କୋଭିଡ୍‌ ବେଳେ ଡାଏବେଟିସ୍‌ ରୋଗୀ କ’ଣ ଖାଇବେ ? Dr. Niharika Das

ପୁରା ବିଶ୍ବରେ କୋରୋନା ଭାଇରସ ଯେପରି ମାତ୍ରାରେ ବ୍ୟାପିବାରେ ଲାଗିଛି ସେଥି ପାଇଁ ପ୍ରତି ଦିନ ଲକ୍ଷ ଲକ୍ଷ ଲୋଙ୍କର ଜୀବନ ହା-ନି ଘଟୁଛି । କୋରୋନା ଭ୍ୟାକ୍ସିନ ବାହାରି ଥିଲେ ମଧ୍ୟ ଏହାକୁ ନେବା ପରେ ମଧ୍ୟ କୋରୋନା ଆକ୍ରାନ୍ତ ହେଉଛି ।

ଯାହା ଫଳରେ ଜନ ଜୀବନରେ ଅନେକ ସମସ୍ଯା ଦେଖା ଯାଉଛି । ଆଜି ଆମେ ଆପଣ ମାନଙ୍କୁ ଡାଇବେଟିସ ରୋଗୀଙ୍କ ପାଇଁ କୋରୋନା ସମୟରେ କି ପ୍ରକାରର ଉପଚାର ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ଯେଉଁ ମାନେ ଡାଇବେଟିସ ରୋଗୀ ସେମାନେ ନିଜ ପ୍ରତି ଅଧିକାଂଶ ସମୟରେ ଅବହେଳା କରିଥାନ୍ତି । ଯାହାର ପରିଣାମ ସ୍ୱରୂପ ସେମାନଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ ।

ତେଣୁ ଡାଇବେଟିସ ରୋଗୀ ମାନେ ନିଜର ସ୍ୱାସ୍ଥ୍ୟ ସୁସ୍ଥ ରଖିବା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରନ୍ତୁ । ସୁଜି, ମଇଦା, ଚୂଡା ଆଦି ଖାଦ୍ୟ କମ ପରିମାଣରେ ଖାଆନ୍ତୁ ।ଅଧିକ ମାତ୍ରାରେ ଭାତ ଖାଆନ୍ତୁ ନାହି । ସକାଳୁ ଏହି ରୋଗୀ ମାନେ ମେଥିର ସେବନ କରି ପାରିବେ ।

ଓଟ୍ସ, ଦଲିୟା, ମାଣ୍ଡିଆ ବ୍ଯତୀତ ସବୁଜ ପନିପରିବା ଓ ଫଳ ଜାତୀୟ ଖାଦ୍ଯ ସେବନ କରନ୍ତୁ । ଅଧିକ ଡାଲି ଜାତୀୟ ଖାଦିର ସେବନ କରି ପାରିବେ । ଆମ୍ବ ଖାଇବା ଡାଇବେଟିସ ରୋଗୀଙ୍କ ପାଇଁ ବର୍ଜନୀୟ ଅଟେ । ଯଦି ଆପଣଙ୍କର ସୁଗାର ଲେବଲ ଠିକ ଥାଏ ତେବେ ଆପଣ ସପ୍ତାହକୁ ଠାରେ ଗୋଟିଏ ଲେଖା ଆମ୍ବ ଖାଇ ପାରିବେ ।

ଅଧିକ ଫାଷ୍ଟ ଫୁଡ ବା ଜଙ୍କ ଫୁଡ ଖାଦ୍ଯର ବର୍ଜନ କରନ୍ତୁ । ଏହି ରୋଗୀ ମାନେ ବୁଟମୁଗ ସିଝା ବା ରୋଟି ସଂତୁଳା ଖାଇ ପାରିବେ । ଯେଉଁ ମାନେ ଇନସୁଲିନ ନେଉଥିବେ ସେମାନେ ଅଳ୍ପ ଅଳ୍ପ କରି ଅଧିକ ଥର ଖାଦ୍ଯ ସେବନ କରନ୍ତୁ । ଦିନରେ ଓ ରାତିରେ ରୋଟି ଖାଇବାକୁ ଚେଷ୍ଟା କରନ୍ତୁ । ଅଧିକ ମିଠା ବା ସୋଡା ଜାତୀୟ ଖାଦ୍ଯ ଠାରୁ ଡାଇବେଟିସ ରୋଗୀ ମାନେ ଦୂରେଇ ରହିବା ଉଚିତ । ଅଧିକ ଲୁଣ ଖାଇବା ଉଚିତ ନୁହେ ।

ମଦ୍ୟପାନ ଓ ସିଗାରେଟ ସେବନ କରିବା ବର୍ଜନୀୟ ଅଟେ । ନିଜ ଖାଦ୍ଯ ପ୍ରତି ନିୟନ୍ତ୍ରଣ ରଖିବା ସହ ଶୋଇବା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ଏହା ସହ ପ୍ରତି ଦିନ ବ୍ୟାୟାମ ବା ଯୋଗ କରିବା ନିହାତି ଜରୁରୀ ଅଟେ । ଡ଼ାଇବେଟିସ ଏକ ସାଧାରଣ ରୋଗ ନୁହେ । ଏହା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଏହି ରୋଗୀ ମାନେ ବିଶେଷ କରି ନିଜ ଖାଦ୍ଯ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ ଯାହା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ସୁଗାର ଲେବଲ ମଧ୍ୟ ନିୟନ୍ତ୍ରଣରେ ରହିବ । ଯଦି ଭଲ ଖାଦ୍ଯ ଦେଖି ତାହାକୁ ସେବନ କରିବେ ତେବେ ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ