କେବଳ ଟିଭି ଇଣ୍ଡଷ୍ଟ୍ରି ନୁହେଁ ବରଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ମଧ୍ୟ ଫେମସ ଅଟନ୍ତି TV ର ଏହି 8 Actress, 4 ନମ୍ବର Actress ଙ୍କ ଆଗରେ ବଡ ବଡ ହିରୋଇନ ବି ଫେଲ ମାରନ୍ତି

ଆଜିକାଲି ଟିଭି ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ ବଲିଉଡ଼ରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ମାତ୍ର କିଛି ଟିଭି ଅଭିନେତ୍ରୀ ଏପରି ବି ଅଛନ୍ତି ଯେଉଁମାନେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜ ପରିଚୟ ସୃଷ୍ଟି କରି ସାରିଛନ୍ତି ।

ବର୍ତ୍ତମାନ ବଲିଉଡର ଅନେକ ଚର୍ଚ୍ଚିତ ଅଭିନେତ୍ରୀ ମଧ୍ୟ ନିଜ ଫିଲ୍ମ କ୍ୟାରିଅର ସାଉଥ୍ ଫିଲ୍ମରୁ ହିଁ ଆରମ୍ଭ କରିଥିଲେ । ତେବେ ଚାଲନ୍ତୁ ଜାଣିବା କେଉଁ ଟିଭି ଅଭିନେତ୍ରୀ ମାନେ ଟିଭି ବ୍ୟତୀତ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ନାମ କମାଇ ସାରିଛନ୍ତି । ଶ୍ରଦ୍ଧା ଆର୍ୟ୍ଯା- ଏହି ତାଲିକାରେ ପ୍ରଥମେ ହେଲେ ଜି ଟିଭିର ଲୋକପ୍ରିୟ ଧାରାବାହିକ କୁଣ୍ଡଳୀ ଭାଗ୍ୟର ଚର୍ଚ୍ଚିତ ନାୟିକା ଶ୍ରଦ୍ଧା ଆର୍ୟ୍ଯା । ୨୦୦୬ ମସିହାରେ ଶ୍ରଦ୍ଧା ଆର୍ୟ୍ଯା ଟଳିଉଡ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ।

ତାଙ୍କୁ ଗୋଦାବା, ରୋମିଓ ପରି ଫିଲ୍ମରେ କାମ କରିବାର ସୁଯୋଗ ମିଳି ସାରିଛି । ଶ୍ରଦ୍ଧା ଆର୍ୟ୍ଯା ନିଶବ୍ଦ ଓ ପାଠଶାଳା ପରି ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ସୁରଭିନ୍ ଚାୱଲା

୨୦୦୩ ରେ ଟିଭି ଇଣ୍ଡଷ୍ଟ୍ରିରେ ଡେବ୍ୟୁ କଲା ପରେ ଅଭିନେତ୍ରୀ ସୁରଭିନ୍ ଚାୱଲା ୨୦୦୮ ରେ ତେଲୁଗୁ ଫିଲ୍ମରେ ମଧ୍ୟ ଡ଼େବ୍ୟୁ କରିଥିଲେ । ସୁରଭିନ୍ ଟିଭି, ବଲିଉଡ୍ ସହ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ମଧ୍ୟ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ।

ଅଭିକା ଗୈାର୍

ଟିଭି ଇଣ୍ଡଷ୍ଟ୍ରିର ବାଳିକା ବଧୂ ତଥା ଅଭିକା ଗୈାର୍ ଛୋଟ ପରଦା ସହ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ମଧ୍ୟ ଏକ ସୁପରିଚିତ ନାମ । ଅନେକ ସାଉଥ୍ ଫିଲ୍ମରେ ସେ ନିଜ ଅଭିନୟର ଜଲୱା ଦେଖାଇ ସାରିଛନ୍ତି ।

ହଂଶିକା ମୋଟୱାନି

ସାକାଲାକା ବୁମ୍ ବୁମ୍ ରେ ଶିଶୁ କଳାକାର ଭାବେ ଅଭିନୟ କରି ନିଜ ଅଭିନୟ ଆରମ୍ଭ କରିଥିବା ଅଭିନେତ୍ରୀ ହଂଶିକା ମୋଟୱାନି ଏବେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଚେହେରା ବନି ସାରିଛନ୍ତି । ସେ ତେଲୁଗୁ, ତାମିଲ୍ ଓ କନ୍ନଡ ଆଦି ଫିଲ୍ମ କରି ଦର୍ଶକଙ୍କ ମନରେ ଜାଗା ବନାଇ ପାରିଛନ୍ତି ।

ଅନିତା ହଂସନନ୍ଦାନି

କଲର୍ସ ଟିଭିର ଲୋକପ୍ରିୟ ଶୋ ନାଗିନ ରେ ଅଭିନୟ କରିଥିବା ଅଭିନେତ୍ରୀ ଅନିତା ହଂସନନ୍ଦାନି ବଲିଉଡ଼ ସହ ସାଉଥ୍ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି । ଅନିତା ମଧ୍ୟ ତାମିଲ, ତେଲୁଗୁ ଓ କନ୍ନଡ ଫିଲ୍ମ ଜଗତର ସୁପରିଚିତ ଅଭିନେତ୍ରୀ ।

ଇଶିତା ଦତ୍ତ

ଅଜୟ ଦେବଗନଙ୍କ ଫିଲ୍ମ ଦୃଶ୍ୟମ୍ ରେ ଅଭିନୟ କରି ସାରିଥିବା ଅଭିନେତ୍ରୀ ଇଶିତା ଦତ୍ତ ମଧ୍ୟ ଟଳିଉଡରେ ନିଜ ନାମ ବନାଇ ସାରିଛନ୍ତି । ସେ ଅନେକ ଲୋକପ୍ରିୟ ତେଲୁଗୁ ଫିଲ୍ମ ଗୁଡ଼ିକରେ କାମ କରି ଲୋକପ୍ରିୟ ହୋଇ ପାରିଛନ୍ତି ।

ମାହି ଭିଜ୍

ଟିଭି ଧାରାବାହିକ ‘ତୁଝ୍ ସେ ଲାଗି ଲଗନ୍’ ଜରିଆରେ ଘରେ ଘରେ ପରିଚିତ ଥିବା ଅଭିନେତ୍ରୀ ମାହି ଭିଜ୍ ମଧ୍ୟ ସାଉଥ୍ ଫିଲ୍ମରେ ଅଭିନୟ କରିଛନ୍ତି । ସେ ୨୦୦୪ରେ ଆସିଥିବା ମାଲାୟଲମ୍ ହୋରୋର୍ ଫିଲ୍ମ ଅପରିଚିତା ରେ ଗୋଟେ ଭୂତ ଭୂମିକାରେ ଅଭିନୟ କରିଥିଲେ ।

ନେହା ପେଣ୍ଡସେ

ଧାରାବାହିକ ମେ ଆଇ କମ ଇନ ଓ ବିଗ ବସ ରେ କାମ କରି ସାରିଥିବା ଅଭିନେତ୍ରୀ ନେହା ପେଣ୍ଡସେ ମଧ୍ୟ ମରାଠୀ, ତେଲୁଗୁ, ହିନ୍ଦୀ ଓ ମାଲାୟଲମ୍ ଫିଲ୍ମରେ ନିଜ ଅଭିନୟର ଜଲୱା ଦେଖାଇ ଖୁବ୍ ପ୍ରଶଂସା ସାଉଁଟି ସାରିଛନ୍ତି ।

ତେବେ ଏହା ଉପରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ