ଆଜିର ରାଶିଫଳ, 19 ଡିସେମ୍ବର 2020, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୯ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ସବୁ କାର୍ଯ୍ୟକୁ ସମ୍ପୂର୍ଣ କରିବା ପାଇଁ ଅତିରିକ୍ତ ସମୟ ଲାଗି ପାରେ । ଯେଉଁଥିରେ ଆପଣଙ୍କୁ ଆର୍ଥିକ ରୂପରେ ଲାଭ କିନ୍ତୁ ମିଳିବ । କାର୍ଯ୍ୟ କ୍ଷେତ୍ରରେ ବାଧା ବିଘ୍ନର ସାମ୍ନା କରିବାକୁ ପଡିପାରେ । ପାରିବାରିକ ଜୀବନରେ କିଛି ବାଧା ବିଘ୍ନ ଆସିପାରେ । ବୈବାହିକ ଜୀବନରେ ଜୀବନ ସାଥିଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ । କୌଣସି ଛୋଟ ବ୍ୟକ୍ତି ଆପଣଙ୍କୁ ଅପମାନ କରିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଆକସ୍ମିକ ଧନ ଲାଭର ଯୋଗ ଅଛି ।

ବୃଷ

ଜୀବନସାଥିଙ୍କ ସହ ସମ୍ପର୍କ ଭଲ ରହିବ । ପାର୍ଟନରଶିପ ବ୍ୟବସାୟରେ ଆପଣଙ୍କୁ ଲାଭ ହିଁ ଲାଭ ମିଳିବ । ବୈବାହିକ ଜୀବନରେ ସୁଖ ସମୃଦ୍ଧି ଆସିପାରେ । ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମର ଭାବନା ଜାଗ୍ରତ ହେବ । ସନ୍ତାନଙ୍କ ପାଇଁ ଦିନଟି ଅନୁକୂଳ ଅଛି । ଚାକିରି ବର୍ଗର ଲୋକମାନଙ୍କ ପାଇଁ ପଦୋଉନ୍ନତି ହେବାର ସମ୍ଭାବନା ଅଛି । ଯେମିତି ପରିଶ୍ରମ କରିବେ ସେହିପରି ଆପଣଙ୍କୁ ଲାଭ ପ୍ରାପ୍ତ ହେବେ । କାର୍ଯ୍ୟରେ ସଫଳ ହେବେ । କୌଣସି ନୂଆ କିମ୍ବା ବଡ ଲୋକଙ୍କ ସଂସ୍ପର୍ଶରେ ଆସି କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ ।

ମିଥୁନ

ଏହି ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଏହା ସହିତ ଶତ୍ରୁମାନଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ଅଛି । ପାରିବାରିକ ଖୁସିର ମିଳିପାରେ । ସବୁଦିନର କାର୍ଯ୍ୟରୁ ଆପଣଙ୍କୁ ବହୁତ ଫାଇଦା ହେବ । ବ୍ୟବସାୟରେ ଟଙ୍କା ଲାଗିବା ପାଇଁ ଆପଣ ଅଳ୍ପ ସମୟ ନିଅନ୍ତୁ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିପାରେ । ନୂଆ କାର୍ଯ୍ୟ ଆରମ୍ଭ କରୁଛନ୍ତି ଯଦି ତେବେ ଆଜିର ଦିନଟି ବହୁତ ଉତ୍ତମ ଅଟେ । ବ୍ୟାପାର ଭଲ ଚାଲିବ ଚାକିରିରେ ଉନ୍ନତିର ସମ୍ଭାବନା ଅଛି । ଆଜି ଆପଣ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

କର୍କଟ

ସନ୍ତାନଙ୍କ ସ୍ୱାସ୍ଥ୍ୟ ଅଳ୍ପ କମଜୋର ହୋଇପାରେ । ଉଚ୍ଚ ଶିକ୍ଷା ପାଇଁ ସମୟ ଅନୁକୂଳ ଅଛି । ଏହା ଦ୍ଵାରା ରୋମାନ୍ସ, ସନ୍ତାନ ରଚନାତ୍ମକ, ବୌଧିକ କ୍ଷମତା, ଶିକ୍ଷା ଏବଂ ନୂଆ ଅବସର ମିଳିବାର ସମ୍ଭାବନା ଅଛି । ଧନ ଲାଭ ମଧ୍ୟ ହେବ । ଏହି ରାଶିର ବ୍ୟକ୍ତିମାନେ ବହୁତ ଦିନରୁ ସାମ୍ନା କରୁଥିବା ସବୁ ସମସ୍ୟାର ଅନ୍ତ ହେବ । ଯାହା ଦ୍ଵାରା କି ଜୀବନରେ ବହୁତ ଉନ୍ନତି କରିବେ । ଆଜି ଗହଣା ଓ ଘରର ଜିନିଷ କିଣିପାରନ୍ତି । ବ୍ୟବସାୟରେ ବହୁତ ଲାଭ ମିଳିବ । ଯାହା ଦ୍ୱାରା ଆର୍ଥିକ ସ୍ଥିତିରେ ଦୃଢତା ଆସିବ । ପରିବାରରେ ସୁଖମୟ ଜୀବନ ବିତିବ ।

ସିଂହ

ଯେଉଁଠାରେ କ୍ଷତିର ସମ୍ଭାବନା ଅଛି ସେହି ଠାରେ ଲାଭ ହିଁ ଲାଭ ହେବାର ଯୋଗ ଅଛି । ଆପଣଙ୍କର ଅଚଳା ଚଳ ସମ୍ପତିରେ ବୃଦ୍ଧି ହେବ । ସମ୍ପର୍କୀୟମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିପାରେ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ ଓ ଆପଣଙ୍କର ଲୋକପ୍ରିୟତାରେ ମଧ୍ୟ ବୃଦ୍ଧି ହେବ । ମା ପିତାଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିପାରେ । ବିବାଦ ପୂର୍ଣ ସ୍ଥିତିକୁ କାବୁ କରିବାରେ ଆପଣ ସଫଳ ହେବେ । କୌଣସି ଧାର୍ମିକ କାର୍ଯ୍ୟରେ ଅଂସ ଗ୍ରହଣ କରିବା ଦ୍ଵାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ ।

କନ୍ୟା

ନୂଆ ଯୋଗ ନିର୍ମିତ ହେବ । ସମସ୍ତ ବାଧାକୁ ପାର କରି ସବୁ କାର୍ଯ୍ୟରେ ସଫଳ ହେବେ । ସମ୍ପତ୍ତିରେ ଲାଭ ମିଳିବ । କନ୍ୟା ରାଶିର ଜାତକରେ ଆତ୍ମବିଶ୍ଵାସ ବଢିବ । ଛୋଟ ଭାଇ ଭଉଣୀମାନଙ୍କୁ ଆପଣ ସ୍ନେହ କରିବେ । ଏହା ସହିତ ଜୀବନରେ ବହୁତ ଉନ୍ନତି କରିବେ । ନିଜ କ୍ରୋଧ ପ୍ରତି ସଂଯମତା ରଖନ୍ତୁ । ବାଦ ବିବାଦରେ ପଡନ୍ତୁ ନାହିଁ ନ ହେଲେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ । ଆପଣଙ୍କର ସାହସ, ପରାକ୍ରମ ଓ ଆତ୍ମବିଶ୍ଵାସ ବଢିପାରେ ।

ତୁଳା

ଆପଣଙ୍କର ଦିନଟି ବହୁତ ଭଲ ରହିବ । କୌଣସି ପ୍ରକାର ସମସ୍ୟା ଆପଣଙ୍କର ଜୀବନରେ ଆସିବ ନାହିଁ । ଏହା ଛଡା ସମ୍ପର୍କୀୟମାନଙ୍କ ସହ ପ୍ରେମ ଓ ସାମଞ୍ଜସ୍ୟ ଭଲ ରହିବ । ଆର୍ଥିକ ସ୍ଥିତି ବହୁତ ଭଲ ରହିବ ଦ୍ଵାରା ଧନ ସଞ୍ଚୟ ମଧ୍ୟ କିଛି କରିପାରିବେ । ଆପଣ ପୁରୁଣା ରୋଗରୁ ମୁକ୍ତି ପାଇଯିବେ । ଆପଣ ଅଳ୍ପ ପରିଶ୍ରମ କରିବେ ଯାହା ଦ୍ଵାରା ଲାଭ ହିଁ ଲାଭ ମିଳିବ । ଆପଣ ଛୋଟମାନଙ୍କୁ କ୍ଷମା କରିବେ ଯାହା ଦ୍ଵାରା ମନରେ ଶାନ୍ତି ମିଳିବ । ଆର୍ଥିକ କ୍ଷେତ୍ରରେ କରୁଥିବା କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଲିପାରେ ।

ବିଚ୍ଛା

ଆପଣ ମାନସିକ ଚିନ୍ତାର ସାମ୍ନା କରିବାକୁ ପଡିପାରେ । ଏହା ସହିତ ପରିବାରରେ ବାଦ ବିବାଦର ସାମ୍ନା କରିବାକୁ ପଡିପାରେ । ସହକ୍ରମୀଙ୍କ ସାଥ ମିଳିବା ଦ୍ଵାରା ସିନିୟରମାନଙ୍କର ପ୍ରଶଂସାର ପାତ୍ର ହେବେ । ପ୍ରମୋଶନ ସହିତ ନୂଆ ନୂଆ କାର୍ଯ୍ୟ ବି ପ୍ରାପ୍ତ ହେବ । ଓକିଲ ପାଖକୁ ଯାଇ ଆଇନ କାନୁନ ବିଷୟରେ କିଛି ରାୟ ନେବେ ତାହା ଆପଣଙ୍କର ବହୁତ ଭଲ ରହିବ । ଆପଣଙ୍କର ଖର୍ଚ ଓ ଆୟ ଦୁଇଟିକୁ ସନ୍ତୁଳନ କରି ଚଲାନ୍ତୁ । ପରିବାର ପ୍ରତି ଆପଣଙ୍କର ଭଲ ପାଇବା ସବୁବେଳେ ରହିଥିବ ।

ଧନୁ

ଏହି ରାଶିର ବ୍ୟକ୍ତିଙ୍କର ବହୁତ ଦିନରୁ ପଡି ରହିଥିବା କୌଣସି ଗୁରୁତ୍ୱ ପୂର୍ଣ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କ ଠାରୁ ଧର ନେଇଥିବା ଧନ ଅତି ସହଜରେ ମିଳିଯିବ । ଆପଣଙ୍କ ଆର୍ଥିକ ପରିସ୍ଥିତି ମଜବୁତ ହେବ । ଧନ ସଞ୍ଚୟ କରିବାରେ ସକ୍ଷମ ହେବେ । କୌଣସି ସ୍ଥାନରେ ଧନ ନିବେଶରୁ ପ୍ରଚୁର ଲାଭ ମିଳିବ । ସବୁ ପ୍ରକାରର କୋଟ କଚେରୀ ମାମଲାରୁ ମୁକ୍ତି ପାଇବେ । ଛାତ୍ରମାନେ ପରୀକ୍ଷାରେ କୃତ କାର୍ଯ୍ୟ ହେବେ । ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ଭଲ ସଂପର୍କ ରହିବ ।

ମକର

ଯଦି ଆପଣ ଏକାଗ୍ରତା ତଥା ଶାନ୍ତି ମନରେ ରହିବେ ତେବେ ଦୁଖ ଦୁର୍ଦଶା ଦୂର ହୋଇଯିବ । ଆଜି ଆପଣ ବହୁତ ଭାଗ୍ୟଶାଳି ରହିବେ ଓ ଅଧିକାରୀଙ୍କ ଠାରୁ ବିଶେଷ ତଥ୍ୟ ପ୍ରାପ୍ତି କରିବେ । ଆଜି ଆପଣ ଯାହା ବି କାର୍ଯ୍ୟ କରିବାକୁ ଚେଷ୍ଟା କରିବେ ସେଥିରେ ଶକ୍ତିଶାଳୀ ଓ ଆକର୍ଷକ ସ୍ଥିତି ବୃଦ୍ଧି କରିବେ । ଆପଣ ଅଳ୍ପ ବ୍ୟସ୍ତ ରହିପାରନ୍ତି  । ଆପଣଙ୍କ ପ୍ରିୟଜନ କିଛି ସମସ୍ୟାରେ ପଡି ପାରନ୍ତି । ଟଙ୍କା ଧାର ଦେଇପାରନ୍ତି । ପୁଣି ଟଙ୍କା ମଧ୍ୟ ଫେରି ପାଇବେ ।

କୁମ୍ଭ

କୌଣସି ପୁରୁଣା ସାଙ୍ଗ ସହ ଦେଖା ହୋଇପାରେ । ଆପଣ ଆଜି ଅଳ୍ପ ସୁସ୍ଥ ଅନୁଭବ କରିବେ । ଯାହା ବି କରୁଛନ୍ତି ଆପଣ ନିଜେ ହିଁ କରନ୍ତୁ । କୌଣସି ଭଲ ଖବର ଆପଣଙ୍କୁ ମିଳିପାରେ । ଋଣରୁ ଆପଣ ମୁକ୍ତ ହୋଇଯିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆୟ ବଢିପାରେ । ଉଚ୍ଚ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ । ମିତ୍ରମାନଙ୍କର ପୁରା ସହଯୋଗ ମିଳିପାରେ । ଭଲ ଫଳ ପାଇବା ପାଇଁ ଅଳ୍ପ ପରିଶ୍ରମ କରିବାକୁ ପଡିପାରେ ।

ମୀନ

ପରିବାରରେ କୌଣସି ମଙ୍ଗଳମୟ କାର୍ଯ୍ୟ ହୋଇପାରେ । ଆର୍ଥିକ ସ୍ଥିତି ସୃଧୃଢ ହୋଇପାରେ । ଏହା ସହିତ ଆପଣଙ୍କର ଭାଗ୍ୟ ଉଦୟ ମଧ୍ୟ ହୋଇପାରେ । ଅଳ୍ପ ପରିଶ୍ରମ ଦ୍ଵାରା ଆପଣଙ୍କୁ ସଫଳତା ପ୍ରାପ୍ତି ହେବ । ବୈବାହିକ ଜୀବନରେ ଜୀବନସାଥିଙ୍କ କାରଣରୁ ସମାଜରେ ମାନ ସମ୍ମାନ ବଢିପାରେ । ଟଙ୍କା ସଞ୍ଚୟ କରନ୍ତୁ । ସରକାରୀ କାର୍ଯ୍ୟରେ ସାମାନ୍ୟ ଚିନ୍ତା ବଢିପାରେ । କୌଣସି ସାମାଜିକ କାର୍ଯ୍ୟରେ ଆପଣଙ୍କର ଟଙ୍କା ଖର୍ଚ ହୋଇପାରେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।