ରିୟଲ ଲାଇଫରେ ଫସିଗଲେ ପୁଷ୍ପା ! ନିୟମ ଉଲ୍ଲଂଘନ କରିବା ସାଉଥର ଷ୍ଟାଇଲିଶ ଷ୍ଟାର Allu Arjun ଙ୍କୁ ପଡିଲା ମହଙ୍ଗା

ଆଇନ ଜାଲରେ ଫସିଲେ ପୁଷ୍ପା ଓରଫ ଅଲ୍ଲୁ ଅର୍ଜୁନ । ଏହି ସାଉଥ ସୁପରଷ୍ଟାରଙ୍କ ନାଁରେ ଆସିଛି ଏକ ସାଂଘାତିକ ଅଭିଯୋଗ । ହାଇଦ୍ରାବାଦ ପୋଲିସ ତାଙ୍କ ନାଁରେ ଚାଲାଣ କାଟିଛି । କଳା ରଙ୍ଗର କାଚ ଥିବା କାର୍ ରେ ବୁଲିବା ଏବେ ଅଲ୍ଲୁ ଅର୍ଜୁନଙ୍କ ପାଇଁ ମହଙ୍ଗା ପଡିଛି । ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ହାଇଦ୍ରାବାଦ ପୋଲିସ ତାଙ୍କ ନାଁରେ ମୋଟା ଅଙ୍କର ଚାଲାଣ କାଟିଛି । ନିକଟରେ ଅଲ୍ଲୁ ଅର୍ଜୁନ ତାଙ୍କ ରେଞ୍ଜ ରୋଭର ଲକ୍ସରି ଏସୟୁଭି କାରରେ କଳା ରଙ୍ଗର କାଚ ଲଗାଇ ଥିଲେ ।

ଏହାପରେ ହାଇଦ୍ରାବାଦର ବିଜି ସେକ୍ଟର ରୋଡରେ ପୋଲିସ ଏହା ଦେଖି ତାଙ୍କ କାର୍ କୁ ଅଟକାଇ ଥିଲା । ଯାହାପରେ କାର୍ ରେ କଳା କାଚ ଲଗାଇବା ଅଭିଯୋଗରେ ତାଙ୍କ ନାଁରେ ଚାଲାଣ କଟା ଯାଇଥିଲା । ତେବେ ଯେତେବେଳେ କାର୍ ର ଚାଲାଣ କଟିଥିଲା ସେତେବେଳେ କାର୍ ରେ ଅଲ୍ଲୁ ଅର୍ଜୁନ ନିଜେ ଥିଲେ କି ନାହିଁ ସେନେଇ ଏବେ ଯାଏଁ କୌଣସି ସୂଚନା ମିଳି ନାହିଁ ।

ସୂଚନା ମୁତାବକ ଗାଡି ଗୁଡିକରେ ଟେଣ୍ଡର ଗ୍ଳାସ ବ୍ଯତୀତ ସନଫ୍ରେମ ଭଳି ଅନ୍ଯାନ୍ଯ ବିକଳ୍ପ ବ୍ୟବହାର କରା ଯାଇପାରିବ ନାହିଁ ୨୦୧୨ ମସିହାରେ ସୁପ୍ରିମ କୋର୍ଟ ଏକ ନିୟମ ପାରିତ କରିଥିଲେ । ମାନ୍ୟବର ସୁପ୍ରିମ କୋର୍ଟ ନିୟମରେ ସୁଚାଇ ଦେଇଥିଲେ କି କାର୍ ଗୁଡିକରେ ଟ୍ରାନ୍ସପରେଣ୍ଟ ଗ୍ଳାସ ଲାଗିବ ଏବଂ ଯଦି କେହି ଏହି ନିୟମର ଖିଲାପ କରେ ତେବେ ତାଙ୍କୁ ଜୋରିମାନା ଭରିବାକୁ ପଡିବ ।

ଯାହାର ଖିଲାପ କରି ଏବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଭୋଗିବାକୁ ପଡିଛି । ତେବେ ଆମେ ଏଠାରେ କହି ରଖିବୁ କି ଫିଲ୍ମ ପୁଷ୍ପାର ସଫଳତା ପରେ ଏବେ ଅଲ୍ଲୁ ଅର୍ଜୁନ ଏହାର ସେକେଣ୍ଡ ପାର୍ଟର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଲୋକେ ଏହି ଫିଲ୍ମକୁ ବହୁତ ଉତ୍ସାହର ସହ ଦେଖିବାକୁ ଅପେକ୍ଷା କରି ରହିଛନ୍ତି । କାରଣ ଫିଲ୍ମ ପୁଷ୍ପାଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ଓ ଏବେ ଯାଏଁ ବି ଏହି ଫିଲ୍ମର କ୍ରେଜ ପ୍ରଶଂସକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ।

ସେଥିପାଇଁ ସେକେଣ୍ଡ ପାର୍ଟର ଅପେକ୍ଷା କରି ରହିଛନ୍ତି ଦର୍ଶକେ, ଯାହା ପ୍ରଥମ ପାର୍ଟ ପରି ଖୁବ ସଫଳ ହେବ ବୋଲି ଆଶା କରାଯାଉଛି । ତେବେ ଏପଟେ କିନ୍ତୁ ନିୟମ ଖିଲାପ କରିଥିବାରୁ ଏବେ ଅଲ୍ଲୁ ଅର୍ଜୁନଙ୍କୁ ମୋଟା ଅଙ୍କର ଜୋରିମାନା ଭରିବାକୁ ପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।