33 ବର୍ଷ ପରେ ଆଜି ବହୁତ ହ୍ୟାଣ୍ଡସମ ନଜର ଆସୁଛନ୍ତି Ramayan ର ଲବ-କୁଶ, ଜାଣନ୍ତୁ ଟଙ୍କା ପୁରା ପରିବାର ବିଷୟରେ

ବର୍ତ୍ତମାନ ରାମାନନ୍ଦ ସାଗରଙ୍କ ରାମାୟଣ ଦୂରଦର୍ଶନରେ ପୁନଃ ପ୍ରସାରଣ କରାଯାଉଛି । ଏତେ ବର୍ଷ ପରେ ମଧ୍ୟ ଏହି ଐତିହାସିକ ଧାରାବାହିକ TRP ର ସବୁ ରେକର୍ଡ ଭାଙ୍ଗି ଦେଇଛି । ଆଜିକାଲି କେବଳ ରାମାୟଣ ନୁହେଁ ବରଂ ଏହାର ଗାୟବ ହୋଇ ଯାଇଥିବା କଳାକାର ମାନେ ମଧ୍ୟ ସୋସିଆଲ ମିଡିଆର ଷ୍ଟାର ବନି ସାରିଲେଣି । ଏହି ଧାରାବାହିକରେ ରାମ, ସୀତା, ଲକ୍ଷ୍ମଣ, ହନୁମାନ, ରାବଣ, ସୁଗ୍ରୀବ ଓ ସୂର୍ପଣଖାଙ୍କ ଭୂମିକାରେ ଅଭିନୟ କରିଥିବା କଳାକାର ମାନଙ୍କୁ ତ ସମସ୍ତେ ଜାଣିଛନ୍ତି ।

କିନ୍ତୁ ଲବ ଓ କୁଶଙ୍କ ବିନା ମଧ୍ୟ ରାମାୟଣର କାହାଣୀ ଅଧୁରା ଅଟେ । ଆଜି ଆମେ ଆପଣଙ୍କୁ ଲବ ଓ କୁଶଙ୍କ ବିଷୟରେ କହିବୁ। ଯେଉଁମାନେ ଆଜି ଖୁବ ବଡ ହୋଇ ଯାଇଛନ୍ତି ଓ ସଂପୂର୍ଣ୍ଣ ଭାବେ ବଦଳି ଯାଇଛନ୍ତି । ରାମାୟଣରେ ଲବଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ଅସଲ ନାମ ହେଉଛି ମୟୂରେଶ ଶେତ୍ରମଦେ ଓ କୁଶଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତାଙ୍କ ଅସଲ ନାମ ହେଉଛି ସ୍ଵପ୍ନିଲ ଯୋଶୀ । ବର୍ତ୍ତମାନ ୪୨ ବର୍ଷରେ ପଦାର୍ପଣ କରି ସାରିଥିବା ସ୍ଵପ୍ନିଲ ଯୋଶୀ ରାମାୟଣରେ କୁଶଙ୍କ ଭୂମିକାରେ ଅଭିନୟ କରିଥିଲେ ।

ସ୍ଵପ୍ନିଲ ଟିଭି ସହ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା ଅଟନ୍ତି । ସେ ୧୯୯୩ରେ ରାମାନନ୍ଦ ସାଗରଙ୍କ ଶୋ ‘ଛୋଟେ କ୍ରୀଷ୍ଣା’ ରେ ଶ୍ରୀକୃଷ୍ଣଙ୍କ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ ଓ ଏହାପରେ ସେ ଅଭିନୟରୁ ବ୍ରେକ ନେଇ ଯାଇଥିଲେ । ବଡ ହେବା ପରେ ସେ ସଂଜୀବ ଭଟ୍ଟାଚାର୍ଜ୍ୟଙ୍କ ଶୋ ‘କ୍ୟାମ୍ପସ’ ରୁ ଆଉ ଥରେ ଅଭିନୟ କ୍ଯାରିଅର ଆରମ୍ଭ କରିଥିଲେ । ୧୯୯୭ର ଲୋକପ୍ରିୟ ଧାରାବାହିକ ‘ଅମାନତ’ ରେ ସ୍ଵପ୍ନିଲ ଇନ୍ଦର ଚରିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ ସୁପରହିଟ ହିନ୍ଦୀ ଧାରାବାହିକ ଗୁଡିକରେ ମଧ୍ୟ କାମ କରିଥିଲେ ।

ନାନା ପାଟେକରଙ୍କ ଫିଲ୍ମ ‘ଗୁଲାମ-ଇ-ମୁସ୍ତଫା’ ରେ ସ୍ଵପ୍ନିଲ ଜଣେ ସହ କଳାକାର ଭାବେ ମଧ୍ୟ କାମ କରିଥିଲେ । ଆଜି ସ୍ଵପ୍ନିଲ ଯୋଶୀ ଖୁବ ହ୍ୟାଣ୍ଡସମ ଦେଖା ଯାଉଛନ୍ତି । ରାମାୟଣରେ ଲବଙ୍କ ଭୂମିକାରେ ଅଭିନୟ କରିଥିବା ମୟୂରେଶ ଶେତ୍ରମଦେ, ଏବେ ଆମେରିକାର ନ୍ୟୁ ଜର୍ସିରେ ରହୁଛନ୍ତି । ମୟୂରେଶ ଏବେ ଅଭିନୟ ଛାଡି ଏକ ପ୍ରାଇଭେଟ କମ୍ପାନୀର CEO ଆଉ ପ୍ରେସିଡେଣ୍ଟ ଅଟନ୍ତି । ପୂର୍ବରୁ ମଧ୍ୟ ସେ ଅନେକ ପ୍ରତିଷ୍ଠିତ କମ୍ପାନୀ ଗୁଡିକରେ ପ୍ରବନ୍ଧ ନିର୍ଦ୍ଦେଶକ ପଦ ତୁଲାଇ ସାରିଛନ୍ତି ।

ମୟୂରେଶ ଜଣେ ଭଲ ଲେଖକ ମଧ୍ୟ ଅଟନ୍ତି । ସେ ଜଣେ ବିଦେଶୀ ଲେଖକଙ୍କ ସହ ‘Spite and Development’ ନାମ ଏକ ପୁସ୍ତକ ମଧ୍ୟ ଲେଖି ସାରିଛନ୍ତି । ମୟୂରେଶ ମଧ୍ୟ ଆଜି ଦେଖିବାକୁ ଖୁବ ହ୍ୟାଣ୍ଡସମ ଲାଗୁଛନ୍ତି । ବନ୍ଧୁଗଣ ଆପଣଙ୍କୁ ରାମାୟଣରେ ଲବ ଓ କୁଶଙ୍କ ଭୂମିକା କେମିତି ଲାଗିଥିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ