“ମୁଁ ଗୀତ ଥରେ ଶୁଣିଲେ କାନ ଭିତରେ ରେକଡ଼ିଂ କରେ…” ଦେଖନ୍ତୁ ଇଣ୍ଟରଭ୍ୟୁରେ ଏ କଣ କହିଗଲେ Viral Boy Santanu, ଶୁଣିଲେ ହସି ହସି ଗଡିବେ…

ସିଦ୍ଧାର୍ଥ ଟିଭିର ଗୀତ ରିୟାଲିଟି ଶୋ “ଓଡିଶାର ନୂଆ ସ୍ଵର- ଜୁନିୟର” ଏବେ ଖୁବ ଚର୍ଚ୍ଚାରେ ରହିଛି । କୁନି କୁନି ପିଲାଙ୍କ ପ୍ରତିଭା ଦର୍ଶକଙ୍କ ମନକୁ ଖୁବ ସ୍ପର୍ଶ କରୁଛି । ଏହି ଶୋ’ର ଜଣେ କୁନି ପ୍ରତିଭାଶାଳୀ ପ୍ରତିଯୋଗୀ ହେଉଛନ୍ତି ଶାନ୍ତନୁ କୁମାର ମହାନ୍ତି । ଯାହାଙ୍କୁ ଭାଇରାଲ ବୟ ଶାନ୍ତନୁ ବୋଲି କୁହାଯାଉଛି । କାରଣ ତାଙ୍କର ଗୀତ ଏବଂ ମଞ୍ଚ ଉପରେ କମେଡି ଦର୍ଶକଙ୍କୁ ଖୁବ ପସନ୍ଦ ହେଉଛି । ତାଙ୍କର ଗୀତ ଗାଇବା ସହ ନାଚିବା ଶୈଳୀକୁ ଦର୍ଶକେ ଖୁବ ଭଲ ପାଉଛନ୍ତି ।

ଶାନ୍ତନୁ ତାଙ୍କ ପ୍ରତିଭା ସହ ମଜା ମଜା କଥା କହି ଦର୍ଶକଙ୍କ ମନ ମୋହି ନିଅନ୍ତି । ଶାନ୍ତନୁଙ୍କ ଗୀତର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି । ଯେଉଁଠି ଦେଖା ସେଇଠି ଶାନ୍ତନୁଙ୍କ ବିଷୟରେ ଚର୍ଚ୍ଚା ହେଉଛି । ଇତିମଧ୍ୟରେ ଶାନ୍ତନୁଙ୍କ କେତେକେ ସାକ୍ଷାତକାର ମଧ୍ୟ ଦେଖିବାକୁ ମିଳୁଛି । ଯେଉଁଠି ଶାନ୍ତନୁଙ୍କ ସହ କଥା ହେବା ସହ ସେ ଗୀତ ଗାଈ ମଧ୍ୟ ଶୁଣାଉଛନ୍ତି । ଶାନ୍ତନୁଙ୍କ ବୟସ ୮ ବର୍ଷ ଓ ସେ ଏବେ ତୃତୀୟ ଶ୍ରେଣୀରେ ପଢୁଛନ୍ତି । ଶାନ୍ତନୁ ସବୁ ବିଷୟକୁ ପଢିବା ପାଇଁ ପସନ୍ଦ କରନ୍ତି ।

ସେ ବଡ ହେଲେ ଗୀତ ଗାଇବା ସହ ଅଭିନୟ କରିବାକୁ ମଧ୍ୟ ଚାହାନ୍ତି । ପୂର୍ବରୁ ବି ସେ ଅନେକ ରିୟାଲିଟି ଶୋ ରେ ଭାଗ ନେଇ ସାରିଛନ୍ତି । ଜିଟିଭିରେ ପ୍ରସାରିତ ସାରେଗାମାପା ଲିଟିଲ ଚାମ୍ପ୍ସରେ ମଧ୍ୟ ଭାଗ ନେବାକୁ ସେ ଯାଇଥିଲେ । ସିଦ୍ଧାର୍ଥ ଟିଭିରେ ପ୍ରସାରିତ ଅନ୍ୟ ଏକ ରିୟାଲିଟି ଶୋ “ଓଡିଶାର ବେଷ୍ଟ ଡ୍ରାମେବାଜ” ରେ ମଧ୍ୟ ସେ ଭାଗ ନେଇ ସାରିଛନ୍ତି ।

ତେବେ ସେ ଗୀତ ଭଲ ଗାଉଥିବାରୁ ଏବେ ଗୀତ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ଗୀତକୁ ସେ ଶୁଣି ମନେରଖି ଗାଇବାକୁ ଚେଷ୍ଟା କରନ୍ତି ଏବଂ ଶୀଘ୍ର ଶିଖିଯାନ୍ତି । ଶାନ୍ତନୁ ଡାନ୍ସରେ ମଧ୍ୟ ରୁଚି ରଖନ୍ତି । ସେ ପ୍ରଥମେ ଡାନ୍ସ ଶିଖୁଥିଲେ କିନ୍ତୁ ପରେ ଛାଡି ଦେଇଥିଲେ । ଏବେ ସେ ପୁଣି ଆଉ ଠାରେ ଡାନ୍ସ ଶିଖିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି । ସମସ୍ତେ ତାଙ୍କ ଗୀତକୁ ପସନ୍ଦ କରୁଛନ୍ତି ବୋଲି ସେ ଖୁବ ଖୁସି ଅଛନ୍ତି ।

ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କ ଭଏସରେ ଏକ ଗୀତ ଛଡାଯାଇଛି । ଯାହା ଏକ ଘଣ୍ଟା ମଧ୍ୟରେ ଏକ ମିଲିୟନ ଭିୟୁ ଆସିଛି ବୋଲି କହି ଖୁବ ଖୁସି ହୋଇଥିଲେ ଶାନ୍ତନୁ । ତେବେ ବଲିଉଡ ଗାୟକ ଅରିଜିତ ସିଙ୍ଗର ଏବଂ ଉଦିତ ନାରାୟଣ ତାଙ୍କର ଆଦର୍ଶ ବୋଲି ସେ କହିଛନ୍ତି । ଅରିଜିତ ସିଂଙ୍କ ଏକ ଗୀତ ଗାଇ ଶୁଣାଇଥିଲେ ଶାନ୍ତନୁ ।

ତାଙ୍କୁ ଇମୋସନାଲ ଏବଂ ଏନର୍ଜେଟିକ ଗୀତ ଗାଇବାକୁ ଖୁବ ପସନ୍ଦ ବୋଲି ସେ କହିଛନ୍ତି । ତେବେ ଶୋ’ରେ ଜଜ୍ ମାନେ ଯାହା ବି କମେଣ୍ଟ ଦିଅନ୍ତି ଓ ତାଙ୍କ ଭୁଲ ସୁଧାରନ୍ତି ସେସବୁ ତାଙ୍କୁ ଜମା ବି ଖରାପ ଲାଗେନି ବରଂ ଆଗକୁ ସଜାଡି ହେବାକୁ ପ୍ରେରଣା ଦିଏ ବୋଲି ସେ କହିଛନ୍ତି । ଆପଣଙ୍କୁ ଶାନ୍ତନୁ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।