ତଲାଖ ସମୟରେ ଅମୃତା କହିଥିଲେ କିଛି ଏମିତି କି କାନ୍ଦି ପକାଇଥିଲେ ସେଫ

ବଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରା ଭାବେ ସେଫ ଅଲ୍ଲୀ ଖାନ ପରିଚିତ ଅଟନ୍ତି । ସେ ନିଜର ଅଭିନୟ ଦ୍ଵାରା ଲୋକ ମାନଙ୍କ ହୃଦୟରେ ଘର କରିଛନ୍ତି । ତାଙ୍କ ସୁନ୍ଦର ଅଭିନୟ ପାଇଁ ତାଙ୍କୁ ବଲିଉଡର ନବାବ ବୋଲି ମଧ୍ୟ କୁହାଯାଇ ଥାଏ । ସେଫ ଅଲ୍ଲୀ ଖାନ ଦୁଇଟି ବିବାହ କରିଥିଲେ ଯେଉଁଥି ପାଇଁ ସେ ଚର୍ଚାରେ ଅଛନ୍ତି । ଏହି ଦୁଇଜଣଙ୍କ ଛଡା ସେଫଙ୍କର ଆଉ ଜଣଙ୍କ ସହିତ ମଧ୍ୟ ସମ୍ପର୍କ ଅଛି ।

ସେଫ ଏବଂ ଅମୃତାଙ୍କର ସମ୍ପର୍କରେ ବିବାଦ ଆସିବା ପରେ ତାଙ୍କ ଜୀବନରେ ଇଟାଲିୟନ ମଡେଲ ରୋଜା କ୍ୟାଟଲାନୋ ଆସିଲେ । ଏକ ସାକ୍ଷାତକାର ରେ ସେଫ ଅମୃତାଙ୍କୁ ନିଜର ସମ୍ପର୍କ ବିଷୟରେ କିଛି ଆଶ୍ଚର୍ଯ୍ୟ କଲା ଭଳି କଥା କହିଥିଲେ । ଅମୃତା ସିଂହ ଏବଂ ସେଫ ଅଲ୍ଲୀ ଖାନଙ୍କ ବିବାହ ୧୯୯୧ ମସିହାରେ ହୋଇଥିଲା । ଅମୃତା ସିଂହ ସେଫଙ୍କ ଠାରୁ ବୟସରେ ୧୨ ବର୍ଷ ବଡ ଅଟନ୍ତି । ଏ

ହା ସବୁ ପରେ ସେଫ ଏବଂ ଅମୃତାଙ୍କ ଭିତରେ ବିବାଦ ଆରମ୍ଭ ହେବାକୁ ଲାଗିଲା ଏବଂ ଦୁଇଜଣଙ୍କ ସମ୍ପର୍କ ଠିକ ମଧ୍ୟ ରହିଲା ନାହିଁ । ବିବାହର ୧୩ ବର୍ଷ ପରେ ବା ୨୦୦୪ ମସିହାରେ ସେ ଦୁଇଜଣଙ୍କର ଛାଡପତ୍ର ହୋଇଗଲା । ସେଫଙ୍କ ସହିତ ଇଟାଲିୟନ ମଡେଲ ରୋଜା କ୍ୟାଟଲାନୋ ଙ୍କରନ୍କୁ କେନ୍ୟା ର ଏକ ଶୋରେ ଦେଖା ହୋଇଥିଲା ଏବଂ ସେମାନେ ୨୦୦୮ ମସିହା ପର୍ଯ୍ୟନ୍ତ ଜଣେ ଅନ୍ୟ ଜଣଙ୍କୁ ଡେଟ କଲେ ।

ଯେତବେଳେ ରୋଜାଙ୍କୁ ଜଣାପଡିଲା କି ସେଫ ବିବାହ କରିଛନ୍ତି ସେତେବେଳେ ସେ ସେଫ ଙ୍କ ଠାରୁ ଅଲଗା ହୋଇଗଲେ । ଥରେ ଏକ ସାକ୍ଷାତକାରରେ ସେଫ ଏହା ମଧ୍ୟ କହିଥିଲେ କି ଅମୃତା ତାଙ୍କ ମାଆ ଶର୍ମୀଲା ଟାଗୋର ଏବଂ ଭଉଣୀ ସୋହା ଅଲ୍ଲୀ ଖାନ ଙ୍କୁ ବହୁତ ଖରାପ ବ୍ୟବହାର କରୁଥିଲେ ଏବଂ ସେମାନଙ୍କୁ ବହୁତ ଖରାପ କଥା ମଧ୍ୟ କହୁଥିଲେ । ଏହା ସହିତ ସେଫ କହିଛନ୍ତି କି ଅମୃତା ତାଙ୍କୁ ଜଣେ ଖରାପ ସ୍ଵାମୀ ଏବଂ ଖରାପ ବାପା ବୋଲି ମଧ୍ୟ କୁହନ୍ତି ।

ଯେତେବେଳେ କି ସେଫ ତାଙ୍କ ପିଲା ମାନଙ୍କୁ ଦେଖିବା ପାଇଁ ବହୁତ ଇଚ୍ଛା କରୁଥିଲେ । ଛାଡପତ୍ର ପରେ ସେଫଙ୍କୁ ତାଙ୍କ ପିଲାଙ୍କ ସହିତ ଦେଖା କରିବା ପାଇଁ ମଧ୍ୟ ଅନୁମତି ଦିଆଯାଉ ନଥିଲା । ସେଫ ଏହା ବି କହିଛନ୍ତି କି ଛାଡପତ୍ର ସମୟରେ ଅମୃତା ପିଲାଙ୍କୁ ସାରା ସିଂହ ଏବଂ ଇବ୍ରାହିମ ସିଂହ ଡାକିବାକୁ ଲାଗିଥିଲେ ସେତେବେଳେ ତାଙ୍କୁ ବହୁତ କଷ୍ଟ ହୋଇଥିଲା ଏବଂ ସେ ମଧ୍ୟ ଏଥିପାଇଁ ବହୁତ କାନ୍ଦିଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।