ସ୍କୁଲରେ ପଢିବା ସମୟରୁ ହିଁ Katrina ଙ୍କୁ ହୃଦୟ ଦେଇ ବସିଥିଲେ Vicky Kaushal, ଆଉ ତା’ପରେ ଏମିତି ହାସଲ କଲେ ନିଜ ସ୍ଵପ୍ନର ପରୀଙ୍କୁ

ବଲିଉଡର ନବ ବିବାହିତ ଦମ୍ପତ୍ତି କ୍ୟାଟ୍ରିନା କେଫ ଓ ଭିକି କୌଶଲ ୯ ଡିସେମ୍ବରରେ ରାଜସ୍ଥାନରେ ଧୁମଧାମରେ ବିବାହ କରି ସାରିଛନ୍ତି । ସେମାନଙ୍କ ବିବାହର ଭିଡିଓ ଏବେ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି । କ୍ୟାଟ୍ରିନା ପୂର୍ବରୁ ସଲମାନ ଖାନ ଓ ରଣବୀର କପୁରଙ୍କ ପରି ଅଭିନେତାଙ୍କୁ ଡେଟ୍ କରି ସାରିଥିବା ବେଳେ ଭିକି କୌଶଲଙ୍କ ସହ ତାଙ୍କ ଲଭଷ୍ଟୋରି ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେବେ ଆଜି ଆମେ ଆପଣଙ୍କୁ ଭିକ-କ୍ୟାଟଙ୍କ ଲଭଷ୍ଟୋରି ବିଷୟରେ ଜଣାଇବୁ ।

ସ୍କୁଲ ସମୟରୁ ହିଁ ଆସିଥିଲା କ୍ୟାଟ୍ରିନାଙ୍କ ଉପରେ ଦିଲ୍

କ୍ୟାଟ୍ରିନାଙ୍କ ପ୍ରତି ଭିକିଙ୍କ ପ୍ରେମ ଅନେକ ବର୍ଷ ପୁରୁଣା ଅଟେ । ସ୍କୁଲରେ ପଢିବା ସମୟରୁ ହିଁ କ୍ୟାଟ୍ରିନାଙ୍କ ଦିୱାନା ଥିଲେ ଭିକି । ଯେତେବେଳେ କ୍ୟାଟ୍ରିନା ୨୦୦୩ରେ ୨୦ ବର୍ଷ ବୟସରେ ଫିଲ୍ମ ‘ବୁମ୍’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ସେତେବେଳେ ଭିକି ମାତ୍ର ୧୫ ବର୍ଷ ବୟସର ଥିଲେ । ଭିକି କୌଶଲ ଏକ ଇଣ୍ଟରଭ୍ୟୁ ସମୟରେ ନିଜେ ଏହି କଥାର ଖୁଲାସା କରିଥିଲେ । ସ୍କୁଲ ସମୟରେ ସେ କ୍ୟାଟ୍ରିନାଙ୍କ ବଡ ଫ୍ୟାନ ଥିଲେ ବୋଲି କହିଥିଲେ ।

କ୍ୟାମେରାକୁ କ୍ୟାଟ୍ରିନା ଭାବି କରୁଥିଲେ ଆକ୍ଟି॰

ଭିକି ଇଣ୍ଟରଭ୍ୟୁ ସମୟରେ ଆଉ ଏକ କଥାର ମଧ୍ୟ ଖୁଲାସା କରିଥିଲେ କି, ଯେତେବେଳେ ସେ ଆକ୍ଟି॰ ସ୍କୁଲରେ ଥିଲେ ତାଙ୍କୁ ନିଜ କ୍ୟାମେରାକୁ ହିରୋଇନ ମାନି ପରଫର୍ମ କରିବାକୁ କୁହା ଯାଉଥିଲା । ଏପରି ସ୍ଥଳେ ଭିକି କ୍ୟାମେରାକୁ କ୍ୟାଟ୍ରିନା କେଫ ଭାବି ହୃଦୟରୁ ପରଫର୍ମ କରୁଥିଲେ । ଏପରିକି ସେ କ୍ୟାମେରା ସହ କ୍ୟାଟ୍ରିନା କେଫଙ୍କ ଗୀତ ‘ତେରି ଔର’ ରେ ବି ପରଫର୍ମ କରୁଥିଲେ ।

ଏମିତି ଆରମ୍ଭ ହୋଇଥିଲା ପ୍ରେମ

କ୍ୟାଟ୍ରିନା ଓ ଭିକି ବିବାହ ପୂର୍ବରୁ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍ କରିଥିଲେ । ଆରମ୍ଭରୁ ସେମାନେ ନିଜ ପ୍ରେମ ଫ୍ୟାନ୍ସ ଓ ମିଡିଆ ଠାରୁ ଲୁଚାଇ ରଖିଥିଲେ, କିନ୍ତୁ କୁହାଯାଏ ନା ପ୍ରେମ କେବେ ମଧ୍ୟ ଲୁଚି ରହେନାହିଁ । ଭିକି ଓ କ୍ୟାଟଙ୍କ ପ୍ରେମ ମଧ୍ୟ କାହା ଠାରୁ ଲୁଚି ରହିପାରି ନଥିଲା । ଭିକି ତ ପ୍ରଥମରୁ କ୍ୟାଟ୍ରିନାଙ୍କ ଦିୱାନା ଥିଲେ । ଆଉ କ୍ୟାଟ୍ରିନା ୨୦୧୯ରେ ‘କଫି ୱିଥ କରଣ’ ଶୋ’ରେ ନଜର ଆସିଥିଲେ । ସେଠାରେ କରଣ ଜୋହାର ତାଙ୍କୁ ପ୍ରଶ୍ନ କରିଥିଲେ କି, ସେ କେଉଁ ଅଭିନେତାଙ୍କ ସହ କାମ କରିବାକୁ ପସନ୍ଦ କରିବେ ?

କ୍ୟାଟ୍ରିନା ଏକ ସୁନ୍ଦର ହସ ହସି କହିଥିଲେ କି, ସେ ଭିକି କୌଶଲଙ୍କ ସହ କାମ କରିବାକୁ ପସନ୍ଦ କରିବେ । ଯେତେବେଳେ ଭିକି ଏହି କଥା ଜାଣିବାକୁ ପାଇଥିଲେ ସେ ଖୁବ ଖୁସି ହୋଇ ଯାଇଥିଲେ, ଆଉ କ୍ୟାଟ୍ରିନାଙ୍କ ସହ କଥାବାର୍ତ୍ତା ଏବଂ ମିଳାମିଶା ଆରମ୍ଭ କରି ଦେଇଥିଲେ । ଖୁବ ଶୀଘ୍ର ଦୁହେଁ ବହୁତ ଭଲ ବନ୍ଧୁ ହୋଇ ଯାଇଥିଲେ । ଆଉ ଏହି ବନ୍ଧୁତାକୁ ପ୍ରେମରେ ବଦଳିବା ପାଇଁ ସମୟ ମଧ୍ୟ ଲାଗି ନଥିଲା । ମିଡିଆରେ ମଧ୍ୟ ସେମାନଙ୍କ ଲଭ ଆଫେୟାରର ଚର୍ଚ୍ଚା ହେବାକୁ ଲାଗିଲା । ଶେଷରେ ସେମାନେ ବିବାହ କରିନେଲେ ।

ବିବାହ ପୂର୍ବରୁ କ୍ୟାଟ୍ରିନା ରଖିଥିଲେ ଏହି ସର୍ତ୍ତ

ଏକ ଇଣ୍ଟରଭ୍ୟୁରେ କ୍ୟାଟ୍ରିନା କହିଥିଲେ କି, ସେ ସବୁବେଳେ ଏମିତି ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହାନ୍ତି ଯିଏ ବିବାହ ପରେ ତାଙ୍କ ପରିବାରକୁ ମଧ୍ୟ ସେତିକି ପ୍ରେମ ଓ ସମ୍ମାନ ଦେବେ ଯେତିକି ସେ ସେ ତାଙ୍କ ପରିବାରକୁ ଦେବେ । କ୍ୟାଟ୍ରିନା ଯେତେବେଳେ ନିଜ ମନକଥା ଭିକିଙ୍କୁ କହିଥିଲେ ଭିକି ତାଙ୍କର ଏହି ସର୍ତ୍ତକୁ ସ୍ଵୀକାର କରି ନେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।