ମାତ୍ର ୩ ଦିନ ସୋରିଷ ତେଲରେ ଫୁଟେଇ ଏହାକୁ ଲଗେଇ ନିଅନ୍ତୁ, ଆଣ୍ଠୁ ଗଣ୍ଠି ବିନ୍ଧା (Joint Pain) ସମ୍ପୂର୍ଣ୍ଣ ଭଲ ହେବ- Health Tips

ଆଜିର ସମୟରେ ଆଁଠୁ ଗଣ୍ଠି ବ୍ୟଥା ସମସ୍ଯା ବା ଜଏଣ୍ଟ ପେନ୍ ସମସ୍ୟାରେ ଅନେକ ଲୋକ ପୀଡିତ ଅଟନ୍ତି । ଏହି ସମସ୍ଯା ଥିଲେ ବହୁତ କଷ୍ଟ ଭୋଗ କରିବାକୁ ପଡିଥାଏ । ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ଆଁଠୁ ଗଣ୍ଠି ତଥା ଯୋଡେଇ ସ୍ଥାନ ଗୁଡିକରେ ଯନ୍ତ୍ରଣା ହେବା ଆରମ୍ଭ ହୋଇ ଯାଇଥାଏ ଓ ଏହା ଖୁବ କଷ୍ଟଦାୟକ ହୋଇଥାଏ ।

ଏହି କଷ୍ଟକୁ ଦୂର କରିବା ପାଇଁ ଆପଣ ଯେତେ ପ୍ରକାରର ଔଷଧ ସେବନ କଲେ ମଧ୍ୟ ସେଥିରୁ କୌଣସି ପ୍ରକାର ସୁଫଳ ମିଳି ନ ଥାଏ । ତୀବ ଆପଣଙ୍କର ଏହି ଜଏଣ୍ଟ ପେନ୍ ସମସ୍ୟାକୁ ଦୂର କରିବା ପାଇଁ ଆମେ ଆଜି ଏକ ପ୍ରାକୃତିକ ଏବଂ ଘରୋଇ ଉପାୟ ନେଇ ଆସିଛୁ । ଯାହାକୁ କେବଳ ତିନି ଦିନ ପ୍ରୟୋଗ କରିବା ଦ୍ଵାରା ଆପଣଙ୍କୁ ଏଥିରୁ ସୁଫଳ ମିଳିବା ଆରମ୍ଭ ହୋଇଯିବ ।

ଏହି ଉପଚାରଟି ବହୁତ ଉପଯୋଗୀ ଅଟେ ଏବଂ ପୁରାତନ କାଳରୁ ଆଁଠୁ ଗଣ୍ଠି ସମସ୍ଯା ଦୂର କରିବା ପାଇଁ ଏହାର ବ୍ୟବହାର ହୋଇ ଆସୁଛି । ଏଥିରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଆପଣଙ୍କୁ ଅତି ସହଜରେ ନିଜ ରୋଷେଇ ଘରେ ମିଳିଯିବ । ଏହି ଉପଚାରତି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଦରକାର ହେବ ସୋରିଷ ତେଲ ।

ଏହା ସମସ୍ତଙ୍କ ରୋଷେଇ ଘରେ ଥାଏ ଓ ଅଧିକାଂଶ ଲୋକ ମଧ୍ୟ ଜାଣିଛନ୍ତି କି ଏହା ଆଁଠୁଗଣ୍ଠି ସମସ୍ଯା ଦୂର କରିବାରେ ସହାୟକ ହୋଇଥାଏ । ଆପଣ ପ୍ରଥମେ ଏକ ପ୍ୟାନ ନେଇ ସେଥିରେ ୫୦ ଗ୍ରାମ ସୋରିଷ ତେଲ ଗରମ କରନ୍ତୁ ଓ ୪-୫ଟି ରସୁଣକୁ ହାଲୁକା ଛେଚି ସେଥିରେ ପକାଇ ଦିଅନ୍ତୁ ।

ଏହାପରେ ଆପଣଙ୍କୁ ଆବଶ୍ୟକ ହେବ କଳାଜୀରା, ଯାହା ଆପଣ ଆଚାର ବନେଇବା ପାଇଁ ବ୍ୟବହାର କରିଥାନ୍ତି । ଏକ ଚାମୁଚ କଳାଜୀରା ସେହି ପ୍ୟାନରେ ପକାନ୍ତୁ । ତାପରେ ବାରମାସୀ ସଜନା ଗଛର ଛାଲି ବା ବକଳ ଖଣ୍ଡେ ନେଇ ସେଥିରେ ପକାଇ ଏହାକୁ ୫ ରୁ ୬ ମିନିଟ ପର୍ଯ୍ୟନ୍ତ କମ ଆଞ୍ଚରେ ଭଲ ଭାବେ ଫୁଟାନ୍ତୁ । ଯେମିତି ଏହି ସମସ୍ତ ସାମଗ୍ରୀର ପୋଷକତତ୍ତ୍ଵ ସୋରିଷ ତେଲକୁ ଆସିଯିବ । ଏହି ଉପଚାରଟି ସଂପୂର୍ଣ୍ଣ ଆୟୁର୍ବେଦିକ ଅଟେ ଏବଂ ଏହା ଆପଣଙ୍କ ଜଏଣ୍ଟ ପେନ୍ କୁ ଦୂର କରିବାରେ ରାମବାଣ ପରି କାମ କରିବ ।

ଭଲ ଭାବେ ଫୁଟିବା ପରେ ଏହାକୁ ଗ୍ଯାସ ରୁ ଓହ୍ଲାଇ ହାଲୁକା ଉଷୁମ ରହିବା ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଦିଅନ୍ତୁ । ଏହାପରେ ଏହାକୁ ଏକ ପାତ୍ରରେ ଛାଣି ନିଅନ୍ତୁ । ଆପଣ ଚାହିଁଲେ ଏହାକୁ ନ ଛାଣି ମଧ୍ୟ ସେହିପରି ରଖି ପାରିବେ । ହାଲୁକା ଉଷୁମ ଥିବା ଅବସ୍ଥାରେ ଆପଣ ଏହି ତେଲକୁ ଜଏଣ୍ଟ ପେନ୍ ହେଉଥିବା ସ୍ଥାନରେ ଭଲ ଭାବେ ମାଲିସ କରନ୍ତୁ । ରାତି ସମୟରେ ଏହି ତେଲରେ ଭଲ ଭାବେ ମାଲିସ କରି ରାତି ସାରା ସେହିପରି ଛାଡି ଦିଅନ୍ତୁ ।

ଦିନ ବେଳେ ମଧ୍ୟ ଯେତେବେଳେ ଇଚ୍ଛା ଆପଣ ଏହି ତେଲକୁ ପ୍ରୟୋଗ କରି ପାରିବେ । ଦିନରେ ଦୁଇରୁ ତିନି ଥର ଏହି ତେଲକୁ ପ୍ରୟୋଗ କରିବା ଦ୍ଵାରା ଆପଣ ଶୀଘ୍ର ଉପଶମ ପାଇ ପାରିବେ । ଆପଣଙ୍କୁ ଆମର ଏହି ଘରୋଇ ଉପଚାର କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।