ଭାରତ Movieରେ ସବୁଠୁ ଅଧିକ ପଇସା କେଉଁ ଆକ୍ଟର ନେଇଛନ୍ତି ଜାଣନ୍ତୁ

ଆପଣମାନେ ସମସ୍ତେ ଜାଣିଛନ୍ତି କି ଫିଲ୍ମ ଭାରତ ଦକ୍ଷିଣ କୋରିଆର ଏକ ଫିଲ୍ମର କପି ହୋଇଛି । ଏହି ଫିଲ୍ମରେ ସଲମାନ ଖାଁ ଙ୍କର ୫ ରୁ ୬ ଟି ରୋଲ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଆହୁରି ମଧ୍ୟ କଟ୍ରିନା କୈଫ, ସୁନୀଲ ଗ୍ରୋବର, ତବୁ, ଜ୍ୟାକି ସ୍ରଵ, ନୁରା ଫତେହି ଆଦି ବହୁତ ଭଲ କଳାକାର ମାନେ ରହିଥିଲେ । ଏହି ଫିଲ୍ମର ଡିରେକ୍ଟର ଆଲିଆ ବାଗ ଜାଫର । ଯିଏକି ସଲମାନ ଖାଁଙ୍କ ସହ ଦୁଇଟି ବଡ ଫିଲ୍ମ କରିଛନ୍ତି । ଗୋଟିଏ ଟାଇଗର ଜିନ୍ଦା ହେ ଓ ଅନ୍ୟଟି ସୁଲତାନ । ଏହି ଦୁଇଟି ଫିଲ୍ମ ମଧ୍ୟ ସୁପର ଡୁପର ହୋଇଥିଲା । ତେବେ ଆଜି ଆସନ୍ତୁ ଜାଣିବା ଫିଲ୍ମ ଭାରତର ଅଭିନେତା ମାନେ କେତେ ପଇସା ନେଇଛନ୍ତି ।

ଦିଶା ପଟାନୀ:

ଦିଶା ପଟାନୀଙ୍କର ଏହି ଫିଲ୍ମରେ ବହୁତ ବଡ଼ ରୋଲ ରହିଛି । ସେ ଏଥିରେ ଆକ୍ଟିଂ କରୁଥିବା ସମୟରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ସେଥିପାଇଁ ସେ ବେଡ଼ ରେଷ୍ଟ ମଧ୍ୟ୍ୟ ନେଇଥିଲେ । ସେ ଏହି ଫିଲ୍ମ ପାଇଁ ୨ ରୁ ୩ କୋଟି ଟଙ୍କା ନେଇଛନ୍ତି ।

ସୁନୀଲ ଗ୍ରୋବର:

ସୁନୀଲ ଗ୍ରୋବରଙ୍କୁ ଏହି ଫିଲ୍ମରେ ନେଇଥିବାରୁ ସେ ନିଜକୁ ଧନ୍ୟ ମଣିଥିଲେ । ସେ ସଲମାନ ଖାଁନ ଙ୍କ ସାଙ୍ଗର ରୋଲ କରିଥିଲେ । ସେଥିପାଇଁ ତାଙ୍କୁ ୭୦ ରୁ ୮୦ ଲକ୍ଷ ଟଙ୍କା ଦିଆଯାଇଥିଲା ।

ଆଶିଷ ଶେଖ:

ଆଶିଷ ଶେଖ ସବ ଟିଭିରେ ଆସୁଥିବା ସିରିଏଲ ଭାବିଜି ଘରପର ହେଁ ରେ ବହୁତ ଫେମସ ଅଟନ୍ତି । ସେ ଏହି ଫିଲ୍ମ ପାଇଁ ବହୁତ ଖୁସି ଥିଲେ । ତାଙ୍କୁ ଏହି ଫିଲ୍ମରେ ୬୦ ରୁ ୭୦ ଲକ୍ଷ ଟଙ୍କା ଦିଆଯାଇଥିଲା ।

ତବ୍ବୁ:

ସେ ବି ଫିଲ୍ମରେ ଏକ ବଡ ରୋଲ କରିଥିଲେ । ସେ ସଲମାନ ଖାଁଙ୍କ ଭଉଣୀର ରୋଲ କରିଥିଲେ । ତବ୍ବୁ ପୂର୍ବରୁ ସେ ଫିଲ୍ମ ଜୟ ହୋ ରେ ନଜର ଆସିଥିଲେ ସେଥିରେ ସେ ମଧ୍ୟ ସଲମାନଙ୍କ ଭଉଣୀର ରୋଲ କରିଥିଲେ । ସେ ସେହି ଫିଲ୍ମରେ ୨ ରୁ ୩ କୋଟି ଟଙ୍କା ଦିଆଯାଇଥିଲା । ସେ ଏହି ଫିଲ୍ମ ରେ ତାଙ୍କୁ ଦେଢ଼ ରୁ ଦୁଇ କୋଟି ଟଙ୍କା ଦିଆଯାଇଥିଲା ।

ଜ୍ୟାକି ଶ୍ରଫ:

ସେ ଏହି ଫିଲ୍ମରେ ସଲମାନ ଖାଁଙ୍କ ପିତାଙ୍କ ରୋଲ କରିଥିଲେ । ତାଙ୍କର ଏହି ଫିଲ୍ମରେ ବହୁତ ଵଡ଼ ରୋଲ ଥିଲା, ଯାହାକି ଫିଲ୍ମ କୁ ଭଲ ଷ୍ଟାଣ୍ଡ ଦେଇଥିଲା । ସେ ଏହି ଫିଲ୍ମରେ ୨ ରୁ ୩ କୋଟି ଟଙ୍କା ନେଇଥିଲେ ।

ନୋରା ଫତେହି:

ନୋରା ଫତେହି ଯିଏକି ଫିଲ୍ମ ଦିଲବର ଦିଲବର ଗୀତରେ ବହୁତ ଫେମସ ହୋଇଥିଲେ । ଏହି କାରଣରୁ ତାଙ୍କୁ ଫିଲ୍ମ ଭାରତରେ ନିଆଯାଇଥିଲା । ସେ ଏହି ଫିଲ୍ମରେ ଏକ ଛୋଟ ଅଭିନୟ କରିଥିଲେ । ସେଥିପାଇଁ ସେ ୭୦ ରୁ ୮୦ ଲକ୍ଷ ଟଙ୍କା ନେଇଥିଲେ ।

କଟ୍ରିନା କୈଫ:

କଟ୍ରିନା କୈଫଙ୍କୁ ଏହି ଫିଲ୍ମରେ ବହୁତ ଭଲ ପଇସା ଦିଆଯାଇଥିଲା । କାରଣ ପ୍ରିୟଙ୍କା ଚୋପ୍ରା ଫିଲ୍ମ ଭାରତକୁ କରିବା ପାଇଁ ମନା କରିଦେଇଥିଲେ । ସେଥିପାଇଁ କଟ୍ରିନା କୈଫଙ୍କୁ ନିଆଯାଇଥିଲା । କୁହାଯାଏ ଯେତିକି ଫିସ ପ୍ରିୟଙ୍କା ଚୋପ୍ରାଙ୍କୁ ଦିଆଯିବାର ଥିଲା ତାହାଠାରୁ ଅଧିକ କଟ୍ରିନା କୈଫଙ୍କୁ ଦିଆଯାଇଥିଲା । ସେ ଏହି ଫିଲ୍ମ ପାଇଁ ୧୨ ରୁ ୧୩ କୋଟି ଟଙ୍କା ନେଇଥିଲେ ।

ସଲମାନ ଖାଁନ:

ସଲମାନ ଖାଁନ ନିଜେ ଏହି ଫିଲ୍ମକୁ ପ୍ରଡ୍ୟୁସ କରେଇଛନ୍ତି । ସେ ଏହି ଫିଲ୍ମରେ ୬୦ ରୁ ୭୦ କୋଟି ଟଙ୍କା ନେଇଛନ୍ତି ଓ ସେହି ଫିଲ୍ମରେ କିଛି ଅଂଶର ସେୟାର ମଧ୍ୟ ଅଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।