ପ୍ରଥମ ପତ୍ନୀ ଙ୍କ ଠାରୁ ଅନୁମତି ନେଇ ଏହି ଅଭିନେତା ଜଣକ କରିଥିଲେ ଦ୍ଵିତୀୟ ବିବାହ, ଅଭିନେତାଙ୍କ ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଅନେକ କଳାକାର ମାନେ ନିଜର ଷ୍ଟାଇଲ, ଲୁକ, ପର୍ଶନାଲିଟି ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ଅନେକ କଳାକାର ମାନେ ଅଭିନୟ କରିବା ସହ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିନ୍ତୁ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ଦୁଇ ଦୁଇଟି ବିବାହ କରିଛନ୍ତି ।ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସଞ୍ଜୟ ଶେଠ ନିଜର ଦିତୀୟ ବିବାହ ପାଇଁ କିପରି ଭାବେ ପ୍ରଥମ ସ୍ତ୍ରୀଙ୍କ ଠାରୁ ଅନୁମତି ନେଇଥିଲେ ସେହି ବିଷୟରେ କହିବାକୁ ଯାଉଛୁ । ଟିଭି ଜଗତରେ ଷ୍ଟାର ପଲ୍ସ ଚ୍ୟାନେଲରେ ପ୍ରସାରିତ ହୋଇଥିବା “ୟେ ରିସତା କ୍ଯା କେହ ଲାତା ହେ” ସିରିଏଲରେ ଅଭିନୟ କରୁଥିବା ଅଭିନେତା ସଞ୍ଜୟ ଶେଠ ନିଜ ପ୍ରଥମ ସ୍ତ୍ରୀଙ୍କ ଠାରୁ ଦିତୀୟ ବିବାହ କରିବା ପାଇଁ ଅନୁମତି ନେଇଥିଲେ ।

ଅଭିନେତା ସଞ୍ଜୟ ଶେଠ ଅଭିନେତ୍ରୀ ଲତା ସବରୱାଲଙ୍କ ସହ ବିବାହ କରିବାକୁ ଚାହୁଥିଲେ । “ୟେ ରିସତା କ୍ଯା କେହ ଲାତା ହେ” ସିରିଏଲରେ ଅଭିନେତା ସଞ୍ଜୟ ଶେଠ ଓ ଅଭିନେତ୍ରୀ ଲତା ସବାରବାଲ ଦୁହେଁ ସ୍ଵାମୀ ଓ ସ୍ତ୍ରୀର ଭୂମିକାରେ ଅଭିନୟ କରୁଥିଲେ । ଦୁହେଁ ଅଭିନୟ କରିବା ସମୟରେ ପରସ୍ପରକୁ ଭଲ ପାଇଥିଲେ । କିନ୍ତୁ ଅଭିନେତା ସଞ୍ଜୟ ଶେଠ ପ୍ରଥମରୁ ହିଁ ବିବାହିତା ଥିଲେ ଓ ତାଙ୍କର ଦୁଇ ଜଣ ପିଲା ମଧ୍ୟ ଥିଲେ । ସଞ୍ଜୟଙ୍କର ବିବାହ ଅଭିନେତ୍ରୀ ରେସମାଙ୍କ ସହ ହୋଇଥିଲା ।

ଯେବେ ରେଶମାଙ୍କୁ ୨୦ ବର୍ଷ ହୋଇଥିଲା ସେତେବେଳେ ସେ ସଞ୍ଜୟଙ୍କ ସହ ବିବାହ କରିଥିଲେ । ବିବାହ ପରେ ଦୁହେଁ ବହୁତ ଖୁସିରେ ଲାଇଫ ସ୍ପେନ୍ଡ କରୁଥିଲେ । କିନ୍ତୁ ବିବାହର ୧୧ ବର୍ଷ ପରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇ ଥିଲେ । ନିଜ ବିବାହ ସଂପର୍କକୁ ନେଇ ଅଲଗା ହେବା ପରେ ମଧ୍ୟ ଅଭିନେତା ସଞ୍ଜୟ ଶେଠ ଅଭିନେତ୍ରୀ ଲତାଙ୍କୁ ପ୍ରେମ କରନ୍ତି ବୋଲି ନିଜ ମନ କଥା କହିବାକୁ କୁଣ୍ଠାବୋଧ କରିଥିଲେ । ଏହା ପରେ ସଞ୍ଜୀ ଏମିତି ଏକ ଉପାୟ ବାଛିଥିଲେ ଯାହା ଆଗରୁ ବୋଧ ହୁଏ କେହି କେବେ କରି ନ ଥିବେ ।

ଅଭିନେତା ସଞ୍ଜୟ ନିଜ ପ୍ରଥମ ସ୍ତ୍ରୀ ଅଭିନେତ୍ରୀ ରେଶମା ଓ ନିଜ ପିଲା ମାନଙ୍କୁ ନିଜ ପ୍ରେମ ସମ୍ପର୍କ ବିଷୟରେ ତାଙ୍କ ଆଗରେ ପରିପ୍ରକାଶ କରିଥିଲେ । ସଞ୍ଜୟଙ୍କର ଏପରି ବ୍ୟଭାର ଦେଖି ତାଙ୍କର ପ୍ରଥମ ସ୍ତ୍ରୀ ରେଶମା ଓ ତାଙ୍କ ପିଲା ମାନେ ଖୁସି ହୋଇ ଏହି କଥାକୁ ସମତି ଦେଇଥିଲେ । ଏହା ପରେ ସଞ୍ଜୟ ନିଜ ମନ କଥା ଲତାଙ୍କ ଆଗରେ ପରିପ୍ରକାଶ କରିଥିଲେ । ଏହା ପରେ ଲତା ଓ ସଞ୍ଜୟ ୨୦୧୦ରେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହିଙ୍କ ବିବାହରେ ରେଶମା ଯୋଗ ଦେଇଥିଲେ ଓ ବହୁତ ଖୁସି ମଧ୍ୟ ହୋଇଥିଲେ । ବର୍ତ୍ତମାନ ସଞ୍ଜୟ ଓ ଲତା ନିଜର ମ୍ୟାରେଜ ଲାଇଫରେ ବହୁତ ହସଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି ।

ତେବେ ଏହା ଉପରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ