ଶୋଇବା ଘରେ ଭୁଲରେ ବି ରଖନ୍ତୁ ନାହିଁ ଏମିତି ଜିନିଷ, ବଢିଥାଏ କଳହ ଓ ଚିନ୍ତା

ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ବହୁ ମହତ୍ଵ ଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘର ତିଆରି କରାଯାଇଥାଏ । ଏଥିରେ କୁହାଯାଇ ଥାଏ କି ଘରର କେଉଁ ଜାଗାରେ କେଉଁ ଜିନିଷ ରଖିଲେ ଘର ପାଇଁ ଏବଂ ଆମ ପାଇଁ ଶୁଭ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କି ବାସ୍ତୁ ଅନୁସାରେ ଶୋଇବା ଘର କେମିତି ହେବା ଦରକାର । ଶୋଇବା ଘର ଘରର ସବୁଠାରୁ ମହତ୍ଵପୂର୍ଣ୍ଣ ଭାଗ ହୋଇଥାଏ , ଶୋଇବା ଘର ବିଷୟରେ ବାସ୍ତୁ ଅନୁସାରେ କିଛି ନିୟମ କୁହାଯାଇଛି ଯଦି ଆମେ ତାହାକୁ ପାଳନ କରିବା ତାହେଲେ ଘରେ ସବୁବେଳେ ସୁଖ ସମୃଦ୍ଧି ଏବଂ ଶାନ୍ତି ରହିବ ।

ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ ବିଷୟରେ ।

ବାସ୍ତୁ ଅନୁସାରେ ଶୋଇବା ଘରେ କେବେ ହେଲେ ବି ଆଇନା ରଖନ୍ତୁ ନାହିଁ ଯଦି ଆଇନା ଥାଏ ତାହେଲେ ଶୋଇବା ସମୟରେ ତାକୁ ଘୋଡାଇ ଦିଅନ୍ତୁ ।

ଶୋଇବା ଘରେ ଝାଡୁ, ଜୋତା ଏବଂ ମଇଳା କପଡା କେବେ ହେଲେ ବି ରଖନ୍ତୁ ନାହିଁ ।

ଶୋଇବା ଘରର ଫର୍ନୀଚର ଯେପରି ଲୁହାର ଏବଂ ଅର୍ଦ୍ଧଚନ୍ଦ୍ରାକାର ବା ବୃତାକାର ହୋଇ ନଥିବ ।

ଶୋଇବା ଘରେ ଆଲୋକ ସବୁବେଳେ ପଛରୁ ବା ବାମ ପଟରୁ ଆସିବା ଦରକାର ।

ଖଟ ଶୋଇବା ଘରର କବାଟର ଅତି ପାଖରେ ରହିବା ଉଚିତ ନୁହେଁ । ଯଦି ଏମିତି ହେବ ତାହେଲେ ମନରେ ସବୁବେଳେ ଅଶାନ୍ତି ରହିବ ।

ଖଟରେ ଶୋଇବା ସମୟରେ ସବୁବେଳେ ଆପଣଙ୍କ ମୁଣ୍ଡ ଦକ୍ଷିଣ ଦିଗକୁ ଏବଂ ଗୋଡ ଉତ୍ତର ଦିଗକୁ ରହିବା ଦରକାର ।

ଖଟ ତଳେ କେବେ ହେଲେ ବି କୌଣସି ଅଳିଆ ଜିନିଷ ରଖନ୍ତୁ ନାହିଁ ।

ଭୁଲରେ ବି ଶୋଇବା ଘରେ ଅଶାନ୍ତିର ଚିତ୍ର ଲଗାନ୍ତୁ ନାହିଁ । ଦମ୍ପତିଙ୍କର ବିବାହ ଫଟୋ ଶୋଇବା ଘରେ ଲଗାଇବା ଦ୍ଵାରା ଦୁଇ ଜଣଙ୍କ ଭିତରେ ଭଲ ପାଇବା ବଢିଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।