“ପେଗ୍ ବଢେଇ ଦେ” ଗୀତରେ ଧମାକେଦାର ଡ୍ୟାନ୍ସ କଲେ Ushasi Mishra, ଦେଖନ୍ତୁ ଏହି ଭାଇରାଲ video

ଓଡିଆ ଆଲବମ ଏବଂ ଫିଲ୍ମ ଜଗତର ଅତି ପରିଚିତ ତଥା ଲୋକପ୍ରିୟ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ କିଏ ବା ନ ଜାଣେ। ଏକଦା ଓଡିଆ ଆଲବମ ଠାରୁ ନେଇ ଫିଲ୍ମ ଜଗତ ପର୍ଯ୍ୟନ୍ତ ତାଙ୍କର ରାଜ୍ ଚାଲିଥିଲା । ନିଜର ହୃଦୟସ୍ପର୍ଶୀ ଅଭିନୟ, ସୁନ୍ଦର ଚେହେରା ଓ ତେରେଛା ଚାହାଣିରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ ଜିଣି ନେଉଥିଲେ ଉଷସୀ । ତେବେ ବର୍ତ୍ତମାନ ଉଷସୀଙ୍କୁ ପ୍ରାୟ ୪୦ ବର୍ଷ ଟପି ସାରିଥିଲେ ମଧ୍ୟ ତାଙ୍କ ଯୋଶ କିଛି ବି ଊଣା ପଡିଥିବା ଦେଖିବାକୁ ମିଳୁ ନାହିଁ ।

ବିବାହ ପରେ ଅନେକ ଦିନ ଧରି ଓଡିଆ ଫିଲ୍ମ ଦୁନିଆରୁ ଦୂରେଇ ରହିଥିବା ଉଷସୀଙ୍କୁ ଏବେ ପୁଣି ଥରେ ଟିଭି ଏବଂ ଫିଲ୍ମ ଦୁନିଆରେ ଧୀର ଧୀରେ ପାଦ ରଖୁଥିବାର ଦେଖିବାକୁ ମିଳୁଛି । ତେବେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉଷସୀ ଏବେ ତାଙ୍କର ଏକ ଡ୍ୟାନ୍ସ ଭିଡିଓକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଯାହା ଦେଖି ଦର୍ଶକେ ହସିବା ସହ ବେଶ ପ୍ରଶଂସା ମଧ୍ୟ କରୁଛନ୍ତି । ଓଡିଆ ଗୀତ “ପେଗ୍ ବଢେଇ ଦେ” ରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଯାହା ଦେଖିଲେ ଆପଣଙ୍କୁ ବେଶ ଲାଗିବ ।

ଏହି ଗୀତରେ ୩୦ ସେକେଣ୍ଡର ଏହି ଭିଡିଓରେ ଉଷସୀ ଧମାକେଦାର ଡ୍ୟାନ୍ସ କରୁଛନ୍ତି । ଡ୍ୟାନ୍ସ କରୁଥିବା ବେଳେ ଉଷସୀଙ୍କୁ ଏକ ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳୁଛି । ହାତରେ ଏକ ବଡ କଫି ମଗ୍ ଧରି ପେଗ୍ ଲଗେଇ ଦେ ଗୀତର ଖୁବ ମଜା ଉଠାଉଛନ୍ତି ଉଷସୀ । ଉଷସୀଙ୍କ ଡ୍ୟାନ୍ସ ସହ ପେଗ୍ ଲଗେଇବା ଭଳି ଭଙ୍ଗି ସମସ୍ତଙ୍କୁ ବେଶ ପସନ୍ଦ ଆସୁଛି ।

ଉଷସୀଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଅନେକ ଲୋକ ଉଷସୀଙ୍କ ଏହି ଡ୍ୟାନ୍ସକୁ ପ୍ରଶଂସା କରୁଥିବା ବେଳେ କିଛି ଲୋକେ ତାଙ୍କ ଫିଗରକୁ ନେଇ କମେଣ୍ଟ କରୁଛନ୍ତି । ତେବେ ବିବାହ ପରେ ବା ଫିଲ୍ମ ଦୁନିଆରୁ ଦୂରେଇବା ପରେ ଉଷସୀଙ୍କ ଓଜନ ପୂର୍ବ ଠାରୁ ଅଧିକ ବଢି ଯାଇଥିବା ଦେଖିବାକୁ ମିଳୁଛି ।

ତେବେ ସେ ଯାହା ବି ହେଉ ଉଷସୀଙ୍କ ଡ୍ୟାନ୍ସ ଆଗରେ ଏସବୁ ଫିକା ପଡି ଯାଉଛି । ତେବେ ଆପଣଙ୍କୁ ଉଷସୀ ମିଶ୍ରଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।