ଅକ୍ଷୟ କୁମରାଙ୍କ ହେଲା ପ୍ରଶଂସା ତ ଅଭିଷେକ ଈର୍ଷାରେ କହିଲେ ଏମିତି, ଅକ୍ଷୟ ଯାହା କରୁଛନ୍ତି ତାହା ସମସ୍ତେ…

ଅକ୍ଷୟ କୁମାର ଏହି କରୋନା ମଧ୍ୟରେ ଯେଉଁ ସ୍ପୀଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଶୁଟିଙ୍ଗ କରୁଛନ୍ତି ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯେଉଁଠି କେତେକ ଷ୍ଟାର ବହୁତ କଷ୍ଟରେ ଶୁଟିଙ୍ଗ ଆରମ୍ଭ କରିଛନ୍ତି ସେଠି ଅକ୍ଷୟ କୁମାର ନିଜର କେତେକ ଫିଲ୍ମର ଶୁଟିଙ୍ଗ ଶେଷ କରି ଦେଇଛନ୍ତି । ଏହାକୁ ଦେଖି ବଲୀଉଡର ଫିଲ୍ମ ମେକର, ପ୍ରଡ୍ୟୁସର ଓ ଅନ୍ୟ କିଛି ଷ୍ଟାରମାନେ ବି ଇମ୍ପ୍ରେସ ହୋଇଯାଇଛନ୍ତି । ଏହି କାରଣ ଅଟେ କି ଅକ୍ଷୟ ରାଠି ଟ୍ୱିଟରରେ ଏକ ଟ୍ୱିଟ କରି ଅକ୍ଷୟ କୁମାରଙ୍କର ପ୍ରଶଂସା କରିଛନ୍ତି ।

ସେ ଅକ୍ଷୟ କୁମାରଙ୍କ କାମ କରିବାର ଷ୍ଟାଇଲରୁ ଇମ୍ପ୍ରେସ ହୋଇ କହିଲେ କି ଅକ୍ଷୟ କୁମାର କମାଲ ଅଟନ୍ତି । କାରଣ ସେ ଗୋଟିଏ ଫିଲ୍ମର ଶୁଟିଙ୍ଗ ସେହି ସମୟ ମଧ୍ୟରେ ଶେଷ କରି ଦିଅନ୍ତି ଯେଉଁ ସମୟ ମଧ୍ୟରେ ଅନ୍ୟ କିଛି ଷ୍ଟାର କେବଳ ଫିଲ୍ମର ଗୋଟିଏ ହିଁ ପାର୍ଟର ଶୁଟିଙ୍ଗ କରନ୍ତି କିମ୍ବା ତାଙ୍କ ବିଷୟରେ ଚିନ୍ତା କରନ୍ତି ।

ଏହା ସହିତ ତାଙ୍କର ଫିଲ୍ମ ବି ଅନ୍ୟ କିଛି ଫିଲ୍ମ ଅପେକ୍ଷା ବହୁତ ଭଲ ହିଟ ମଧ୍ୟ ହୋଇଥାଏ । ଏମିତିରେ ଅନ୍ୟ ଅଭିନେତାମାନଙ୍କୁ ନିଜର ଯୋଜନାକୁ ଆହୁରି ଭଲ କରିବା ଆବଶ୍ୟକ ଅଟେ । କିନ୍ତୁ ଅକ୍ଷୟ ରାଠିଙ୍କ ଏହି ଟ୍ୱିଟ ପଢି ଅଭିଷେକ ବଚ୍ଚନ ନିଜର କ୍ରୋଧ ପ୍ରକାଶ କରିଲେ । ଅଭିଷେକଙ୍କ ଅନୁସାରେ ଅକ୍ଷୟ ରାଠି ଏହିଭଳି କହି ଅନ୍ୟ ଷ୍ଟାରମନଙ୍କୁ ନିଚ୍ଛ ବୋଲି କହିବାକୁ ଚେଷ୍ଟା କରୁଛନ୍ତି । ଯାହାକି ଭୁଲ ଅଟେ । ଏହା ପରେ ଅଭିଷେକ ବଚ୍ଚନ ଅକ୍ଷୟ ରାଠିଙ୍କୁ ଟ୍ୱିଟ କରି କହିଲେ କି ଏହା ଠିକ ନୁହେଁ ।

ସମସ୍ତଙ୍କୁ ନିଜ ହିସାବରେ ରହିବାକୁ ଦିଅ । ଭିନ୍ନ ଭିନ୍ନ ପ୍ରକାରର ଲୋକମାନେ ଭିନ୍ନ ଭିନ୍ନ ଜିନିଷରୁ ପ୍ରେରିତ ହୋଇଥାନ୍ତି ଓ ଭିନ୍ନ ଭିନ୍ନ ଜିନିଷ କରିବା ଉପରେ ବିଶ୍ଵାସ ରଖନ୍ତି । କିନ୍ତୁ ଅକ୍ଷୟ ଓ ଅଭିଷେକଙ୍କ ଏହି ଟ୍ୱିଟର ଯୁଧ୍ୟ ଏଠି ସମାପ୍ତ ହୋଇ ରହି ନାହିଁ । ଅକ୍ଷୟ ରାଠିଙ୍କ ତରଫରୁ ଅଭିଷେକ ବଚ୍ଚନଙ୍କୁ କରୋନା ସମୟ ବିଷୟରେ କୁହାଗଲା । କହିଲେ କି ଏହି ସଙ୍କଟ ସମୟରେ ବର୍ତ୍ତମାନ ଅଧିକ ଫିଲ୍ମ ରିଲିଜ ହେବା ଦରକାର ।

ଏହା ପରେ ଅଭିଷେକ ବଚ୍ଚନ ସମସ୍ତଙ୍କୁ ଏହା ବୁଝାଇବାକୁ ଚେଷ୍ଟା କରିଲେ କି କେବେ ବି ଅଧିକ ଫିଲ୍ମ କରିବା ଦ୍ଵାରା କିଛି ବି ହୋଇ ନ ଥାଏ । ଭଲ ଫିଲ୍ମ ହେବା ଦରକାର । ଅଭିଷେକ କହିଲେ କି ଭଲ କାମ ଦ୍ଵାରା ହିଁ ଭଲ କାମ ମିଳିଥାଏ । ଅଧିକ ଫିଲ୍ମ କରିବା ଦ୍ଵାରା ଫିଲ୍ମ ଇଣ୍ଡଷ୍ଟ୍ରିକୁ କ୍ଷତି ହେବ । ଏହିଭଳି ଭାବରେ ଅକ୍ଷୟ ରାଠି ଓ ଅଭିଷେକ ବଚ୍ଚନଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଲା । କିନ୍ତୁ ଯେତେବେଳେ ଅକ୍ଷୟ ଓ ଅଭିଷେକଙ୍କ ଟ୍ୱିଟର କଥାବାର୍ତ୍ତା ସାମ୍ନାକୁ ଆସିଲା ତେବେ ଏହି ଖବର ମିଡିଆରେ ନିଆଁ ଭଳି ବ୍ୟାପୀ ଗଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।