ଆଜି ପୁରା ୩୨ ବର୍ଷ ପରେ ବହୁତ ବଦଳି ଯାଇଛନ୍ତି ସିରିଏଲ “ରାମାୟଣ” ର ଲବ କୁଶ, ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ୩୨ ବର୍ଷ ପରେ ଏମିତି ନଜର ଆସୁଛନ୍ତି ରାମାୟଣ ର ଲବ କୁଶ । ଆପଣ ମଧ୍ୟ ଦେଖିକି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଲକଡାଉନ ସମୟରେ ରାମାନନ୍ଦ ସାଗରଙ୍କର ରାମାୟଣ ଦୂରଦର୍ଶନ ରେ ପ୍ରସାରିତ ହୋଇଥିଲା । ଏହି ଐତିହାସିକ ଧାରାବାହିକ ଟି.ଆର.ପି ର ସବୁ ରେକର୍ଡ ଭାଙ୍ଗିସାରିଛି । ଯଦି ଆପଣ ରାମାୟଣ ଧାରାବାହିକ ଦେଖିବାକୁ ପସନ୍ଦ କରନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିଥିବେ । ଏହି କିଛି ଦିନ ହେବ ହେବ ରାମାୟଣ ହିଁ ନୁହେଁ ସେଥିରେ ଅଭିନୟ କରୁଥିବା ଲୋକ ମଧ୍ୟ ସୋସିଆଲ ମିଡିଆ ରେ ପ୍ରସିଦ୍ଧ ହୋଇଗଲେଣି ।

ରାମ , ସୀତା , ଲକ୍ଷ୍ମଣ , ହନୁମାନ , ରାବଣ , ସୁଗ୍ରୀବ ଏବଂ ସୂର୍ପଣଖା ର ଭୂମିକା ରେ ଅଭିନୟ କରିଥିବା କଳାକାର ସମସ୍ତଙ୍କ ବିଷୟରେ ଲୋକମାନେ ବହୁତ କିଛି କଥା ଜାଣିସାରିଲେଣି । କିନ୍ତୁ ରାମାୟଣ ର କାହାଣୀ ଲବ କୁଶ ଙ୍କ ବିନା ଅଧୁରା ଅଟେ । ଆଜି ଆମେ ଲବ କୁଶ ଙ୍କ ବିଷୟରେ ଜାଣିବା ଯେଉଁମାନେ ବହୁତ ବଦଳିଗଲେଣି ।

ବହୁତ ଛୋଟ ବୟସ ରେ ବହୁତ ଭଲ ଅଭିନୟ କରିଛନ୍ତି ଏହି ଅଭିନେତା ମାନେ । ରାମାୟଣ ରେ ଲବ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଙ୍କର ପ୍ରକୃତ ନାମ ହେଲା ମୟୁରେଶ ଚିତ୍ରମଧେ । ଏବଂ କୁଶ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଙ୍କ ପ୍ରକୃତ ନାମ ସ୍ୱପ୍ନିଲ ଯୋଶୀ । ଲବ କୁଶ ଭୂମିକାରେ ଅଭିନୟ କରୁଥିବା ଅଭିନେତା ବର୍ତ୍ତମାନ ବଡ଼ ହୋଇସାରିଛନ୍ତି । ସେ ବର୍ତ୍ତମାନ ବହୁତ ବଦଳିଗଲେଣି ତାଙ୍କର ଜୀବନଶୈଳୀ ବହୁତ ବଦଳି ଗଲାଣି ।

ପ୍ରଥମେ ଜାଣିବା କୁଶ ଙ୍କ ବିଷୟରେ । ବର୍ତ୍ତମାନ ସେ ୪୨ ବର୍ଷ ର ହୋଇଗଲେଣି । ସ୍ୱପ୍ନିଲ ଯୋଶୀ ୯ ବର୍ଷ ବୟସରେ କୁଶ ଭୂମିକାରେ ଅଭିନୟ କରିଥିଲେ । ସ୍ୱପ୍ନିଲ ବର୍ତ୍ତମାନ ମରାଠୀ ଟିଭି ର ଜଣେ ଜଣାଶୁଣା ଅଭିନେତା ହୋଇସାରିଛନ୍ତି । ୧୯୯୩ ମସିହାରେ ରାମାନନ୍ଦ ସଗାରଙ୍କର ଶ୍ରୀ କୃଷ୍ଣ ରେ ଛୋଟ କୃଷ୍ଣ ଙ୍କର ଭୂମିକା ରେ ଅଭିନୟ କରିଥିଲେ । ଏମାନେ ବହୁତ ଗୁଡିଏ ସୁପରହିଟ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୧୯୯୭ ମସିହାରେ ସ୍ୱପ୍ନିଲ ନାନା ପାଟେକର ଙ୍କ ଚଳଚ୍ଚିତ୍ର ଗୁଲାମ ଇ ଇସ୍କ ରେ ଅଭିନୟ ମଧ୍ୟ କରିଥିଲେ ।ସ୍ୱପ୍ନିଲ ଯୋଶୀବର୍ତ୍ତମାନ ସମୟ ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଏବେ ଜାଣିବା ଲବ ଙ୍କ ବିଷୟରେ । ଲବ ଭୂମିକାରେ ଅଭିନୟ କରିଥିବା ମୟୁରେସ ବର୍ତ୍ତମାନ ଆମେରିକା ର ନିୟୁ ଜର୍ସି ରେ ରହୁଛନ୍ତି । ମୟୁରେସ ଅଭିନୟ ଛାଡି ଗୋଟେ ପ୍ରାଇଭେଟ କମ୍ପାନୀ ରେ ସି ଇ ଓ ଏବଂ ପ୍ରେସିଡେଣ୍ଟ ରୂପ ରେ କାମ କରୁଛନ୍ତି । ଏହାଛଡା ସେ ବହୁତ କମ୍ପାନୀ ରେ ପ୍ରବନ୍ଧକ ନିର୍ଦେଶକ ରୂପ ରେ କାମ କରିଆସିଛନ୍ତି । ମୟୁରେସ ବହୁତ ପ୍ରକାର ବ୍ୟବସାୟ କରିଆସିଛନ୍ତି ।

ମୟୁରେସ ଜଣେ ଖୁବ ଭଲ ଲେଖକ ମଧ୍ୟ ଅଟନ୍ତି । ସେ ବିଦେଶୀ ଲେଖକ ଙ୍କ ସହିତ ସ୍ପୀଡର ଆଣ୍ଡ ଡିଉ ଲଭ ନାମକ ଗୋଟେ ବହି ଲେଖିସାରିଛନ୍ତି । ମୟୁରେସ ବର୍ତ୍ତମାନ ବହୁତ ସୁନ୍ଦର ଓ ସ୍ମାର୍ଟ ଦେଖିବାକୁ ଲାଗିଲେଣି । ତେବେ ବନ୍ଧୁଗଣ ଆପଣଙ୍କୁ ଲବ କୁଶ ଙ୍କର ଚରିତ୍ର ରାମାୟଣ ରେ କେମିତି ଲାଗେ ସେ ବିଷୟରେ ନିଜର ମତାମତ ନିଶ୍ଚୟ ରଖିବେ। ଲେଖାଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ । ଧନ୍ୟବାଦ