Pawandeep ଙ୍କ ସହ ନିଜ ସମ୍ପର୍କ ବିଷୟରେ ବଖାଣିଲେ Arunita, କହିଲେ- ଆମେ ବହୁତ ବାଟ ଆଗେଇ ଯାଇଛୁ…

ସୋନି ଟିଭିର ଲୋକପ୍ରିୟ ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ ସିଜିନ-୧୨’ କୁ ଏବେ ନିଜର ବିଜେତା ମିଳି ସାରିଛି । ନିଜ ଶାନଦାର ଗାୟକୀରେ ଜଜ୍ ଓ ଦର୍ଶକ ସମସ୍ତଙ୍କ ହୃଦୟ ଜିତି ପାରିଥିବା ପବନଦୀପ ରାଜନ ଏହି ଟ୍ରଫି ନିଜ ନାମରେ କରି ସାରିଛନ୍ତି । ଏହାସହ ଅରୁଣିତା କାଞ୍ଜିଲାଲ ଦ୍ଵିତୀୟ ଓ ସାୟଌ କାମ୍ବଲେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପବନଦୀପଙ୍କୁ ଟ୍ରଫି ସହ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ମିଳିଛି । ସେହିପରି ଅରୁଣିତାଙ୍କୁ ବାପି ଲେହରି ଓ ଧର୍ମା ପ୍ରଡ଼କ୍ସନ କାମ ଅକରିବାର କଣ୍ଟ୍ରାକ୍ଟ ମଧ୍ୟ ମିଳିଛି ।

ଏହାସହ ପବନଦୀପ ଓ ଅରୁଣିତା ଉଭୟ ହିମେଶ ରେଶମିୟାଙ୍କ ସହ ଏକ ଆଲବମରେ ମଧ୍ୟ ଗୀତ ଗାଇ ସାରିଛନ୍ତି । ୱିନର ହେବା ପରେ ପବନଦୀପ ଓ ଅରୁଣିତା ଉଭୟ ମି-ଡି-ଆ ସହ କଥା ହୋଇଥିଲେ । ସେହି ସମୟରେ ଅରୁଣିତା ପବନଦୀପଙ୍କୁ ନେଇ କହିଥିଲେ କି, ‘ଆମେ ବହୁତ ଭଲ ବନ୍ଧୁ ଅଟୁ ଓ ଆଗକୁ ମଧ୍ୟ ବନ୍ଧୁ ହୋଇ ରହିବୁ । ଲୋକମାନେ ଆମକୁ ବହୁତ ପ୍ରେମ ଦେଇଛନ୍ତି ଓ ଆମେ ବହୁତ ବାଟ ଆଗେଇ ଆସିଛୁ । ଆମେ ସବୁବେଳେ ପରସ୍ପରକୁ ସପୋର୍ଟ କରିବୁ ।

ଅରୁଣିତା ଆହୁରି କହିଛନ୍ତି କି, ସେ ଭାରତରେ ଗୋଟିଏ ମ୍ୟୁଜିକ ସ୍କୁଲ ଖୋଲିବାକୁ ଚାହାନ୍ତି ଓ ଇଣ୍ଡିଆନ ଆଇଡଲ ତାଙ୍କର ଏହି ସ୍ଵପ୍ନକୁ ପୁରା କରିବାରେ ଖୁବ ସାହାଯ୍ୟ କରିଛି । ଏହାସହ ସେ ସମସ୍ତଙ୍କୁ ଖୁବ କୃତଜ୍ଞତା ଜଣାଇଥିଲେ । କଷ୍ଟ୍ଯୁମ ଡିଜାଇନର ଙ୍କ ଯୋଗୁଁ ତାଙ୍କ ଡ୍ରେସକୁ ମଧ୍ୟ ସମସ୍ତେ ଖୁବ ପସନ୍ଦ କରୁଛନ୍ତି ବୋଲି ସେ କହିଥିଲେ । ସେହିପରି ୱିନର ପବନଦୀପ ମଧ୍ୟ ଅରୁଣିତାଙ୍କ ସହ ନିଜ ସମ୍ପର୍କ ବିଷୟରେ କହିଥିଲେ କି, ‘ମୁଁ ଆଉ ଅରୁଣିତା ଖୁବ ଭଲ ବନ୍ଧୁ ଅଟୁ । ଆମେ ପରସ୍ପରକୁ ଖୁବ ଭଲ ଭାବେ ଜାଣୁ ଓ ବୁଝୁ ।

ଆମେ ଦୁହେଁ ଆଖିରେ ଦେଖି ହିଁ ପରସ୍ପର ମନରେ କଣ ଚାଲିଛି ଜାଣି ଦେଉ । ଆମେ ପରସ୍ପରକୁ ଗୀତ ଗାଇ ଶୁଣାଉ ଓ ପର୍ଫମାନ୍ସ ବେଳେ ପରସ୍ପରକୁ ଚିୟର ମଧ୍ୟ କରୁ । ଏକାଠି ରିୟାଜ କରିବା, ଗୀତ ଓ ମ୍ୟୁଜିକ ବିଷୟରେ କଥା ହେବା ଆମକୁ ଖୁବ ପସନ୍ଦ ।’ ଏହା ଛଡା ପବନଦୀପ ଆହୁରି କହିଥିଲେ କି, ଫିନାଲେ ଜିତିବା ପରେ ତାଙ୍କୁ ଅରୁଣିତାଙ୍କ ସହ କଥା ହେବାକୁ ସୁଯୋଗ ମିଳିନାହିଁ ।

କିନ୍ତୁ ଅରୁଣିତା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ ତାଙ୍କ ବିଜୟରେ ଖୁବ ଖୁସି ମଧ୍ୟ ଅଛନ୍ତି । ଏହି ଶୋ ର ଆରମ୍ଭରୁ ହିଁ ପବନଦୀପ ଓ ଅରୁଣିତାଙ୍କ ମଧ୍ୟରେ ରୋମାଣ୍ଟିକ ରିଲେସନଶିପ ଥିବା ନେଇ କଥା ସାମନାକୁ ଆସିଥିଲା । କିନ୍ତୁ ଏମାନେ ସବୁବେଳେ ଏହାକୁ କେବଳ ବନ୍ଧୁତାର ନାମ ଦେଇଛନ୍ତି । ଆପଣଙ୍କୁ ପବନଦୀପ ଓ ଅରୁଣିତାଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।