ଦାନ୍ତର କ୍ଷତି କରିଥାଏ ଆପଣଙ୍କର ଏହିସବୁ ଭୁଲ୍, ସବୁଦିନ କରିବାରୁ ବଞ୍ଚନ୍ତୁ

ଧଳା ଚକ୍ ଚକ୍ ଦାନ୍ତ ସମସ୍ତଙ୍କର ସ୍ବପ୍ନ ହୋଇଥାଏ । ଲୋକ ଦାନ୍ତକୁ ସୁନ୍ଦର୍ କରିବା ଓ ଦେଖେଇବା ପାଇଁ ବହୁତ କିଛି କରିଥାନ୍ତି । ଦିନକୁ ଦୁଇଥର ବ୍ରସ୍ କରିବା, ମାଉଥ ପେଷ୍ଟ ବ୍ୟବହାର କରିବା ପରେ ମଧ୍ୟ ଜଣା ଅଜଣା ରେ କିଛି ଛୋଟ ବଡ଼ ଭୁଲ୍ କରିଥାନ୍ତି । ସେ ଭୁଲ୍ ସବୁବେଳେ କରୁ କରୁ ଏମିତି ଅଭ୍ୟାସ ରେ ପଡିଯାଏ ଯେ ସେସବୁ ଆମ ପାଇଁ ପରେ ବିପଦ ହେଇପାରେ । ଦାନ୍ତର ମେଲା, କ୍ୟାଭିଟି ଓ ଦାନ୍ତ ରେ ଯନ୍ତ୍ରଣା ଏଇ ଅଭ୍ୟାସ ର ପରିଣାମ ହୋଇଥାଏ ।

ଡ଼ଃ‌ ରାଜ୍ଞିି ଅହାସନଙ୍କ କହିବା ଅନୁସାରେ କ୍ୟାଭିଟି ବା ଦାନ୍ତ ସଢ଼ିବା, ପୋକ ଲାଗିବା ସେତେବେଳେ ହେଇଥାଏ ।

ଯେତେବେଳ ଆମେ କ୍ୟାର୍ବିହାଇଡ୍ରେଟ୍ ଯୁକ୍ତ ଖାଦ୍ୟ, ବ୍ରେଡ୍, କ୍ଷୀର, ଡ୍ରିଙ୍କ, ଫଳ ଓ କେକ୍ ଇତ୍ୟାଦି ଦାନ୍ତ ମୂଳରେ ରହିଯାଏ । ମୁହଁ ରେ ଥିବା ବ୍ୟାକ୍ଟେରିଆ ଏହାକୁ ଏସିଡ ରେ ପରିବର୍ତ୍ତନ କରି ଦିଏ । ବ୍ୟାକ୍ଟେରିଆ,ଏସିଡ, ଦାନ୍ତରେ ଅଟକିଥିବା ଖାଦ୍ୟ ଓ ଲାଳ ମିଶିକି ଯାହା ଫ୍ଲାକ୍ କରନ୍ତି ତାହା ଦାନ୍ତରେ ଲାଗିଯାଏ । ଏହା ମିଶି ଗୋଟେ ଛୋଟ କଣା କରେ ଓ ତାପରେ କ୍ୟାଭିଟି ହୁଏ ।

ସକାଳୁ ଉଠି ସବୁଠୁ ଆଗ ଦାନ୍ତ ଘଷି ତାପରେ ଖାଇବା ପିଇବା କରିଥାଉ, ହେଲେ ଦିନର ଶେଷ କାମ ଦାନ୍ତ ଘଷିବା ହେବା ଦରକାର । କାରଣ ଶୋଇବା ପୂର୍ବରୁ ଚା ପିଇବା ବି ଦାନ୍ତ ଉପରେ ପ୍ରଭାବ ପକାଏ । ସବୁଦିନ କେବଳ ଦାନ୍ତ କୁ ୩୦ ସେକେଣ୍ଡ ବ୍ରସ କରିବା ରେ କିଛି ଲାଭ ହୁଏନି । ଚାରିକଣ କୁ ୨ ମି ଯାଏ ଭଲ ରେ ଘସିଲେ କ୍ୟାଭିଟି କି ଅନ୍ୟ ସମସ୍ୟା ହେଇନଥାଏ ।

ଅଧିକାଂଶ ଲୋକ ଜୋରରେ ଘସନ୍ତି ଏମିତି କଲେ ଦାନ୍ତ ରେ ପ୍ରଭାବ ପଡେ ଓ ଏହା ସମ୍ବେଦନଶୀଳ ହୋଇଯାଏ । କଉ ବ୍ରସ କାହାକୁ ସୁଟ୍ କରୁଚି ତାହା ବହୁତ୍ ଗୁରୁତ୍ବ ପୂର୍ଣ୍ଣ ହୋଇଥାଏ । ଖାଇବାର ସାଙ୍ଗେ ସାଙ୍ଗେ ଦାନ୍ତ ଘଷିବା ବି ମାଢି ଉପରେ ଖରାପ ପ୍ରଭାବ ପକାଏ ।

ଏଥିପାଇଁ ଖାଇବାର ୩୦ ମିନିଟ ଯାଏ ଦାନ୍ତ ଘଷିବ ନାହିଁ । ୩ମାସ କୁ ଥରେ ବ୍ରଶ୍ ବଦଳେଇବେ । ବ୍ରଶ୍ ଜୀବାଣୁ ମାରି ପାରେନି ହେଲେ ବେମାରୀ ଥିଲେ ବ୍ରଶ ନ ବଦଳେଇଲେ ଅଧିକ ବେମାର ହେଇ ଦାନ୍ତର କ୍ଷତି କରିଥାଏ । ଓ ଆଉ ଗୋଟେ ରୋଗ ଆରମ୍ଭ ହୁଏ । ଅନ୍ୟ ଟୁଥ୍ ବ୍ରଶ ପାଖରେ ବି ରଖିବେନି କାରଣ ମୁହଁର ଏଇ ଦୁର୍ଗନ୍ଧ ବାହାରି ବିଭିନ୍ନ ରୋଗ ହୋଇଥାଏ ।