Tarang ଟିଭି ରେ ପ୍ରସାରିତ ମାୟା ସିରିଏଲ ର Actor ମାନଙ୍କର ରିଅଲ ନେମ, କଣ ଆପଣ ଜାଣନ୍ତି ?

ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ଗୁଡିକ ମଧ୍ୟରୁ ସିରିଏଲ ‘ମାୟା- କାହାଣୀ ଏକ ନାଗୁଣୀର’ ଅନ୍ଯତମ । ସୁନ୍ଦର କାହାଣୀ ଓ ଅଭିନୟ ଯୋଗୁଁ ଏହି ସିରିଏଲ ଓ ଏହାର କଳାକାର ମାନେ ଖୁବ ଲୋକପ୍ରିୟତା ହାସଲ କରି ପାରିଛନ୍ତି ।

ସିରିଏଲ ‘ମାୟା’ ତରଙ୍ଗ ଟିଭିରେ ପ୍ରସୃତ ନମ୍ବର. ୧ ଶୋ ଅଟେ । ଏହି ଶୋ ରେ କାର୍ଯ୍ୟ କରୁଥିବା ସମସ୍ତ କଳାକାରଙ୍କୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ତେବେ ଆପଣ କେବଳ ଏହି କଳାକାର ମାନଙ୍କ ସିରିଏଲ ନାମରେ ତାଙ୍କୁ ଜାଣିଥିବେ । ସେମାନଙ୍କ ଅସଲ ନାମ କଣ ଆପଣ ଜାଣିଛନ୍ତି କି ? ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ତରଙ୍ଗ ଟିଭିରେ ପ୍ରସାରିତ ଏହି ନମ୍ବର.୧ ଶୋ ରେ କାମ କରୁଥିବା ସମସ୍ତ କଳାକାରଙ୍କ ଅସଲ ନାମ ଆପଣଙ୍କୁ କହିବାକୁ ଯାଉଛୁ । ଚାଲନ୍ତୁ ଜାଣିବା ।

ମାୟା ସିରିଏଲରେ ମୁଖ୍ୟ ଅଭିନେତ୍ରୀ ରୂପେ ଅଭିନୟ କରୁଥିବା ରୁଦ୍ରୀଙ୍କୁ ଦର୍ଶକମାନେ ଖୁବ ଭଲ ପାଇବା ଦେଉଛନ୍ତି । ତାଙ୍କ ଚରିତ୍ର ଏବଂ ଅଭିନୟକୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି । ତେବେ ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ରୁଦ୍ରୀଙ୍କ ପ୍ରକୃତ ନାମ ହେଉଛି ଜସ୍ମିନ ରଥ । ଏହାପରେ ଆମ ତାଲିକାରେ ଅଛନ୍ତି ଗାର୍ଗୀ । ଯିଏ କି ଏହି ସିରିଏଲରେ ନାଗେଶଙ୍କ ମା ଭୂମିକାରେ ଅଭିନୟ କରୁଛନ୍ତି । ଗାର୍ଗୀଙ୍କ ପ୍ରକୃତ ନାମ ହେଉଛି ମମତା ନନ୍ଦ । ତା ପରେ ହେଉଛନ୍ତି ମଞ୍ଜରୀ । ଆପଣ ମଞ୍ଜରୀଙ୍କ ଅଭିନୟ ନିଶ୍ଚୟ ଭାବେ ଏହି ସିରିଏଲରେ ଦେଖୁଥିବେ ।

ମଞ୍ଜରୀଙ୍କ ପ୍ରକୃତ ନାମ ହେଉଛି ଅମ୍ବିକା ସିହ୍ନା । ଏହାପରେ ଆସୁଛନ୍ତି ନାଗେଶ । ଯିଏ କି ଏହି ସିରିଏଲରେ ମୁଖ୍ୟ ଅଭିନେତା ଭାବେ ଅଭିଆନୟ କରୁଛନ୍ତି । ନାଗେଶଙ୍କ ପ୍ରକୃତ ନାମ ହେଉଛି ମାନସ ମହାପାତ୍ର । ଏହାପରେ ସିରିଏଲର ଆଉ ଜଣେ ନାୟିକା ହେଉଛନ୍ତି ନନ୍ଦୁ । ନନ୍ଦୁଙ୍କ ପ୍ରକୃତ ନାମ ହେଉଛି ଇତିଶ୍ରୀ ପ୍ରିୟଦର୍ଶିନୀ । ଏହାପରେ ଆମ ତାଲିକାରେ ଅଛନ୍ତି ରାକ୍ଷୀ । ଯିଏ କି ମାୟା ସିରିଏଲରେ ମୁଖ୍ୟ ଅଭିନେତା ନାଗେଶଙ୍କ ପିଉସୀ ଭୂମିକାରେ ଅଭିନୟ କରୁଛନ୍ତି । ରାକ୍ଷୀଙ୍କ ପ୍ରକୃତ ନାମ ହେଉଛି ଶ୍ରାବଣୀ ପଣ୍ଡା ।

ଏହାପରେ ଆମ ତାଲିକାରେ ଅଛନ୍ତି କୁନା । ଯିଏ କି ଏହି ସିରିଏଲରେ ନାଗେଶଙ୍କ ମାମୁଁ  ଭୂମିକାରେ ଅଭିନୟ କରୁଛନ୍ତି । କୁନାଙ୍କ ପ୍ରକୃତ ନାମ ହେଉଛି ବିରାଜ କୁମାର । ଏହାପରେ ହେଉଛନ୍ତି ଅଲକା । ଆପଣ ଏହି ସିରିଏଲରେ ଅଲକାଙ୍କ ଅଭିନୟ ନିଶ୍ଚୟ ଦେଖୁଥିବେ । ତାଙ୍କର ପ୍ରକୃତ ନାମ ହେଉଛି ପ୍ରତିଭା ମହାରଣା । ତା ପରେ ଏହି ସିରିଏଲର ଆଉ ଜଣେ ଅଭିନେତା ହେଉଛନ୍ତି ମୋହନ । ଯିଏ କି ନାଗେଶଙ୍କ ଭାଇ ଭୂମିକାରେ ଅଭିନୟ କରୁଛନ୍ତି । ମୋହନଙ୍କ ପ୍ରକୃତ ନାମ ହେଉଛି ଅଭିଷେକ ।

ଏହାପରେ ଆମ ତାଲିକାରେ ଆସୁଛନ୍ତି ଗିରିଶ । ଯିଏ କି ଏହି ସିରିଏଲରେ ନାଗେଶଙ୍କ ବାପା ଭୂମିକାରେ ଅଭିନୟ କରୁଛନ୍ତି । ଗିରିଶଙ୍କ ପ୍ରକୃତ ନାମ ହେଉଛି ପୀୟୂଷ ତ୍ରିପାଠୀ । ତାପରେ ଏହି ସିରିଏଲରେ ନନ୍ଦୁଙ୍କ ବୟଫ୍ରେଣ୍ଡ ଭୂମିକରେ ଅଭିନୟ କରୁଥିବା ଶିବାୟ । ଶିବାୟଙ୍କ ପ୍ରକୃତ ନାମ ହେଉଛି ସୌରଭ କୁମାର । ଆପଣଙ୍କୁ ଏହି ସିରିଏଲରେ କାହାର ଅଭିନୟ ସବୁଠୁ ଅଧିକ ଭଲ ଲାଗେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।