ଭାରତର ଏକ ଛୋଟ ଜଳଖିଆ ଦୋକାନ କେମିତି ବନିଗଲା Haldiram ନାମର ଏକ ବିଶ୍ଵ ପ୍ରସିଦ୍ଧ ବ୍ରାଣ୍ଡ, ଜାଣନ୍ତୁ ହଲ୍ଦିରାମ ର ପୁରା କାହାଣୀ

ଯେକୌଣସି ପାର୍ଟି ହେଉ ଯଦି ହଲ୍ଦିରାମର ଭୁଜିଆ ନ ଥାଏ, ତେବେ ପାର୍ଟି ଟିକେ ଫିକା ଲାଗେ । କେବଳ ଭାରତରେ ନୁହେଁ, ବରଂ ଭାରତ ବାହାରେ ମଧ୍ୟ ପ୍ରସିଦ୍ଧି ହାସଲ କରିପାରିଛି ଏହି ଭୁଜିଆ । ଆମ ଦେଶ ସ୍ଵାଧୀନ ହେବା ପୂର୍ବରୁ ହଲ୍ଦିରାମ ଏକ ଛୋଟ ଦୋକାନ ଥିଲା ଆଉ ପରେ ଏମିତି ସଫଳତା ହାସଲ କରିଥିଲା ଯେ, ଆଜି ନଂ୧ ବ୍ରାଣ୍ଡ ହୋଇପାରିଛି । ହଲ୍ଦିରାମ ବୀକାନେରର ଏକ ଗରିବ ପରିବାରରୁ ଆରମ୍ଭ ହୋଇଥିଲା, ଯାହାଙ୍କ ନାମ ଥିଲା ତନସୁଖଦାସ ।

ସ୍ଵାଧୀନତାର ପ୍ରାୟ ୫୦-୬୦ ବର୍ଷ ପୂର୍ବରୁ ଯେତିକି ଯାହା ଆମଦାନୀ କରୁଥିଲେ ସେଥିରେ ସେ ନିଜ ପରିବାର ଚଳେଇବାକୁ ସଂଘର୍ଷ କରୁଥିଲେ । ତନସୁଖଦାସଙ୍କ ପୁଅ ଭିଖାରାମ ଅଗ୍ରୱାଲ କାମର ତଲାସରେ ନିଜ ପୁଅ ଚାନ୍ଦମଲଙ୍କ ନାମରେ ‘ଭିଖାରାମ ଚାନ୍ଦମଲ’ ନାମରେ ଗୋଟିଏ ଦୋକାନ ଖୋଲିଥିଲେ । ତାଙ୍କ ନମକିନ ଭୁଜିଆ ଲୋକଙ୍କୁ ବହୁତ ପସନ୍ଦ ହେଉଥିଲା । ଏହି ଭୁଜିଆ ବନେଇବା ସେ ନିଜ ଭଉଣୀଙ୍କା ଠାରୁ ଶିଖିଥିଲେ । ଆଉ ତାଙ୍କ ଭଉଣୀ ତାଙ୍କ ଶାଶୁଘରୁ ଶିଖିଥିଲେ ଏହି ଭୁଜିଆ ବନେଇବା ।

ସେ ଯେତେବେଳେ ଘରକୁ ଆସୁଥିଲେ ଭୁଜିଆ ନେଇ ଆସୁଥିଲେ । ଘରଲୋକଙ୍କୁ ବି ଏହି ଖୁବ ଖୁବ ପସନ୍ଦ ହେଉଥିବାରୁ ଭିଖାରାମ ମଧ୍ୟ ଭୁଜିଆ ବନେଇ ବିକ୍ରି କରିବା ଆରମ୍ଭ କରି ଦେଲେ । କିନ୍ତୁ ତାଙ୍କ ଭୁଜିଆ ବଜାରରେ ମିଳୁଥିବା ଭୁଜିଆ ପରି ଖୁବ ସାଧାରଣ ଥିଲା । ଏହାପରେ ୧୯୦୮ରେ ଭିଖରାମଙ୍କ ନାତି ଗଙ୍ଗାବିଶନ ଅଗ୍ରୱାଲଙ୍କ ଜନ୍ମ ହୋଇଥିଲା। ତାଙ୍କୁ ତାଙ୍କ ମା ପ୍ରେମରେ ହଲ୍ଦିରାମ ବୋଲି ଡାକୁଥିଲେ । ଆଗକାଳରେ ଜଲ୍ଦି ବିବାହ ପ୍ରଥା ଥିବାରୁ ହଲ୍ଦିରାମଙ୍କ ଜନ୍ମ ବେଳେ ତାଙ୍କ ଜେଜେବାପାଙ୍କ ବୟସ ମାତ୍ର ୩୩ ବର୍ଷ ଥିଲା ।

ହଲ୍ଦିରାମ ଛୋଟବେଳୁ ଘରେ ଭୁଜିଆ ତିଆରି ହେଉଥିବାର ଦେଖିଥିଲେ ଓ କମ ବୟସରୁ ହିଁ ଘର କାମରେ ହାତ ଦେବାକୁ ଲାଗିଥିଲେ । କାମ ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା ଓ ଖୁବ ମନ ଲଗାଇ କାମ କରୁଥିଲେ । ସେ ଖୁବ ଶୀଘ୍ର ଭୁଜିଆ ବନେଇବା ଶିଖି ଯାଇଥିଲେ ଓ ମାତ୍ର ୧୧ ବର୍ଷ ବୟସରେ ଚମ୍ପାଦେବୀଙ୍କ ସହ ତାଙ୍କର ବିବାହ ହୋଇଗଲା । ବିବାହ ପରେ ଦାୟିତ୍ଵ ବଢିବାରୁ ସେ ଦୋକାନ ଭାର ନେଇଥିଲେ ଓ ବୁଦ୍ଧି ଖଟାଇ ଭୁଜିଆଉ ସ୍ଵାଦିଷ୍ଟ ଏବଂ ବଜାର ଠାରୁ ଅଲଗା କରିବା ପାଇଁ ସେଥିରେ ମିଠାର ପରିମାଣ ବଢାଇ ଦେଇଥିଲେ ଓ ତାଙ୍କ ଭୁଜିଆ ଲୋକେ ଖୁବ ପସନ୍ଦ ମଧ୍ୟ କରିଥିଲେ ।

କିନ୍ତୁ ପରିବାର ବଢିବାରୁ ପାରିବାରିକ କଳହ ଯୋଗୁଁ ସେ ନିଜ ପରିବାର ସହ ଅଲଗା ହୋଇ ଯାଇଥିଲେ । କିନ୍ତୁ ସେ ହାର ନ ମାନି ୧୯୩୭ରେ ବୀକାନେରରେ ଛୋଟ ଜଳଖିଆ ଦୋକାନ ଖୋଲିଥିଲେ ଓ ସେଠାରେ ଭୁଜିଆ ମଧ୍ୟ ବିକ୍ରି କରୁଥିଲେ । ସେ ଭୁଜିଆ ଜରିଆରେ ମାର୍କେଟରେ ନାମ କମାଇବାକୁ ଚାହୁଁଥିଲେ। ସେଥିପାଇଁ ସେ ଭୁଜିଆରେ ନୂଆ ନୂଆ ଏକ୍ସପେରିମେଣ୍ଟ କରୁଥିଲେ । ଏହିପରି ଧୀରେ ଧୀରେ ତାଙ୍କ ଭୁଜିଆ ଲୋକଙ୍କୁ ଖୁବ ପସନ୍ଦ ଆସିଲା ଓ ଦୋକାନରେ ଖୁବ ଲାଇନ ମଧ୍ୟ ଲାଗିଲା ।

ଭୁଜିଆ ବାଲା ନାମରେ ସେ ପୁରା ସହରରେ ପରିଚିତ ହୋଇଥିଲେ । ସେ ନିଜ ଦୋକାନର ନାମ ନିଜ ନାମରେ ହଲ୍ଦିରାମ ବୋଲି ରଖିଲେ । ଧୀରେ ଧୀରେ ତାଙ୍କ ବେପାର ଏକ୍ସପେରିମେଣ୍ଟ ଓ ମନୋବଳ ଯୋଗୁଁ ବୃଦ୍ଧି ପାଇବାକୁ ଲାଗିଲା । ୧୯୭୦ ରେ ନାଗପୁରରେ ଓ ୧୯୮୨ ରେ ଦିଲ୍ଲୀରେ ସେ ଆହୁରି ଷ୍ଟୋର ମଧ୍ୟ ଖୋଲିଥିଲେ । ଏହିପରି ସାରା ଦେଶରେ ଏବଂ ବିଦେଶରେ ମଧ୍ୟ ତାଙ୍କ ଭୁଜିଆର ଚାହିଦା ବଢିବାକୁ ଲାଗିଲା ।

୨୦୧୯ ମସିହାର ରିପୋର୍ଟ ଅନୁସାରେ ହଲ୍ଦିରାମଙ୍କ ବାର୍ଷିକ ରେଭିନ୍ୟୁ ୭୧୩୦ କୋଟି ଥିଲା । ଏବେ ତାଙ୍କ ବ୍ରାଣ୍ଡରେ ଭୁଜିଆ ସହ ୪୦୦ ରୁ ଅଧିକ ପ୍ରଡ଼କ୍ଟ ବିକ୍ରି ହେଉଛି । ସେଥିପାଇଁ କୁହାଯାଏ କି ବାରମ୍ବାର ଚେଷ୍ଟା କରୁଥିବା ଲୋକ କେବେ ମଧ୍ୟ ହାରେ ନାହିଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ