ଅକ୍ଷୟ କୁମାରଙ୍କ ଫୁଲ ପରି ଝିଅର ଫାର୍ଷ୍ଟ ଲୁକ ଆସିଲା ସାମ୍ନାକୁ, ପୂର୍ବରୁ ମିଡିଆ ଠାରୁ ଲୁଚାଉଥିଲେ ଝିଅର ଚେହେରା

ଅକ୍ଷୟ କୁମାର ଓ ଟ୍ଵିଙ୍କଲ ଖନ୍ନା ବଲିଉଡ୍ ର ଏକ ଫେମସ ମ୍ୟାରେଡ କପଲ ଅଟନ୍ତି । ଏହି ଦୁଇ ଜଣଙ୍କ ଯୋଡିକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଏ । ଅକ୍ଷୟ ଓ ଟ୍ଵିଙ୍କଲ ୨୦୦୧ ମସିହାରେ ବିବାହ କରିଥିଲେ । ଏହା ପରେ ତାଙ୍କର ଦୁଇଟି ପିଲା ଆରବ ଓ ନିତାରା ଜନ୍ମ ହୋଇଥିଲେ । ତାଙ୍କ ପରିବାର କିଛି ଇଭେଣ୍ଟ ଓ ଭ୍ୟାକେସନରେ ନଜର ଆସିଥାନ୍ତି । କିଛି ଦିନ ହେବ ସୋସିଆଲ ମିଡିଆରେ କିଛି ଫଟୋ ବହୁତ ଚର୍ଚାରେ ଅଛି । ଏହି ଫଟୋ ହେଉଛି ଅକ୍ଷୟ କୁମାରଙ୍କ ଝିଅ ନିତାରା ର ।

ନିତାରା ସବୁ ସମୟରେ ଟ୍ଵିଙ୍କଲ ଖନ୍ନାଙ୍କ ସହିତ ରହିଥାଏ । କିଛି ଦିନ ତଳେ ଅକ୍ଷୟ କୁମାର ଟ୍ଵିଙ୍କଲ ଖନ୍ନା ଓ ତାଙ୍କ ଝିଅ ନିତାରାଙ୍କୁ ସ୍ପଟ କରା ଯାଇଥିଲା । ସେମାନେ ସପିଙ୍ଗ କରିବା ସମୟରେ ନଜର ଆସିଥିଲେ । ଏହି ଫଟୋରେ ଅକ୍ଷୟ ଏକ ବ୍ଲାକ ଡେନିମରେ ମିଲିଟ୍ରି ପ୍ରିଣ୍ଟ ଟି ସାର୍ଟ ପିନ୍ଧିଥିଲେ, ଏହି ଲୁକରେ ସେ ବହୁତ କୁଲ୍ ନଜର ଆସୁଥିଲେ ।

ଅକ୍ଷୟଙ୍କ ସହିତ ତାଙ୍କ ପତ୍ନୀ ଟ୍ଵିଙ୍କଲ ଖନ୍ନା ଧଳା ପ୍ୟାଣ୍ଟ ଓ ଚାରକୋଲ ଗ୍ରେ ଟପ ପିନ୍ଧିଥିଲେ । ଏହି ଦୁଇଜଣଙ୍କ ସହିତ ତାଙ୍କ ଝିଅ ନିତାରା କ୍ରିମ କଲର ର ଫ୍ରକ ଓ ଷ୍ଟାଇଲିସ ସ୍ୟାଣ୍ଡେଲ ପିନ୍ଧି ଆସୁଥିବାର ନଜର ଆସିଥିଲେ । ନିତାରା ର ଖୋଲା ଚୁଟିରେ ହେୟାର ବ୍ୟାଣ୍ଡ ମଧ୍ୟ ଥିଲା । ଏହି ଲୁକରେ ନିତାରା ବହୁତ ସୁନ୍ଦର ଦେଖାଯାଉଥିଲେ । ଏହି ପରିବାର ସପିଙ୍ଗ କରି ବାହାରୁ ଥିଲେ, ସେହି ସମୟରେ ହଠାତ ମିଡିଆ ସେଠାରେ ପହଞ୍ଚି ଥିଲା ଓ ଫଟୋ ଉଠାଇ ଥିଲା ।

ଫଟୋ ଉଠାଇବା ସମୟରେ ନିତାରା ଏତେ ସବୁ ଫଟୋ ଗ୍ରାଫରଙ୍କୁ ଦେଖି ଭୟ କରୁଥିଲା । ଏହା ପରେ ନିତାରା ନିଜକୁ ସମ୍ଭାଳି ଥିଲା ଓ ମା ବାପାଙ୍କ ସହିତ ଆଗକୁ ବଢିଥିଲା । ଏହି ଫଟୋକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରା ଯାଉଛି । ବହୁତ ଲୋକ ଅକ୍ଷୟ କୁମାରଙ୍କ ଝିଅ ନିତାରାକୁ ଏହି ଫଟୋ ମାଧ୍ୟମରେ ପ୍ରଥମ ଥର ଦେଖିଛନ୍ତି । ଏହି ଫଟୋ ପ୍ରାୟ ସବୁ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଅକ୍ଷୟ କୁମାରଙ୍କ ଝିଅ ନିତାରା ର ଚେହେରା ଅବିକଳ ଅକ୍ଷୟଙ୍କ ପରି ହୋଇଛି । ଏହି ଫଟୋରେ ନିତାରା ବହୁତ ସୁନ୍ଦର ଓ କ୍ୟୁଟ୍ ଦେଖାଯାଉଛନ୍ତି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।