କଣ ସତରେ ସରକାର ଦେବାନନ୍ଦଙ୍କ କଳା କୋର୍ଟ ପିନ୍ଧିବା ଉପରେ ଲଗାଇଦେଇଥିଲେ ବ୍ୟାନ, ଜାଣନ୍ତୁ କଣ ଅଟେ ସତ

ବଲିଉଡ୍ ରେ ୬୦ ରୁ ୭୦ ଦଶକ ମଧ୍ୟରେ ଏମିତି ବହୁତ ଅଭିନେତା ଥିଲେ, ଯେଉଁ ମାନଙ୍କ ଉପରେ ଝିଅମାନେ ଫିଦା ଥିଲେ । ଆଜି ଆପଣଙ୍କୁ ଆମେ ବଲିଉଡ୍ ର ଏମିତି ଏକ ଅଭିନେତାଙ୍କ ବିଷୟରେ କହିବୁ, ଯିଏ ତାଙ୍କର ଅଭିନୟ ଓ ସ୍ମାର୍ଟନେସ୍ ରେ ଲୋକମାନଙ୍କ ମନ ଜିତିଥିଲେ । ସେହି ଅଭିନେତା ଜଣକ ହେଉଛନ୍ତି ଦେବାନନ୍ଦ । ଦେବାନନ୍ଦଙ୍କ ଜନ୍ମ ୧୯୨୩ ମସିହା ସେପ୍ଟେମ୍ବର ୨୬ ତାରିଖରେ ହୋଇଥିଲା । ଦେବାନଦଙ୍କର ପୁରା ନାମ ହେଉଛି ଧରମ ଦେବ ପିଶୋରୀ ଆନନ୍ଦ । ଦେବାନନ୍ଦଙ୍କୁ ପିଲାବେଳରୁ ଅଭିନୟ କରିବାର ଇଛା ଥିଲା । ହେଲେ ଦେବାନନ୍ଦଙ୍କୁ ପ୍ରଥମେ ମିଲିଟ୍ରି ସେଂସର ଅଫିସରେ ଚାକିରି ମିଳି ଥିଲା ।


ହେଲେ ନିଜର ସ୍ଵପ୍ନକୁ ପୁରା କରିବା ପାଇଁ ସେ ନିଜ ଚାକିରିକୁ ଛାଡି ଦେଇଥିଲେ । ୧୯୪୬ ମସିହାରେ ‘ହମ ଏକ ହେଂ’ ଫିଲ୍ମରୁ ସେ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ଦେବାନନ୍ଦଙ୍କୁ ବି- ଟାଉନର ସବୁଠାରୁ ସ୍ମାର୍ଟ ଓ ହ୍ୟାଣ୍ଡସମ ଆକ୍ଟର ବୋଲି କୁହାଯାଏ । ଦେବାନନ୍ଦଙ୍କ ଅଭିନୟ ଓ ସ୍ମାର୍ଟନେସ୍ ପାଇଁ ଲକ୍ଷ ଲକ୍ଷ ଝିଅ ତାଙ୍କ ପଛରେ ପାଗଳ ଥିଲେ । ସେହି ସମୟରେ ଦେବାନନ୍ଦ ବହୁତ ଚର୍ଚାରେ ରହୁଥିଲେ । ତାଙ୍କର ପ୍ରଥମ ଫିଲ୍ମ ସୁପର ହିଟ ହୋଇଥିଲା ଓ ଏହି ଫିଲ୍ମ ହିଟ ହେବା ପରେ ତାଙ୍କ ପାଇଁ ବହୁତ ଝିଅ ପାଗଳ ଥିଲେ । ସେହି ସମୟରେ ବହୁତ ଝିଅ ଦେବାନନ୍ଦଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ ।


ଏହାପରେ ଦେବାନଦ ଗୋଟେ ପରେ ଗୋଟେ ସୁପରହିଟ ଫିଲ୍ମ କରିଥିଲେ । ଦେବାନନ୍ଦଙ୍କୁ ସେହି ସମୟରେ ରୋମାଣ୍ଟିକ ଓ ଫ୍ୟାସନ ଆଇକନ ଭାବେ ସମସ୍ତେ ଦେଖୁଥିଲେ । ହେଲେ ଆଜି ମଧ୍ୟ ଦେବାନନ୍ଦଙ୍କର ଏକ କାହାଣୀ ଚର୍ଚାରେ ରହୁଛି । କୁହାଯାଏ କି, ସେହି ସମୟରେ ଯେବେ ବି ଦେବାନନ୍ଦ କଳା କୋର୍ଟ ଓ ଧଳା ସାର୍ଟ ପିନ୍ଧି ଘରୁ ବାହାରୁ ଥିଲେ, ବହୁତ ଝିଅ ତାଙ୍କ ପଛରେ ପାଗଳ ହେଉଥିଲେ । ବହୁତ ଝିଅ ତାଙ୍କୁ କଳା କୋର୍ଟରେ ଦେଖିବା ପରେ ଆତ୍ମହତ୍ୟା କରିଦେଇଥିଲେ । ଏହି ସବୁ ମାମଲାକୁ ଦେଖି ସରକାର ତାଙ୍କର ଏହି କଳା କୋର୍ଟ ପିନ୍ଧିବା ଉପରେ ବ୍ୟାନ ଲଗାଇ ଥିଲେ ।


ଫିଲ୍ମରେ ପଜିଟିଭ ଭୂମିକା ସହ ଦେବାନନ୍ଦ କିଛି ନେଗେଟିଭ ଭୂମିକା ମଧ୍ୟ କରିଥିଲେ । ଫିଲ୍ମ ‘ଟ୍ୟାକ୍ସି ଡ୍ରାଇଭର’ ରେ ଦେବାନନ୍ଦ କଳ୍ପନା କାର୍ତିକଙ୍କ ସହ କାମ କରିଥିଲେ । ଏହି ଫିଲ୍ମ ପରେ ସେମାନଙ୍କ ସମ୍ପର୍କ ନିବିଡ ହୋଇଥିଲା, ଯାହାଫଳରେ ଏହି ଦୁଇଜଣଙ୍କ ବିବାହ ହୋଇଥିଲା । ୧୯୫୬ ମସିହାରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା ଯାହାର ନାମ ସୁନୀଲ ଆନନ୍ଦ ଅଟେ । ୮୮ ବର୍ଷ ବୟସରେ ଦେବାନନ୍ଦ ୨୦୧୧ ମସିହା ଡିସେମ୍ବର ୩ ରେ ମୃତ୍ୟୁ ବରଣ କରିଥିଲେ ।