରେ ନୁହେଁ ବିଦେଶରେ ବି ହୋଇଥାଏ । ବର୍ତ୍ତମାନ ହିଁ ଥାଈଲ୍ୟାଣ୍ଡର ଚୋଂବୁରୀରେ ହେଉଥିବା ପ୍ରତିଯୋଗିତାରେ ୩୦ ଜଣ ପ୍ରତିଯୋଗୀଙ୍କୁ ବଛା ଯାଇଥିଲ।, ଯେଉଁଥିରେ ସବୁଠୁ ଉପରେ ବିଶେଷଙ୍କର ନାମ ଥିଲା ।

Image courtesy: Google

ଏକ ରିପୋର୍ଟ ଅନୁସାରେ ଏହି ପ୍ରତିଯୋଗୀତା ସବୁ ବର୍ଷ ଥାଈଲ୍ୟାଣ୍ଡରେ କିନ୍ନରମାନଙ୍କ ପାଇଁ ଆୟୋଜିତ କରାଯାଇଥାଏ । ଏଠି ଦୁନିଆର ସମସ୍ତ କିନ୍ନରମାନଙ୍କୁ ନିଜର ସୁନ୍ଦରତାର ଜଲ୍ବା ଦେଖାଇବାକୁ ଚାନ୍ସ ମିଳିଥାଏ । ଏହି ପ୍ରତିଯୋଗିତାର ଆରମ୍ଭ ୨୦୦୪ରେ ହୋଇଥିଲା । କହିବାକୁ ଗଲେ ବିଶେଷଙ୍କର ମାତା ପିତାଙ୍କୁ ଯେତେବେଳେ ଜଣା ପଡିଲା କି ତାଙ୍କର ପିଲା କିନ୍ନର ଅଟେ ତେବେ ସେ ତାକୁ ଅସ୍ଵୀକାର ନ କରି ତା’ ସହିତ ଥିଲେ ।

Image courtesy: Google

ବିଶେଷଙ୍କର ପିତା ମୈଂଗଲେମଙ୍କୁ ଯେତେବେଳେ ତାଙ୍କର ସନ୍ତାନ ବିଷୟରେ ପ୍ରଶ୍ନ କରାଗଲା ତେବେ ସେ ପ୍ରଥମେ ତ ବିଶେଷଙ୍କର ବ୍ୟକ୍ତିତ୍ଵ ବିରୁଦ୍ଧରେ ବୟାନ ଦେଲେ । କିନ୍ତୁ ପରେ ତାହାର ପର୍ସନାଲିଟିକୁ ଆକସେପ୍ଟ କରିନେଲେ । ଅନ୍ୟ ପଟେ ମା’ ଖୋମଦୋଂବୀ କହିଲେ କି ଆରମ୍ଭରୁ ବିଶେଷ ଝିଅମାନଙ୍କ ଡ୍ରେସରେ ଇଂଟରେସ୍ଟ ନେଉଥିଲା, ତେବେ ତାଙ୍କୁ ରାଗ ଆସୁଥିଲା କିନ୍ତୁ ପରେ ସେ ବି ଏହାକୁ ସ୍ଵୀକାର କରିନେଲେ ।

Image courtesy: Google

କହିବାକୁ ଗଲେ ବିଶେଷଙ୍କର ପିତା ମାତା ବିଶେଷଙ୍କୁ ପୁଅ ଭାବରେ ପାଳିବାକୁ ଚାହୁଁଥିଲେ । କିନ୍ତୁ ଶେଷରେ ସେମାନେ ତାକୁ ଝିଅ ରୂପରେ ଗ୍ରହଣ କରି ନେଲେ । ବର୍ତ୍ତମାନ ସମୟରେ ବିଶେଷ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇ ଯାଇଛନ୍ତି । ତାଙ୍କର ସୁନ୍ଦର ଫଟୋକୁ ସମସ୍ତେ ଶେୟାର କରୁଛନ୍ତି ।

Image courtesy: Google

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।